ମୁଖବନ୍ଧ

ନିମ୍ନଲିଖିତ ବିଷୟବସ୍ତୁ ଗୁଡିକୁ ଏହି ଦଲିଲରେ ଆଲୋଚନା କରାଯାଇଛି:

  • ସ୍ଥାପନ ସମ୍ବନ୍ଧିତ ଟିପ୍ପଣୀ

  • ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ

  • ଜ୍ଞାତ ସମସ୍ଯା

  • ସାଧାରଣ ସୂଚନା

  • ଡ୍ରାଇଭର ଅଦ୍ଯତନ ପ୍ରୋଗ୍ରାମ

  • ଆନ୍ତର୍ଜାତିକତା

  • କର୍ଣ୍ଣଲ ସମ୍ବନ୍ଧିତ ଟିପ୍ପଣୀ

ପ୍ରକାଶନ ଟିପ୍ପଣୀର ଏହି ସଂସ୍କରଣରେ Red Hat Enterprise Linux 5 ର କିଛି ଅଦ୍ଯତନ ବିଷୟରେ ସୂଚନା ମିଳି ନ ପାରେ। ଏହାର ଗୋଟିଏ ଅଦ୍ଯତିତ ସଂସ୍କରଣ ନିମ୍ନଲିଖିତ ୟୁ.ଆର.ଏଲ. ରୁ ମିଳିପାରିବ:

http://www.redhat.com/docs/manuals/enterprise/RHEL-5-manual/index.html

ସ୍ଥାପନ ସମ୍ବନ୍ଧିତ ଟିପ୍ପଣୀ

ନିମ୍ନଲିଖିତ ବିଭାଗଟି Red Hat Enterprise Linux ର ସ୍ଥାପନ ସମ୍ବନ୍ଧିତ ସୂଚନା ଏବଂ ଆନାକୋଣ୍ଡା ସ୍ଥାପନ ପ୍ରୋଗ୍ରାମକୁ ଧାରଣ କରିଅଛି।

ଟିପ୍ପଣୀ

ପୂର୍ବରୁ ସ୍ଥାପିତ ଗୋଟିଏ Red Hat Enterprise Linux କୁ ଉନ୍ନୟନ କରିବା ପାଇଁ, ଏବଂ ପରିବର୍ତ୍ତିତ ପ୍ଯାକେଜ ମାନଙ୍କୁ ଅଦ୍ଯତିତ କରିବା ପାଇଁ; ଆପଣ Red Hat Network କୁ ବ୍ଯବହାର କରିବା ଉଚିତ।

Red Hat Enterprise Linux 5 ର ନୂତନ ସ୍ଥାପନ ପାଇଁ କିମ୍ବା ଅନ୍ତିମ ଅଦ୍ଯତିତ ସଂସ୍କରଣ Red Hat Enterprise Linux 4 ରୁ Red Hat Enterprise Linux 5 କୁ ଉନ୍ନୟନ କରିବା ପାଇଁ ଆପଣ ଆନାକୋଣ୍ଡାକୁ ବ୍ଯବହାର କରିପାରିବେ।

ଯଦି ଆପଣ Red Hat Enterprise Linux 5 ସି.ଡି.-ରମର ସାମଗ୍ରୀକୁ ନକଲ କରୁଛନ୍ତି (ଉଦାହରଣ ସ୍ବରୂପ, ନେଟୱାର୍କ ଆଧାରିତ ସ୍ଥାପନର ପ୍ରସ୍ତୁତି ପାଇଁ), ତାହାହେଲେ କେବଳ ପ୍ରଚାଳନ ତନ୍ତ୍ର ପାଇଁ ସି.ଡି.-ରମକୁ ନକଲ କରିବା ପାଇଁ ଚୟନ କରନ୍ତୁ। ଅତିରିକ୍ତ ସି.ଡି.-ରମକୁ କିମ୍ବା ସ୍ତରୀଭୂତ କୌଣସି ସି.ଡି.-ରମ ଉତ୍ପାଦକୁ ନକଲ କରନ୍ତୁ ନାହିଁ, କାରଣ ଏହା ଆନାକୋଣ୍ଡାର ସଠିକ ଚାଳନ ପାଇଁ ଆବ୍ଯଶ୍ଯକ ହେଉଥିବା ଫାଇଲ ମାନଙ୍କୁ ନବଲିଖନ କରିଦେବ। Red Hat Enterprise Linux ସ୍ଥାପିତ ହେଇସାରିବା ପରେ ଏହି ସି.ଡି.-ରମ ମାନଙ୍କୁ ସ୍ଥାପନ କରିବା ଉଚିତ।

ISO ବିଷୟବସ୍ତୁ ଏବଂ ପଞ୍ଜୀକରଣ

Red Hat Enterprise Linux ର ପୂର୍ବବର୍ତ୍ତୀ ସଂସ୍କରଣରୁ ସଫ୍ଟୱେର ଉପାଦାନ ପ୍ଯାକେଜ ମାନଙ୍କର ସଙ୍ଗଠନକୁ ଉତ୍ପାଦନ ବିଶେଷ୍ଯ ଚଳ ଭାବରେ ପରିବର୍ତ୍ତନ କରାଯାଇଛି। ବିଭିନ୍ନ ଚଳ ଏବଂ ISO ପ୍ରତିଛବି ମାନଙ୍କର ସର୍ବମୋଟ ସଂଖ୍ଯାକୁ ଦୁଇକୁ ହ୍ରାସ କରାଯାଇଛି:

  • Red Hat Enterprise Linux 5 ସେବକ

  • Red Hat Enterprise Linux 5 ଗ୍ରାହକ

ISO ପ୍ରତିଛବି ଗୁଡିକ ଏକାଧିକ ବୈକଳ୍ପିକ ଭଣ୍ଡାର ମାନଙ୍କ ପାଇଁ ସଫ୍ଟୱେର ପ୍ଯାକେଜ ଧାରଣ କରିଛନ୍ତି ଯାହାକି ପ୍ରମୂଖ ବିତରଣ ସହିତ ଅତିରିକ୍ତ ଉପଯୋଗୀତା ପ୍ରଦାନ କରିଥାଏ, ଯେପରିକି ଆଭାସୀକରଣ, ଏକତ୍ରିକରଣ ଏବଂ ଏକତ୍ରିତ ଭଣ୍ଡାର। ସେବକ ଚଳ, ଗ୍ରାହକ ଚଳ ଏବଂ ଉପଲବ୍ଧ ବିକଳ୍ପ ମାନଙ୍କ ବିଷୟରେ ଅଧିକ ସୂଚନା ପାଇବା ପାଇଁ, ଦୟାକରି http://www.redhat.com/rhel/ କୁ ପଢନ୍ତୁ।

ସମାନ ବୃକ୍ଷ କିମ୍ବା ISO ପ୍ରତିଛବିରେ ଇଚ୍ଛାଧୀନ ବିଷୟବସ୍ତୁ ସହିତ, ସ୍ଥାପନ ପାଇଁ ପ୍ରସ୍ତାବିତ ଅଂଶ ଏବଂ ସଦସ୍ଯତା ଗ୍ରହଣ କରିଥିବା ଅଂଶ ମଧ୍ଯରେ ଅମେଳକୁ ଏଡାଇବା ପାଇଁ ଏହା ଆବଶ୍ଯକ। ଏପରି ଅମେଳ; ତୃଟି ଏବଂ ମାରାତ୍ମକ ବିପଦ ପାଇଁ ଗୋଟିଏ ବର୍ଦ୍ଧିତ ଆଶଙ୍କା ସୃଷ୍ଟି କରିପାରେ।

sync ରେ ହସ୍ତାକ୍ଷର ସହିତ ପ୍ରସ୍ତାବିତ ଅଂଶକୁ ନିଶ୍ଚିତ କରିବା ପାଇଁ, Red Hat Enterprise Linux 5 ଗୋଟିଏ ସ୍ଥାପନ କ୍ରମାଙ୍କ ପ୍ରବିଷ୍ଟି ଆବଶ୍ଯକ କରିଥାଏ, ଯାହାକୁ ସଠିକ ପ୍ଯାକେଜ ସେଟ ପ୍ରଦାନ କରୁଥିବା ସ୍ଥାପକର ବିନ୍ଯାସରେ ବ୍ଯବହାର କରାଯିବ।

ଆପଣ ସ୍ଥାପନ ସଂଖ୍ଯାକୁ ଭରଣ ନ କଲେ, ଏହା ଗୋଟିଏ ଅନ୍ତଃସ୍ଥଳ ସେବକ କିମ୍ବା ଡେସ୍କଟପ ସ୍ଥାପନ କରିବ। ପରବର୍ତ୍ତୀ ସମୟରେ ଅତିରିକ୍ତ କାର୍ଯ୍ଯାତ୍ମକତା ହସ୍ତକୃତ ଭାବରେ ଯୋଗ କରିହେବ। ସ୍ଥାପନ ସଂଖ୍ଯା ମାନଙ୍କ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ, ଦୟାକରି http://www.redhat.com/apps/support/in.html କୁ ପଢନ୍ତୁ।

ସ୍ଥାପନ ପ୍ରକ୍ରିୟାରେ ବ୍ଯବହୃତ ହେଉଥିବା ସ୍ଥାପନ ସଂଖ୍ଯାକୁ /etc/sysconfig/rhn/install-num ଫାଇଲରେ ସଂରକ୍ଷଣ କରାଯିବ। Red Hat Network ସହିତ ପଞ୍ଜୀକୃତ କରିବା ସମୟରେ, କେଉଁ ନିର୍ଭରକ ଉପପଥର ସଦସ୍ଯତା ଗ୍ରହଣ କରାଯିବା ଉଚିତ ତାହାକୁ ସ୍ବୟଂଚାଳିତ ଭାବରେ ସ୍ଥିର କରିବା ପାଇଁ rhn_register ଦ୍ବାରା ସୂଚୀତ କରାଯାଏ।

ନୂତନ RPM GPG ହସ୍ତାକ୍ଷରିତ ଚାବି ଗୁଡିକ

Red Hat Enterprise Linux 5 ପ୍ଯାକେଜ ମାନଙ୍କୁ ହସ୍ତାକ୍ଷରିତ କରିବା ପାଇଁ ଗୋଟିଏ ନୂତନ ସଂସ୍କରଣ ହସ୍ତାକ୍ଷରଣ ଚାବିକୁ ବ୍ଯବହାର କରାଯାଉଛି। ଗୋଟିଏ ତନ୍ତ୍ରକୁ ପ୍ରଥମ ଥର ପାଇଁ ଅଦ୍ଯତନ କରିବା ସମୟରେ, ଏହି ଚାବିକୁ ସ୍ଥାପନ କରିବା ପାଇଁ ଏହା ଆପଣଙ୍କୁ କହିବ।

ହସ୍ତାକ୍ଷରିତ ଚାବି ମାନଙ୍କୁ ନିମ୍ନଲିଖିତ ଫାଇଲ ମାନଙ୍କରେ ବିତରଣ କରାଯାଇଛି:

  • /etc/pki/rpm-gpg/RPM-GPG-KEY-redhat-release — ନୂତନ ପ୍ରକାଶନ ହସ୍ତାକ୍ଷରିତ ଚାବି ପାଇଁ ସାର୍ବଜନୀନ ଚାବି ଧାରଣ କରିଅଛି

  • /etc/pki/rpm-gpg/RPM-GPG-KEY-redhat-release —ଗୋଟିଏ ସହକାରୀ ପ୍ରକାଶନ ହସ୍ତାକ୍ଷରିତ ଚାବି ପାଇଁ ସାର୍ବଜନୀନ ଚାବି ଧାରଣ କରିଅଛି, ବର୍ତ୍ତମାନ ବ୍ଯବହୃତ ହେଉନାହିଁ

  • /etc/pki/rpm-gpg/RPM-GPG-KEY-redhat-release —ଗୋଟିଏ ପୂର୍ବବର୍ତ୍ତୀ ପ୍ରକାଶନ ହସ୍ତାକ୍ଷରିତ ଚାବି ପାଇଁ ସାର୍ବଜନୀନ ଚାବି ଧାରଣ କରିଅଛି, ପୂର୍ବ Red Hat Enterprise Linux ସଂସ୍କରଣରେ ବ୍ଯବହୃତ ହେଉଥିଲା

ଉପସଂସ୍କରଣ

Red Hat Enterprise Linux 5 ରେ, ଉପସଂସ୍କରଣ ସଂସ୍କରଣ ନିୟନ୍ତ୍ରଣ ତନ୍ତ୍ରଟି Berkeley DB 4.3 ସହିତ ସଂଯୋଜିତ ହେଇଛି। ଯଦି ଆପଣ ଏହାକୁ Red Hat Enterprise Linux 4 ରୁ ଉନ୍ନୟନ କରୁଛନ୍ତି ଏବଂ ତନ୍ତ୍ରରେ କୌଣସି ଉପସଂସ୍କରଣ ଭଣ୍ଡାର ସୃଷ୍ଟି କରୁଛନ୍ତି, ଯାହାକି (କେବଳ ଫାଇଲତନ୍ତ୍ର ଆଧାରିତ "FSFS" ପୃଷ୍ଠଭାଗ ପରିବର୍ତ୍ତେ) Berkeley DB ପୃଷ୍ଠଭାଗ "BDB"କୁ ବ୍ଯବହାର କରିଥାଏ, ତାହାହେଲେ ଭଣ୍ଡାରକୁ ଯେପରି କେବଳ ଉନ୍ନୟନ ପରେ ଅଭିଗମ କରିହେବ ସେଥିପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ। ନିମ୍ନଲିଖିତ ପ୍ରକ୍ରିୟା ମାନଙ୍କୁ Red Hat Enterprise Linux 4 ତନ୍ତ୍ରରେ, Red Hat Enterprise Linux 5 କୁ ଉନ୍ନୟନ କରିବା ପୂର୍ବରୁ ସମ୍ପାଦନ କରିବା ଉଚିତ:

  1. ସମସ୍ତ ଚଳନ୍ତି ପ୍ରକ୍ରିୟା ମାନଙ୍କୁ ବନ୍ଦ କରି ଦିଅନ୍ତୁ ଏବଂ ଏହା ନିଶ୍ଚିତ ହୁଅନ୍ତୁ ଯେ ଭଣ୍ଡାରକୁ ଯେପରି କୌଣସି ପ୍ରକ୍ରିୟା ଅଭିଗମ କରିପାରିବ ନାହିଁ (ଉଦାହରଣ ସ୍ବରୂପ, httpd କିମ୍ବା svnserve; କିମ୍ବା ନିରପେକ୍ଷ ଅଭିଗମ ବିଶିଷ୍ଟ ଯେ କୌଣସି ସ୍ଥାନୀୟ ଚାଳକ)।

  2. ନିମ୍ନଲିଖିତ ନିର୍ଦ୍ଦେଶ ମାନଙ୍କୁ ବ୍ଯବହାର କରୁଥିବା ଭଣ୍ଡାରର ଗୋଟିଏ ନକଲ ସଂରକ୍ଷଣ ସୃଷ୍ଟି କରନ୍ତୁ:

    svnadmin dump /path/to/repository | gzip > repository-backup.gz
    
  3. ଭଣ୍ଡାରରେ ପୁନର୍ଲାଭ ନିର୍ଦ୍ଦେଶ svnadmin recover କୁ ଚଳାନ୍ତୁ:

    svnadmin recover /path/to/repository
    
  4. ଭଣ୍ଡାରରୁ ସମସ୍ତ ଅବ୍ଯବହୃତ ଲଗ ଫାଇଲ ମାନଙ୍କୁ ଅପସାରଣ କରନ୍ତୁ:

    svnadmin list-unused-dblogs /path/to/repository | xargs rm -vf
    
  5. ଭଣ୍ଡାରରୁ ସମସ୍ତ ଅବଶିଷ୍ଟ ସହଭାଗ-ସ୍ମୃତି ଫାଇଲକୁ ଅପସାରଣ କରନ୍ତୁ:

    rm -f /path/to/repository/db/__db.0*
    

ଅନ୍ଯାନ୍ଯ ସ୍ଥାପନ ଟିପ୍ପଣୀ

  • ଯଦି IDE/PATA (Parallel ATA) ଉପକରଣ ମାନଙ୍କୁ "୧୦୦% ସ୍ଥାନୀୟ" ଧାରାରେ ବିନ୍ଯାସ କରାଯାଇଛି, ତାହାହେଲେ କିଛି BIOS ଗୁଡିକ Red Hat Enterprise Linux 5 ସ୍ଥାପନ ପ୍ରକ୍ରିୟାକୁ ସଫଳତାର ସହିତ ସମ୍ପନ୍ନ ହେବାରୁ ଅଟକାଇ ପାରନ୍ତି। ଏହା ନ ହେବା ପାଇଁ, BIOS ରେ "ବୈଧିକୃତ" ପରି IDE/PATA ଧାରାରେ ବିନ୍ଯାସ କରନ୍ତୁ।

  • IBM System z ଗୋଟିଏ ପାରମ୍ପରିକ Unix ଶୈଳୀର ଭୌତିକ କୋନଶୋଲ ପ୍ରଦାନ କରେ ନାହିଁ। ଯେପରିକି, ପ୍ରାରମ୍ଭିକ ପ୍ରୋଗ୍ରାମ ଧାରଣ ସମୟରେ Red Hat Enterprise Linux 5 IBM System z ପାଇଁ firstboot କୁ ସମର୍ଥନ କରେ ନାହିଁ।

    IBM System z, ତନ୍ତ୍ରରେ Red Hat Enterprise Linux 5 ର ବ୍ଯବସ୍ଥାପନ ପ୍ରକ୍ରିୟାକୁ ସଠିକ ଭାବରେ ପ୍ରାରମ୍ଭିକରଣ କରିବା ପାଇଁ, ସ୍ଥାପନ ପରେ ନିମ୍ନଲିଖିତ ନିର୍ଦ୍ଦେଶ ମାନଙ୍କୁ ଚଳାନ୍ତୁ:

    • /usr/bin/setupsetuptool ପ୍ଯାକେଜ ଦ୍ବାରା ପ୍ରଦାନ କରାଯାଇଛି

    • /usr/bin/rhn_registerrhn-setup ପ୍ଯାକେଜ ଦ୍ବାରା ପ୍ରଦାନ କରାଯାଇଛି।

  • ଆନାକୋଣ୍ଡୋକୁ PXE ସହିତ ksdevice=bootif ପାରାମିଟର ବ୍ଯବହାର କରି ବୁଟ କରିବା ସମୟରେ, ଆପଣଙ୍କୁ ତଥାପି ସ୍ଥାପନ ସମୟରେ ଇଥରନେଟ ଅନ୍ତରାପୃଷ୍ଠ ବ୍ଯବହାର କରିବା ପାଇଁ କୁହାଯିବ। ଯଦି କେବଳ ଗୋଟିଏ ଇଥରନେଟ ଉପକରଣକୁ ଲଗାଯାଇଛି, ତାହାହେଲେ ଏହି ପାରାମିଟର ପରିବର୍ତ୍ତେ ksdevice=link କୁ ବ୍ଯବହାର କରନ୍ତୁ। ବୈକଳ୍ପିକ ଭାବରେ, ଆପଣ ଅନ୍ତରାପୃଷ୍ଠକୁ ହସ୍ତକୃତ ଭାବରେ ମଧ୍ଯ ନିର୍ଦ୍ଦିଷ୍ଟ କରିପାରିବେ।

ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ

ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ବିଶେଷ ଗୁଣ ଗୁଡିକ Red Hat Enterprise Linux 5 ସଦସ୍ଯତା ସେବା ଅଧୀନରେ ବର୍ତ୍ତମାନ ସମର୍ଥିତ ନୁହଁନ୍ତି, ଏଗୁଡିକ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ଯ କରି ନ ପାରନ୍ତି, ଏବଂ ସାଧାରଣତଃ ଉତ୍ପାଦନର ବ୍ଯବହାର ପାଇଁ ପ୍ରଯୁଜ୍ଯ ନୁହଁନ୍ତି। ତଥାପି, ଏହି ଗୁଣ ଗୁଡିକୁ ଗ୍ରାହକ ମାନଙ୍କର ସୁବିଧା ପାଇଁ ଅନ୍ତର୍ଭୂକ୍ତ କରାଯାଇଛି ଏବଂ ଗୁଣ ଗୁଡିକୁ ବିସ୍ତୃତ ବିବରଣୀ ସହିତ ପ୍ରଦାନ କରାଯାଇଛି।

ଗ୍ରାହକ ମାନେ ଏହି ଗୁଣ ମାନଙ୍କୁ ଗୋଟିଏ ଉତ୍ପାଦନ ବିହୀନ ପରିବେଶରେ ଉପଯୋଗୀ ପାଇପାରନ୍ତି। ପୂର୍ଣ୍ଣ ସମର୍ଥିତ ହେବା ପୂର୍ବରୁ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ପାଇଁ ମଧ୍ଯ ଗ୍ରାହକ ମାନେ ନିଜର ପ୍ରତିକ୍ରିୟା ଏବଂ କାର୍ଯ୍ଯତ୍ମକତା ପ୍ରସ୍ତାବ ପ୍ରଦାନ କରିପାରିବେ। ଅଧିକ ଗୁରୁତର ସୁରକ୍ଷା ସମସ୍ଯା ମାନଙ୍କ ପାଇଁ ଇରେଟା ପ୍ରଦାନ କରାଯିବ।

ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ବିଶେଷ ଗୁଣର ବିକାଶ ସମୟରେ, ସର୍ବସାଧରଣ ମାନଙ୍କ ଉଦ୍ଦେଶ୍ଯରେ ଅତିରିକ୍ତ ଉପାଦାନ ପରୀକ୍ଷଣ ପାଇଁ ଉପଲବ୍ଧ ହେଇପାରେ। ଭବିଷ୍ଯତ ସଂସ୍କରଣରେ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଗୁଣ ମାନଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା Red Hat ର ଲକ୍ଷ୍ଯ ଅଟେ।

ଅବସ୍ଥା ବିହୀନ Linux

Red Hat Enterprise Linux 5 ରଏହି ସଂସ୍କରଣ ସହିତ ସଂଲଗ୍ନିତ ଥିବା ଉପାଦାନ ଗୁଡିକ ଅବସ୍ଥା ବିହୀନ Linux ଭିତ୍ତି ଅଂଶକୁ ସକ୍ରିୟ କରୁଛନ୍ତି। ଅବସ୍ଥା ବିହୀନ Linux ଗୋଟିଏ ତନ୍ତ୍ରର ଚାଳନ ଏବଂ ପରିଚାଳନ ପାଇଁ ଏକ ନୂତନ ପ୍ରକାର ଚିନ୍ତନ, ସାଧାରଣ ଭାବରେ ଉଦ୍ଦିଷ୍ଟ ଏବଂ ପରିଚାଳିତ ବହୁଳ ସଂଖ୍ଯକ ତନ୍ତ୍ରର ସମ୍ମିଳନରେ ଏହାକୁ ପ୍ରସ୍ତୁତ କରାଯାଇଛି ଯେପରିକି ଏହାକୁ ସହଜରେ ବଦଳାଇ ହେବ। ଏହାକୁ ପ୍ରାରମ୍ଭିକ ସ୍ତରରେ ଉପସ୍ଥିତ ତନ୍ତ୍ରର ପ୍ରତିଛବିକୁ ସ୍ଥାପନ କରି ସମ୍ପନ୍ନ କରାଯାଇଛି ଯାହାକି ଏକାଧିକ ଅବସ୍ଥା ବିହୀନ ତନ୍ତ୍ର ଦ୍ବାରା ପରିଚାଳିତ ଏବଂ ଅନୁକୃତ। ଏହା କେବଳ ପାଠ୍ଯ ଧାରାରେ ପ୍ରଚାଳନ ତନ୍ତ୍ରକୁ ଚଳାଉଛି (ଅଧିକ ସୂଚନା ଜାଣିବା ପାଇଁ ଦୟାକରି /etc/sysconfig/readonly-root କୁ ପଢନ୍ତୁ)।।

ଏହାର ପ୍ରଚଳିତ ବିକାଶ ଅବସ୍ଥାରେ, ଅବସ୍ଥା ବିହୀନ ଗୁଣ ଗୁଡିକ ଉଦ୍ଦେଶ୍ଯ ମୂଳକ ଲକ୍ଷ୍ଯର ଉପସେଟ ଅଟନ୍ତି। ଉଦାହରଣ ସ୍ବରୂପ, ଦକ୍ଷତାକୁ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଅବସ୍ଥା ରୂପରେ ସୂଚୀତ କରାଯାଇଛି।

ତଳେ Red Hat Enterprise Linux 5 ରେ ଅନ୍ତର୍ଭୂକ୍ତ ହେଇଥିବା ପ୍ରାରମ୍ଭିକ ଦକ୍ଷତାର ଗୋଟିଏ ତାଲିକା ଦିଆଯାଇଛି:

  • ଗୋଟିଏ ଅବସ୍ଥା ବିହୀନ ପ୍ରତିଛବିକୁ NFS ଉପରେ ଚଳାଇ ପାରିବ

  • ଗୋଟିଏ ଅବସ୍ଥା ବିହୀନ ପ୍ରତିଛବିକୁ ଲୁପ-ବ୍ଯାକ ମଧ୍ଯଦେଇ NFS ଉପରେ ଚଳାଇ ପାରିବ

  • iSCSI ରେ ଚଳାଇ ପାରିବ

ଏହା ବିଶେଷ ଭାବରେ ପରାମର୍ଶିତ ଯେ, ଯେଉଁମାନେ ଅବସ୍ଥା ବିହୀନ ସଙ୍କେତକୁ ପରୀକ୍ଷଣ କରିବାକୁ ଇଚ୍ଛୁକ, ସେମାନେ HOWTO କୁ ଏଠାରେ http://fedoraproject.org/wiki/StatelessLinuxHOWTO ପଢନ୍ତୁ ଏବଂ ଏହି ସମୂହରେ stateless-list@redhat.com ନିଜକୁ ପଞ୍ଜୀକୃତ କରନ୍ତୁ।

GFS2

GFS2 GFS ଫାଇଲତନ୍ତ୍ର ଉପରେ ଆଧାରିତ ଗୋଟିଏ କ୍ରମବିବର୍ତ୍ତକ ଉନ୍ନତି ଅଟେ। ଯେତେବେଳେ ସମ୍ପୂର୍ଣ୍ଣ କାର୍ଯ୍ଯକ୍ଷମ, GFS2 ଏପର୍ଯ୍ଯନ୍ତ ଉତ୍ପାଦନ ପାଇଁ ପ୍ରସ୍ତୁତ ନୁହେଁ ବୋଲି ବିବେଚନା କରାଯାଏ। ପରବର୍ତ୍ତୀ Red Hat Enterprise Linux 5 ଅଦ୍ଯତନରେ GFS2 କୁ ସମ୍ପୂର୍ଣ୍ଣ ସହାୟତା ଅବସ୍ଥିତି ତାଲିକାରେ ସାମିଲ କରିବାର ଲକ୍ଷ୍ଯ ଅଛି। ସେହି ଅବସ୍ଥାନରେ ମଧ୍ଯ ଗୋଟିଏ ରୂପାନ୍ତରଣ ଉପଯୋଗୀତା ଅଛି, gfs2_convert, ଯାହାକି ଗୋଟିଏ GFS ଫାଇଲତନ୍ତ୍ରର ଅଧି ତଥ୍ଯକୁ ଗୋଟିଏ GFS2 ଫାଇଲତନ୍ତ୍ରରେ ରୂପାନ୍ତରିତ କରି ସେହିଗୁଡିକର ଅଦ୍ଯତନ କରିପାରିବ।

FS-Cache

ଦୂର ଫାଇଲତନ୍ତ୍ର ପାଇଁ FS-Cache ଗୋଟିଏ ସ୍ଥାନୀୟ ସ୍ବଳ୍ପ ସଞ୍ଚୟ ସୁବିଧା ଅଟେ; ଗୋଟିଏ ସ୍ଥାନୀୟ ଆରୋହିତ ଡିସ୍କରେ NFS ତଥ୍ଯକୁ ସଞ୍ଚୟ କରିବା ପାଇଁ ଏହା ଚାଳକକୁ ଅନୁମତି ପ୍ରଦାନ କରିଥାଏ। FS-Cache ସୁବିଧାକୁ ବ୍ଯବସ୍ଥାପନ କରିବା ପାଇଁ, cachefilesd RPM କୁ ସ୍ଥାପନ କରନ୍ତୁ ଏବଂ /usr/share/doc/cachefilesd-<version>/README ରେ ଥିବା ଅନୁଦେଶକୁ ପଢନ୍ତୁ।

<version> କୁ ସ୍ଥାପିତ cachefilesd ପ୍ଯାକେଜର ଆପେକ୍ଷିକ ସଂସ୍କରଣ ସହିତ ବଦଳାନ୍ତୁ।

Compiz

Compiz ଗୋଟିଏ OpenGL- ଆଧାରିତ ସଂଯୁକ୍ତ ୱିଣ୍ଡୋ ପରିଚାଳକ ଅଟେ। ନିୟମିତ ୱିଣ୍ଡୋ ପରିଚାଳନା ସହିତ, compiz ଗୋଟିଏ ସଂଯୁକ୍ତ ପରିଚାଳକ ଭାବରେ ମଧ୍ଯ କାର୍ଯ୍ଯ କରିଥାଏ। ଆହୁରି ମଧ୍ଯ ସ୍ବଳ୍ପ କମ୍ପନ ଏବଂ ଅଧିକ ସ୍ପଷ୍ଟ ଅନୁଭବ ପାଇଁ ଗୋଟିଏ ସମତଳ ଡେସ୍କଟପ ପ୍ରଦାନ କରିବା ପାଇଁ ଏହା ସମୁଦାୟ ଡେସ୍କଟପ ପୁନଃଚିତ୍ରଣ ପ୍ରକ୍ରିୟାକୁ ଶୃଙ୍ଖଳିତ ଏବଂ ସମକାଳିତ ଭାବରେ ସମ୍ପାଦନ କରିଥାଏ।

ପ୍ରଭାବ ମାନଙ୍କୁ ଚିତ୍ରଣ କରିବା ପାଇଁ Compiz ଜୀବନ୍ତ ଥମ୍ବନେଲ ୱିଣ୍ଡୋ ଏବଂ ୱିଣ୍ଡୋ ଡ୍ରୋପ ଛାୟା, ଆହୁରି ମଧ୍ଯ ଜୀବନାୟନ ୱିଣ୍ଡୋ କ୍ଷୁଦ୍ରତମନ ଏବଂ ଆଭାସୀ ଡେସ୍କଟପ ମଧ୍ଯରେ ସଂକ୍ରମଣ ପରି 3D ହାର୍ଡୱେର ତ୍ବରଣ ମାନଙ୍କୁ ବ୍ଯବହାର କରିଥାଏ।

ଉପସ୍ଥିତ ଚିତ୍ରଣ ସ୍ଥାପତ୍ଯର ସୀମାବଦ୍ଧତା ଯୋଗୁଁ, compiz OpenGL ପ୍ରୟୋଗ ମାନଙ୍କ ସହିତ କିମ୍ବା Xv ଅନୁଲଗ୍ନ ବିଶିଷ୍ଟ ପ୍ରୟୋଗ ମାନଙ୍କର ପ୍ରତ୍ଯେକ୍ଷ ଚିତ୍ରଣ ସହିତ ସଠିକ ଭାବରେ କାର୍ଯ୍ଯ କରିପାରିବ ନାହିଁ। ଏହି ପ୍ରୟୋଗ ଗୁଡିକ ସୁରକ୍ଷିତ ଶିଳ୍ପକୃତି ଚିତ୍ରଣ ପ୍ରଦର୍ଶନ କରିଥାଆନ୍ତି; ଏଥିପାଇଁ, compiz ବର୍ତ୍ତମାନ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଅଟେ।

Ext3 ପାଇଁ ବର୍ଦ୍ଧନ

Red Hat Enterprise Linux 5 ରେ, EXT3 ଫାଇଲତନ୍ତ୍ରର ଦକ୍ଷତା ୮ ଟେରା-ବାଇଟର ପରିସୀମାକୁ ଅତିକ୍ରମ କରି ୧୬ ଟେରା-ବାଇଟ ପର୍ଯ୍ଯନ୍ତ ବୃଦ୍ଧି ହେଇଛି। ଏହି ଦକ୍ଷତାକୁ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ଅନ୍ତର୍ଭୂକ୍ତ କରାଯାଇଛି, ଏବଂ Red Hat Enterprise Linux 5 ର ଭବିଷ୍ଯତ ସଂସ୍କରଣରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାର ଲକ୍ଷ୍ଯ ରଖାଯାଇଛି।

AIGLX

AIGLX ପୂର୍ଣ୍ଣ ସମର୍ଥିତ X ସେବକର ଗୋଟିଏ ପ୍ରଯୁକ୍ତଜ୍ଞାନ ପୂର୍ବାବଲୋକନ ଗୁଣ ଅଟେ। ଗୋଟିଏ ସାଧାରଣ ଡେସ୍କଟପରେ GL-ତ୍ବରିତ ପ୍ରଭାବ ମାନଙ୍କୁ ସକ୍ରିୟ କରିବା ପାଇଁ ଏହା ଲକ୍ଷ୍ଯ କରିଅଛି। ଏହି ଯୋଜନାଟି ନିମ୍ନଲିଖିତ ଉପାଦାନ ମାନଙ୍କୁ ଧାରଣ କରିଅଛି:

  • ସରଳତାର ସହିତ ରୂପାନ୍ତରିତ ଗୋଟିଏ X ସେବକ

  • ଗୋଟିଏ ଅଦ୍ଯତିତ ମେସା ପ୍ଯାକେଜ ଯାହାକି ନୂତନ ପ୍ରଟୋକଲ ସହାୟତା ଯୋଗ କରିଥାଏ

ଏହି ଉପାଦାନ ମାନଙ୍କୁ ସ୍ଥାପନ କରି, ଅତି କମ ପରିବର୍ତ୍ତନ ମାନଙ୍କ ସହିତ ଆପଣ ଆପଣଙ୍କ ଡେସ୍କଟପରେ GL-ତ୍ବରିତ ପ୍ରଭାବ ପାଇପାରିବେ, ଆହୁରି ମଧ୍ଯ ଆପଣଙ୍କ X ସେବକକୁ ନ ବଦଳାଇ ଇଚ୍ଛାନୁସାରେ ସେମାନଙ୍କୁ ସକ୍ରିୟ ଏବଂ ନିଷ୍କ୍ରିୟ କରିବାର ଦକ୍ଷତା ହାସଲ କରିପାରିବେ। ହାର୍ଡୱେର GLX ତ୍ବରଣର ସୁବିଧା ପାଇବା ପାଇଁ AIGLX ଦୂର GLX ପ୍ରୟୋଗ ମାନଙ୍କୁ ମଧ୍ଯ ସକ୍ରିୟ କରିଥାଏ।

Frysk GUI

frysk ଯୋଜନାର ଲକ୍ଷ୍ଯ ହେଉଛି ଗୋଟିଏ କୁଶଳ, ବିତରିତ, ସର୍ବାଦା ଅନ ଥାଇ ତନ୍ତ୍ର ଉପରେ ଦୃଷ୍ଟି ରଖୁଥିବା ଏବଂ ତନ୍ତ୍ରକୁ ତୃଟିମୁକ୍ତ କରୁଥିବା ଉପକରଣ ସୃଷ୍ଟି କରିବା ଯାହାକି ବିକାଶକାରୀ ଏବଂ ତନ୍ତ୍ର ପ୍ରଶାସକ ମାନଙ୍କୁ ନିମ୍ନଲିଖିତ କାର୍ଯ୍ଯ କରିବା ପାଇଁ ଅନୁମତି ପ୍ରଦାନ କରିଥାଏ:

  • ଚଳନ୍ତି ପ୍ରକ୍ରିୟା ଏବଂ ଥ୍ରେଡ ମାନଙ୍କ ଉପରେ ଦୃଷ୍ଟି ରଖିବା (ସୃଷ୍ଟି ଏବଂ ବିନାଶ ଘଟଣା ଏଥିରେ ଅନ୍ତର୍ଭୂକ୍ତ)

  • ପ୍ରାରମ୍ଭିକ ଘଟଣା ମାନଙ୍କୁ ତାଳକନ କରୁଥିବା ପ୍ରକ୍ରିୟା ଉପରେ ଦୃଷ୍ଟି ରଖିବା

  • ଡେଡ-ଲକକୁ ଖୋଲିବା

  • ତଥ୍ଯ ସଂଗ୍ରହ କରିବା

  • ଯେ କୌଣସି ପ୍ରଦତ୍ତ ପ୍ରକ୍ରିୟାକୁ ଗୋଟିଏ ତାଲିକାରୁ ଚୟନ କରି କିମ୍ବା frysk ନିର୍ଦ୍ଦେଶକୁ ଅକାମି ହେଉଥିବା କିମ୍ବା ସଠିକ ଭାବରେ ପ୍ରଦର୍ଶନ କରୁ ନ ଥିବା ଗୋଟିଏ ପ୍ରକ୍ରିୟାରେ ଗୋଟିଏ ଉତ୍ସ ସଙ୍କେତ (କିମ୍ବା ଅନ୍ଯାନ୍ଯ) ୱିଣ୍ଡୋ ଖୋଲିବାର ଅନୁମତି ପ୍ରଦାନ କରି ତୃଟିମୁକ୍ତ କରିବା

Red Hat Enterprise Linux 5 ରେ frysk ଆଲେଖୀକ ଚାଳକ ଅନ୍ତରାପୃଷ୍ଠ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଅଟେ, ଯେଉଁଠାରେ frysk ପାଠ୍ଯ ନିର୍ଦ୍ଦେଶ ଅନ୍ତରାପୃଷ୍ଠ ପୂର୍ଣ୍ଣ ସମର୍ଥିତ ଅଟେ।

Systemtap

ଚଳନ୍ତି Linux ତନ୍ତ୍ର ବିଷୟରେ ତଥ୍ଯ ସଂଗ୍ରହ ପ୍ରକ୍ରିୟାକୁ ସରଳ କରିବା ପାଇଁ Systemtap ମୁକ୍ତ ସଫ୍ଟୱେର (GPL) ସୁସଂଗଠିତ ଭିତ୍ତି ପ୍ରଦାନ କରିଥାଏ। ଏହା ଗୋଟିଏ ପ୍ରଦର୍ଶନ କିମ୍ବା କାର୍ଯ୍ଯତ୍ମକତା ଜନିତ ସମସ୍ଯାର କାରଣ ନିରୂପଣ କରିଥାଏ। systemtap ର ସହାୟତା ଯୋଗୁଁ, ବିକାଶକାରୀ ମାନଙ୍କୁ ଏବେ ତଥ୍ଯ ସଂଗ୍ରହ କରିବା ପାଇଁ ବିରକ୍ତିକର ଏବଂ ବିଦାରଣଶୀଳ ଯନ୍ତ୍ରପାତି, ପୁନଃସଙ୍କଳନ, ସ୍ଥାପନ, ଏବଂ ପୁନର୍ଚାଳନ ପର୍ଯ୍ଯାୟ ଦେଇ ଗତି କରିବା ପାଇଁ ପଡିବ ନାହିଁ।

Dogtail

Dogtail ପାଇଥନରେ ଲେଖା ଯାଇଥିବା ଗୋଟିଏ GUI ପରୀକ୍ଷଣ ଉପକରଣ ଏବଂ ସ୍ବୟଂଚାଳିତ ଗଠନ ଅଟେ ଯାହାକି ଡେସ୍କଟପ ପ୍ରୟୋଗ ମାନଙ୍କୁ ସମ୍ବାଦ ପ୍ରେରଣ କରିବା ପାଇଁ ଅଭିଗମ୍ଯତା ପ୍ରଯୁକ୍ତିଜ୍ଞାନକୁ ବ୍ଯବହାର କରିଥାଏ।

ସମସ୍ତ ଭାରତୀୟ ଭାଷା ମାନଙ୍କ ପାଇଁ ଏବଂ ସିଙ୍ଘାଳୀ ଭାଷା ପାଇଁ ସହାୟତା

ନିମ୍ନଲିଖିତ ଭାଷା ମାନଙ୍କ ପାଇଁ Red Hat Enterprise Linux 5 ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ସହାୟତା ପ୍ରଦାନ କରିଥାଏ:

  • ଆସାମୀ

  • କନ୍ନଡ଼

  • ସିଂହଳୀ

  • ତେଲୁଗୁ

ଏହି ଭାଷା ମାନଙ୍କୁ କିପରି ସ୍ଥାପନ କରିବେ ଏବଂ ଏମାନଙ୍କ ସହାୟତାକୁ କିପରି ସକ୍ରିୟ କରିବେ ସେ ସମ୍ବନ୍ଧିତ ଅଧିକ ସୂଚନା ଜାଣିବା ପାଇଁ, ଏହି ଦଲିଲର ଆନ୍ତର୍ଜାତିକତା ଭାଗକୁ ପଢନ୍ତୁ।

dm-multipath ଉପକରଣ ମାନଙ୍କରେ ସ୍ଥାପନ କରିବା ବିଷୟରେ

dm-multipath ଉପକରଣ ମାନଙ୍କୁ ସନ୍ଧାନ କରିବା, ସୃଷ୍ଟି କରିବା, ଏବଂ ସ୍ଥାପନ କରିବାର କ୍ଷମତା ଆନାକୋଣ୍ଡାର ଅଛି। ଏହି ଗୁଣକୁ ସକ୍ରିୟ କରିବା ପାଇଁ, କର୍ଣ୍ଣଲ ବୁଟ ଧାଡିରେ mpath ପାରାମିଟରକୁ ଯୋଗ କରନ୍ତୁ।

ଏହା ମନେ ରଖନ୍ତୁ ଯେ, ଗୋଟିଏ ଉପକରଣର major:minor ସଂଖ୍ଯା ପରିବର୍ତ୍ତନ ହେଲେ mpath ପାରାମିଟର ଗୋଟିଏ ବୁଟ ବିଫଳତା ସୃଷ୍ଟି କରିପାରେ। ଏହାକୁ Red Hat Enterprise Linux 5 ର ପରବର୍ତ୍ତୀ ଅଦ୍ଯତନର ସମାଧାନ କରାଯିବ।

iSCSI ସଫ୍ଟୱେର ପ୍ରାରମ୍ଭକ ପାଇଁ ସ୍ଥାପନ / ବୁଟ (open-iscsi)

ଆନାକୋଣ୍ଡା ବର୍ତ୍ତମାନ ଗୋଟିଏ iSCSI ଉପକରଣକୁ ସ୍ଥାପନ କରିବା ପାଇଁ ଦକ୍ଷତା ପ୍ରଦାନ କରିଥାଏ। QLogic qla4xxx ହାର୍ଡୱେର ପ୍ରାରମ୍ଭକ ସହିତ ବୁଟ ଏବଂ ସ୍ଥାପନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସମର୍ଥିତ। ତଥାପି, ନିମ୍ନଲିଖିତ ସମସ୍ଯା ଯୋଗୁଁ, open-iscsi ସଫ୍ଟୱେର ପ୍ରାରମ୍ଭକ ପାଇଁ ଗୋଟିଏ iSCSI ଉପକରଣ ସ୍ଥାପନ କରିବାର ଦକ୍ଷତାକୁ ବର୍ତ୍ତମାନ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ବିଚାର କରାଯାଉଛି।

  • ପାଠ୍ଯ ଧାରା ସ୍ଥାପନ ସମାପ୍ତ ହେଉ ନାହିଁ। ଆପଣ ଗୋଟିଏ ଆଲେଖୀକ ସ୍ଥାପନ କରିବା ଉଚିତ, କିମ୍ବା ଗୋଟିଏ ସ୍ବୟଂଚାଳିତ କିକ-ଷ୍ଟାର୍ଟ ସ୍ଥାପନ କରିବା ଉଚିତ।

  • ମାଧ୍ଯମ ଆଧାରିତ ସ୍ଥାପନ ସମାପ୍ତ ହେଉ ନାହିଁ। ଆପଣ ଗୋଟିଏ ନେଟୱାର୍କ ଆଧାରିତ ସ୍ଥାପନ କରିବା ଉଚିତ।

  • ଘଟଣା ମାନଙ୍କର ସମୟ ଉପରେ ନିର୍ଭର କରି, ସମସ୍ତ iSCSI ଲକ୍ଷ୍ଯ କିମ୍ବା LUN ମାନଙ୍କୁ ଖୋଜିବାରେ ଆନାକୋଣ୍ଡା ଅସମର୍ଥ ହୋଇପାରେ। ଏହା ଘଟିବା ସମୟରେ, iSCSI ନିର୍ଦ୍ଦେଶ ମାନଙ୍କ ମଧ୍ଯ ଦେଇ ଭଣ୍ଡାର ମାନଙ୍କୁ ବିନ୍ଯାସ କରିବା ପାଇଁ ସ୍ଥାପକ ଆବରଣକୁ ବ୍ଯବହାର କରନ୍ତୁ।

  • iscsid ଡେମନଟି ସଠିକ ଭାବରେ ପ୍ରାରମ୍ଭ ହୋଇ ନ ପାରେ। ଏପରି ଏକ ଘଟଣା ତନ୍ତ୍ରକୁ iSCSI ତୃଟି ମାନଙ୍କୁ ନିୟନ୍ତ୍ରଣ କରିବାରୁ ଅଟକାଇ ଥାଏ, ଉଦାହରଣ ସ୍ବରୂପ ନେଟୱାର୍କ ସମସ୍ଯା, SCSI/iSCSI ସମୟ ସମାପ୍ତି, ଏବଂ ଲକ୍ଷ୍ଯ ତୃଟି। iscsid ଡେମନ ଚାଲୁଅଛି ବୋଲି ନିଶ୍ଚିତ କରିବା ପାଇଁ, iscsiadm -m session -i ନିର୍ଦ୍ଦେଶକୁ ଚଳାନ୍ତୁ ଏବଂ Internal iscsid Session State: ଧାଡିଟି ଗୋଟିଏ ମୂଲ୍ଯ (ଏହା ଯେ କୌଣସି ମୂଲ୍ଯ ହୋଇପାରେ) ବିଷୟରେ ଅବଗତ କରାଉଛି ବୋଲି ଯାଞ୍ଚ କରନ୍ତୁ।

  • କିଛି ନିର୍ଦ୍ଦିଷ୍ଟ iSCSI ଲକ୍ଷ୍ଯ ନିଷ୍ପାଦନ କରୁଥିଲେ, ତନ୍ତ୍ରଟି ବନ୍ଦ ହେବା ସମୟରେ ଲଟକି ଯାଇପାରେ।

  • କିଛି ନିର୍ଦ୍ଦିଷ୍ଟ iSCSI ଲକ୍ଷ୍ଯ ନିଷ୍ପାଦନ କରୁଥିଲେ, ତନ୍ତ୍ରଟି ପୁନର୍ଚାଳିତ ହେବା ସମୟରେ ଲଟକି ଯାଇପାରେ। ଏହାକୁ ଏଡାଇବା ପାଇଁ, ତନ୍ତ୍ରକୁ ବନ୍ଦ କରନ୍ତୁ ଏବଂ ଏହାକୁ ପୁନର୍ବାର ବୁଟ କରନ୍ତୁ (ଗୋଟିଏ ଅଧିବେଶନରୁ ସିଧାସଳଖ ପୁନର୍ଚାଳନ କରିବା ପରିବର୍ତ୍ତେ)।

  • IBM System p ରେ iSCSI ଉପକରଣ ମାନଙ୍କରୁ ବୁଟ କରିବା ଦ୍ବାରା ଏହା ବିଶ୍ବସ୍ତ ଭାବରେ କାର୍ଯ୍ଯ କରି ନ ଥାଏ। ଗୋଟିଏ iSCSI ଉପକରଣରେ ସ୍ଥାପନ ସଫଳ ହୋଇଥିବା ପରି ଜଣା ପଡୁଥିବା ସମୟରେ, ଅନ୍ତିମ ସ୍ଥାପନ ସଠିକ ଭାବରେ ବୁଟ ହୋଇ ନ ପାରେ।

  • ସ୍ଥାପନ ପରେ ପ୍ରଥମ ବୁଟରେ, ଆପଣ ନିମ୍ନରେ ଉଲ୍ଲେଖ କରା ଯାଇଥିବା ପରି SELinux ତୃଟି ମାନଙ୍କୁ ପାଇ ପାରନ୍ତି:

    kernel: audit(1169664832.270:4): avc:  denied  { read
    } for  pid=1964 comm="iscsid" 
    

    ଏହାକୁ ସମାଧାନ କରିବା ପାଇଁ, enforcing=0 କର୍ଣ୍ଣଲ ପାରାମିଟର ସହିତ ତନ୍ତ୍ରକୁ ବୁଟ କରନ୍ତୁ। ଥରେ ତନ୍ତ୍ରଟି ସଠିକ ଭାବରେ ବୁଟ ହୋଇସାରିଲା ପରେ, enforcing ଧାରାକୁ ସଂରକ୍ଷଣ କରିବା ପାଇଁ setenforce 1 ନିର୍ଦ୍ଦେଶକୁ ଚଳାନ୍ତୁ।

ଏହି ପ୍ରତିବନ୍ଧକୁ ଭବିଷ୍ଯତ Red Hat Enterprise Linux 5 ଅଦ୍ଯତନରେ ଆଲୋଚନା କରାଯିବ।

ଜ୍ଞାତ ସମସ୍ଯା

  • ଆଧାର ବସ ଏଡେପ୍ଟର ଯାହାକି MegaRAID ଡ୍ରାଇଭରକୁ ବ୍ଯବହାର କରିଥାଏ, ତାହାକୁ "I2O" ପରିବର୍ତ୍ତେ "ବହୁଳ ଭଣ୍ଡାର" ଯନ୍ତ୍ରାନୁକରଣ ଧାରାରେ ଚଳାଇବା ପାଇଁ ବିନ୍ଯାସ କରିବା ଉଚିତ। ଏପରି କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପ ମାନଙ୍କୁ ଅନୁସରଣ କରନ୍ତୁ:

    1. MegaRAID BIOS ବ୍ଯବସ୍ଥାପନ ଉପଯୋଗୀତାକୁ ଭରଣ କରନ୍ତୁ।

    2. ଏଡେପ୍ଟର ବିନ୍ଯାସ ତାଲିକାକୁ ଭରଣ କରନ୍ତୁ।

    3. ଅନ୍ଯାନ୍ଯ ଏଡେପ୍ଟର ଅଧୀନରେ, ଯନ୍ତ୍ରାନୁକରଣ ଧାରାକୁ ଚୟନ କରନ୍ତୁ ଏବଂ ଏହାକୁ ବହୁସଂଖ୍ଯକ ଭଣ୍ଡାର ସହିତ ବିନ୍ଯାସ କରନ୍ତୁ।

    ଯଦି ଏଡେପ୍ଟରକୁ ଭୂଲବଶତଃ "I2O" ଯନ୍ତ୍ରାନୁକରଣ ଧାରାରେ ବିନ୍ଯାସ କରାଯାଇଛି, ତାହାହେଲେ ତନ୍ତ୍ରଟି i2o ଡ୍ରାଇଭରକୁ ଧାରଣ କରିବା ପାଇଁ ପ୍ରଚେଷ୍ଟା କରିବ। ଏହା ବିଫଳ ହେବ, ଏବଂ ଠିକ ଡ୍ରାଇଭରକୁ ଲୋଡ କରିବାରୁ ଅଟକାଇବ।

    ପୂର୍ବ Red Hat Enterprise Linux ପ୍ରକାଶନ ସାଧାରଣତଃ MegaRAID ଡ୍ରାଇଭର ପୂର୍ବରୁ I20 ଡ୍ରାଇଭରକୁ ଧାରଣ କରିବା ପାଇଁ ପ୍ରଚେଷ୍ଟା କରି ନ ଥାଏ। ଏହା ଉପରେ ଦୃଷ୍ଟିପାତ ନ କରି, Linux ବ୍ଯବହାର କରୁଥିବା ସମୟରେ ହାର୍ଡୱେରକୁ ସର୍ବଦା "ବହୁଳ ଭଣ୍ଡାର" ଯନ୍ତ୍ରାନୁକରଣ ଧାରାରେ ବିନ୍ଯାସ କରାଯିବା ଉଚିତ।

  • ଆପଣ ଗୋଟିଏ ସମ୍ପୂର୍ଣ୍ଣ ଆଭାସୀକୃତ ଅତିଥିକୁ vcpus=2 ବିନ୍ଯାସ ସହିତ ସ୍ଥାପନ କଲେ, ସମ୍ପୂର୍ଣ୍ଣ ଆଭାସୀକୃତ ଅତିଥି ବୁଟ ହେବା ପାଇଁ ଅଜଥା ଅଧିକ ସମୟ ନେଇପାରେ।

    ଏହି ସମସ୍ଯାକୁ ସମାଧାନ କରିବା ପାଇଁ, ଧୀର-ବୁଟିଙ୍ଗ ଅତିଥିକୁ xm destroy <guest id> ନିର୍ଦ୍ଦେଶ ଚଳାଇ ନଷ୍ଟ କରିଦିଅନ୍ତୁ ଏବଂ ପରବର୍ତ୍ତୀ ସମୟରେ ସେହି ସମାନ ଅତିଥିକୁ ପ୍ରାରମ୍ଭ କରିବା ପାଇଁ xm create <guest id> କୁ ପ୍ରୟୋଗ କରନ୍ତୁ।

  • Red Hat Enterprise Linux 5 openmpi-1.1.1-4.el5 ଫାଇଲକୁ (OFED 1.1 ବିତରଣରୁ ଅନ୍ତର୍ଭୂକ୍ତ କରିଅଛି), ଯାହାକୁ ପରିଣତି ସ୍ବରୂପ ସମ୍ପୂର୍ଣ୍ଣ ରୂପେ କାର୍ଯ୍ଯ ବନ୍ଦ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଗୋଟିଏ ପରିବର୍ତ୍ତନଶୀଳ ସମୟ ପାଇଁ openmpi ଥାକଟି ଆଶାନୁଯାୟୀ କାର୍ଯ୍ଯ କରିବା ପରେ ଏହା ଘଟିଥାଏ।

    openmpi ର ଅଦ୍ଯତିତ ସଂସ୍କରଣ ମାନଙ୍କ ପାଇଁ, ଦୟାକରି ନିମ୍ନଲିଖିତ ୟୁ.ଆର.ଏଲ. କୁ ଦେଖନ୍ତୁ http://people.redhat.com/dledford/Infiniband/openmpi

  • Windows 2003 ସେବକକୁ ଗୋଟିଏ ଅତିଥି ଭାବରେ ଗୋଟିଏ ପୂର୍ଣ୍ଣ ଆଭାସୀକୃତ Red Hat Enterprise Linux 5 ତନ୍ତ୍ରରେ ସ୍ଥାପନ କରିବା ଦ୍ବାରା ଏହା ସ୍ଥାପନ ପ୍ରକ୍ରିୟାର ପ୍ରଥମ ପର୍ଯ୍ଯାୟ ସମ୍ପୂର୍ଣ୍ଣ କରିସାରିବା ପରେ ଅପ୍ରତ୍ଯାଶିତ ଭାବରେ ବନ୍ଦ ହୋଇଯାଏ। ଏହା ଘଟିଲେ, ଆଲେଖୀକ କନଶୋଲ ୱିଣ୍ଡୋଟି ବନ୍ଦ ହୋଇଯାଏ, ଏବଂ ଅତିଥି ଆଭାସୀ ମେସିନ ପରିଚାଳକଙ୍କ ମେସିନ ମାନଙ୍କ ତାଲିକାରୁ ଅଦୃଶ୍ଯ ହୋଇଯାଏ, ଯାହାକି ଗୋଟିଏ Broken pipe ତୃଟି ଦେଇଥାଏ।

    ଗୋଟିଏ ଆଗନ୍ତୁକ Red Hat Enterprise Linux 5 ଅଦ୍ଯତନରେ ଏହି ସମସ୍ଯାକୁ ସମାଧାନ କରାଯିବ। ଏହା ସହିତ କାମ କରିବା ପାଇଁ, ଟର୍ମିନାଲରେ ନିମ୍ନଲିଖିତ ନିର୍ଦ୍ଦେଶକୁ ପ୍ରୟୋଗ କରନ୍ତୁ:

    xm create /etc/xen/<name of guest machine>

    ପରବର୍ତ୍ତୀ ସମୟରେ, ଆଭାସୀ ମେସିନକୁ ଖୋଲନ୍ତୁ।

  • ଗୋଟିଏ ସି.ଡି. / ଡି.ଭି.ଡି ରୁ ଗୋଟିଏ ସମ୍ପୂର୍ଣ୍ଣ ଆଭାସୀକୃତ Windows Server 2003 ସୃଷ୍ଟି କରିବାକୁ ପ୍ରଚେଷ୍ଟା କରିବା ସମୟରେ, ଅତିଥି ସ୍ଥାପନର ଦ୍ବିତୀୟ ଅବସ୍ଥା ମୁକ୍ତ ପୁନର୍ଚାଳନ ପ୍ରକ୍ରିୟାକୁ ଜାରି ରଖିବ ନାହିଁ।

    ଏହାକୁ ସମାଧାନ କରିବା ପାଇଁ, /etc/xen/<name of guest machine> ରେ ସଠିକ ଭାବରେ ଗୋଟିଏ ପ୍ରବିଷ୍ଟିକୁ ଯୋଗ କରି ସି.ଡି. / ଡି.ଭି.ଡି. ଉପକରଣ ମାନଙ୍କ ପାଇଁ ସମ୍ପାଦନ କରନ୍ତୁ।

    ଯଦି ଗୋଟିଏ ସାଧରଣ ଫାଇଲରେ କରାଯାଇଥିବା ସ୍ଥାପନକୁ ଗୋଟିଏ ଆଭାସୀ ତନ୍ତ୍ର ଭାବରେ ବ୍ଯବହାର କରାଯାଏ, /etc/xen/<name of guest machine>disk ଧାଡି ନିମ୍ନଲିଖିତ ଭାବରେ ପଢିବ:

    disk = [ 'file:/PATH-OF-SIMPLE-FILE,hda,w']
    

    ଆଧାରରେ /dev/dvd ଭାବରେ ଅବସ୍ଥିତ ଗୋଟିଏ ଡି.ଭି.ଡି.-ରମ ଉପକରଣକୁ ସ୍ଥାପନର ଦ୍ବିତୀୟ ସୋପାନରେ 'phy:/dev/dvd,hdc:cdrom,r' ପରି ଏକ ପ୍ରବିଷ୍ଟି ଯୋଗ କରି hdc ଭାବରେ ଉପଲବ୍ଧ କରାଯାଇ ପାରିବ। ଉଦାହରଣ ସ୍ବରୂପ, ଡିସ୍କ ଧାଡିକୁ ନିମ୍ନଲିଖିତ ଶୈଳୀରେ ପଢାଯିବା ଉଚିତ:

    disk = [ 'file:/opt/win2003-sp1-20061107,hda,w', 'phy:/dev/dvd,hdc:cdrom,r']
    

    ପୂର୍ବ ନିଶ୍ଚିତ ଉପକରଣ ପଥ ଆପଣଙ୍କ ହାର୍ଡୱେର ଉପରେ ନିର୍ଭର କରି ବଦଳିପାରେ।

  • domU କୁ rmmod xennet ଅକାମି କରିଥାଏ, ଏହା ଆଭାସୀକରଣ ଗୁଣରେ ଥିବା ବୃହତ ସାରଣୀ ସମସ୍ଯା ଯୋଗୁଁ ହେଇଥାଏ। ବୃହତ ସାରଣୀ କାର୍ଯ୍ଯକୁ ତାଳହୀନ ଭାବରେ ପ୍ରକାଶନ କରିବା ପାଇଁ ଆଭାସୀକରଣ ଗୁଣର ସାମ୍ପ୍ରତିକ ଅକ୍ଷମତା ଯୋଗୁଁ, ଅତିଥିରେ xennet ଏକକାଂଶକୁ ବିସ୍ଥାପନ କରିବା ଅସୁରକ୍ଷିତ ଅଟେ। ଏପରି ପରିସ୍ଥିତିରେ, ବୃହତ ସାରଣୀ ଗୁଡିକୁ ପୃଷ୍ଠଭାଗ-ଅଗ୍ରଭାଗ ସମ୍ବାଦ ବିନିମୟ ପାଇଁ ବ୍ଯବହାର କରାଯାଏ, ଏବଂ ଗୋଟିଏ ଅବଶ୍ଯମ୍ଭାବୀ ସ୍ମୃତି କ୍ଷୟ ସୃଷ୍ଟି କରୁଥିବା ସୂଚକ ମାନଙ୍କୁ ପୃଷ୍ଠଭାଗ ପ୍ରକାଶିତ କରିବା ବୋଲି ଦୃଢ ଭାବରେ କହିହେବ ନାହିଁ।

    ଏହି ସମସ୍ଯାକୁ Red Hat Enterprise Linux 5 ର ପରବର୍ତ୍ତୀ କ୍ଷୁଦ୍ର ପ୍ରକାଶନରେ ସମାଧାନ କରାଯିବ। ବର୍ତ୍ତମାନ, ଚାଳକ ମାନଙ୍କୁ ଅତିଥି ତନ୍ତ୍ରରୁ xennet ଏକକାଂଶକୁ ବିସ୍ଥାପନ ନ କରିବା ପାଇଁ ପରାମର୍ଶ ଦିଆଯାଉଛି।

  • ethtool eth0 ନିର୍ଦ୍ଦେଶକୁ ଚଳାଇଲେ ଏହା ଇଥରନେଟ କାର୍ଡ ବିଷୟରେ ଅସମ୍ପୂର୍ଣ୍ଣ ସୂଚନା ଦେଇଥାଏ। ଏହା କେବଳ ସେହି ତନ୍ତ୍ର ମାନଙ୍କରେ ଘଟିଥାଏ ଯାହାକି ଆଭାସୀକରଣ କର୍ଣ୍ଣଲ ଚଳାଇଥାଏ, ଯେହେତୁ ଆଭାସୀକରଣ ଗୁଣ ଗୋଟିଏ ଏପରି ନେଟୱାର୍କ ବ୍ଯବସ୍ଥାପନ ବ୍ଯବହାର କରୁଅଛି ଯେଉଁଠାରେ ଭୌତିକ ଇଥରନେଟ ଉପକରଣ peth0 ଭାବରେ ଚିହ୍ନିତ। ଉଦାହରଣ ସ୍ବରୂପ, ଭୌତିକ ଇଥରନେଟ ଉପକରଣ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ethtool peth0 ସଠିକ ନିର୍ଦ୍ଦେଶ ଅଟେ।

  • HP ତନ୍ତ୍ରର xw9300 ଏବଂ xw9400 ନମୁନାରେ ଆଭାସୀକରଣ ଗୁଣକୁ ସ୍ଥାପନ କରିବା ଦ୍ବାରା ଏହା time went backwards ଚେତାବନୀ ଦେଇଥାଏ।

    xw9400 ମେସିନ ମାନଙ୍କ ପାଇଁ ଏହି ସମସ୍ୟାକୁ ସମାଧାନ କରିବା ପାଇଁ, HPET କାଳ ମାପକକୁ ସକ୍ରିୟା କରିବା ପାଇଁ BIOS ସଂଯୋଜନାକୁ ବିନ୍ଯାସ କରନ୍ତୁ। ଏହା ମନେ ରଖନ୍ତୁ ଯେ ଏହି ବିକଳ୍ପଟି କେବଳ xw9300 ମେସିନ ମାନଙ୍କ ପାଇଁ ଉପଲବ୍ଧ।

    ଗୋଟିଏ ନୂତୱ BIOS ପ୍ରତିଛବି ଉପଲବ୍ଧ ହେଲେ, HP xw9300 ଏବଂ xw9400 ଚାଳକ ମାନଙ୍କୁ ସୂଚୀତ କରିବ।

  • nVidia CK804 ଚିପସେଟ ସ୍ଥାପିତ ଥିବା ଗୋଟିଏ ତନ୍ତ୍ରରେ Red Hat Enterprise Linux 5 ବ୍ଯବହାର କରିବା ସମୟରେ, ଆପଣ ନିମ୍ନଲିଖିତ ପରି କର୍ଣ୍ଣଲ ସନ୍ଦେଶ ପାଇପାରନ୍ତି।

    kernel: assign_interrupt_mode Found MSI capability
    kernel: pcie_portdrv_probe->Dev[005d:10de] has invalid IRQ. Check vendor BIOS
    

    ଏହି ସନ୍ଦେଶଟି ଏହା ସୂଚୀତ କରୁଛି ଯେ କିଛି PCI-E ସଂଯୋଗିକୀ ଗୁଡିକ ICQ ମାନଙ୍କୁ ନିବେଦନ କରୁ ନାହାଁନ୍ତି। ଆହୁରି ମଧ୍ଯ, କୌଣସି ପରିସ୍ଥିତିରେ, ଏହି ସନ୍ଦେଶ ଗୁଡିକ ମେସିନର କାର୍ଯ୍ଯକଳାପକୁ ପ୍ରଭାବିତ କରନ୍ତି ନାହିଁ।

  • କିଛି Cisco Aironet ବେତାର ଉପକରଣ ଗୁଡିକ ଗୋଟିଏ SSID ପ୍ରସାରଣ କରୁ ନ ଥିବା ବେତାର ନେଟୱାର୍କ ମାନଙ୍କର ସଂଯୋଗ ବିବରଣୀ ସଂରକ୍ଷଣ କରିବାରୁ ନେଟୱାର୍କ ପରିଚାଳକକୁ ଅଟକାଇଥାନ୍ତି। ଏହା Cisco Aironet ବେତାର ଉପକରଣ ଫାର୍ମୱେର ସୀମାବଦ୍ଧତା ଯୋଗୁଁ ହେଇଥାଏ।

  • Cisco Aironet MPI-350 ବେତାର କାର୍ଡ ଥିବା ଲାପଟପ ଗୁଡିକ ତାର ସଂଯୋଜିତ ଇଥରନେଟ ସଂଯୋଗିକୀ ବ୍ଯବହାର କରି ଯେ କୌଣସି ନେଟୱାର୍କ ଆଧାରିତ ସ୍ଥାପନ ସମୟରେ ଗୋଟିଏ DHCP ଠିକଣା ପାଇବାକୁ ପ୍ରଚେଷ୍ଟା କରୁଥିବା ସମୟରେ ଅଟକି ଯାଇପାରନ୍ତି।

    ଏହାକୁ ସମାଧାନ କରିବା ପାଇଁ, ଆପଣଙ୍କ ସ୍ଥାପନ ପାଇଁ ସ୍ଥାନୀୟ ମାଧ୍ଯମକୁ ବ୍ଯବହାର କରନ୍ତୁ। ପର୍ଯ୍ଯାୟକ୍ରମିକ ଭାବରେ, ସ୍ଥାପନ ପୂର୍ବରୁ ଲାପଟପର BIOS ରେ ଆପଣ ବେତାର କାର୍ଡକୁ ନିଷ୍କ୍ରିୟ କରିପାରିବେ (ସ୍ଥାପନ ସମାପ୍ତ ହେବା ପରେ ଆପଣ ବେତାର କାର୍ଡକୁ ପୁନଃ ସକ୍ରିୟ କରିପାରିବେ)।

  • ବର୍ତ୍ତମାନ, system-config-kickstart ପ୍ଯାକେଜ ଚୟନ କିମ୍ବା ବିଚୟନ ବିକଳ୍ପକୁ ସମର୍ଥନ କରୁ ନାହିଁ। system-config-kickstart ବ୍ଯବହାର କରିବା ସମୟରେ, ପ୍ଯାକେଜ ଚୟନ ବିକଳ୍ପ ଏହା ନିଷ୍କ୍ରିୟ ଅଛି ବୋଲି ସୂଚାଇଥାଏ। କାରଣ system-config-kickstart ସାମୂହିକ ସୂଚନା ସଂଗ୍ରହ କରିବା ପାଇଁ yum ବ୍ଯବହାର କରିଥାଏ, କିନ୍ତୁ Red Hat Network ସହିତ ସଂଯୋଗ କରିବା ପାଇଁ yum କୁ ବିନ୍ଯାସ କରିବାରେ ଅସମର୍ଥ ଅଟେ।

    ଏହି ସମସ୍ଯାକୁ ବର୍ତ୍ତମାନ Red Hat Enterprise Linux 5 ର ପରବର୍ତ୍ତୀ କ୍ଷୁଦ୍ର ସଂସ୍କରଣ ପୂର୍ବରୁ ସମାଧାନ କରିବା ପାଇଁ ପରୀକ୍ଷା କରାଯାଉଛି। ବର୍ତ୍ତମାନ, ଆପଣ ଆପଣଙ୍କ କିକ-ଷ୍ଟାର୍ଟ ଫାଇଲ ମାନଙ୍କରେ ହସ୍ତକୃତ ଭାବରେ ପ୍ଯାକେଜ ବିଭାଗ ମାନଙ୍କୁ ଅଦ୍ଯତନ କରିବା ଉଚିତ। ଗୋଟିଏ କିକ-ଷ୍ଟାର୍ଟ ଫାଇଲକୁ ଖୋଲିବା ପାଇଁ system-config-kickstart ପ୍ରୟୋଗ କରିବା ସମୟରେ, ଏହା ସମସ୍ତ ପ୍ଯାକେଜ ସୂଚନାକୁ ଏଠାରେ ସଂଗ୍ରହ କରିବ ଏବଂ ଏହାକୁ ଆପଣ ସଂରକ୍ଷଣ କରିବା ସମୟରେ ସେହି ସ୍ଥାନରେ ଲେଖିଦେବ।

  • ଶାଟା ନିୟନ୍ତ୍ରଣ ବିଶିଷ୍ଟ ତନ୍ତ୍ର ଗୁଡିକ ବୁଟ ପ୍ରକ୍ରିୟା ସମୟରେ ନିମ୍ନଲିଖିତ ତୃଟି ସନ୍ଦେଶ ମାନ ପ୍ରଦର୍ଶନ କରି ଅଟକି ଯାଇପାରେ।

    ata2: port is slow to respond, please be patient
    

    ପରବର୍ତ୍ତୀ ସମୟରେ, ନିମ୍ନଲିଖିତ ତୃଟି ସନ୍ଦେଶ ଦେଖା ଦେଇଥାଏ:

    ata2: reset failed, giving up
    

    ଏହା ମନେ ରଖନ୍ତୁ ଯେ, ଦ୍ବିତୀୟ ତୃଟି ସନ୍ଦେଶ ପରେ ତନ୍ତ୍ରଟି ସାଧାରଣ ବୁଟ ପ୍ରକ୍ରିୟା ଜାରି ରଖିବ। ବିଳମ୍ବ ବ୍ଯତୀଥ, ତନ୍ତ୍ର ଉପରେ କୌଣସି ପ୍ରଭାବ ପଡିବ ନାହି, ଯେପର୍ଯ୍ଯନ୍ତ ସାଚା ଡ୍ରାଇଭର ଗୁଡିକ ଭୌତିକ ଭାବରେ ଉପସ୍ଥିତ ସେଗୁଡିକ ସଠିକ ଭାବରେ ଚିହ୍ନିତ ହେବେ।

  • node 0 ରେ ବିନ୍ଯାସ କରାଯାଇ ନ ଥିବା ସ୍ମୃତି ବିଶିଷ୍ଟ 4-socket AMD Sun Blade X8400 ସେବକ ଏକକାଂଶ ତନ୍ତ୍ର ଗୁଡିକ ବୁଟ ସମୟରେ ଖରାପ ହେଇଯିବେ। ଏହି କର୍ଣ୍ଣଲ ଅସୁବିଧାକୁ ଏଡାଇବା ପାଇଁ ତନ୍ତ୍ର ମାନଙ୍କର ସ୍ମୃତିକୁ node 0 ରେ ବିନ୍ଯାସ କରାଯିବା ଉଚିତ।

  • ଆନାକୋଣ୍ଡା ଦ୍ବାରା LVM ପ୍ରତିଫଳକକୁ ସ୍ଥାପନ କରିବା ବର୍ତ୍ତମାନ ସମର୍ଥିତ ନୁହେଁ। ଏହି ଦକ୍ଷତାକୁ Red Hat Enterprise Linux 5 ର ଭବିଷ୍ଯତ ଅଦ୍ଯତନରେ ଯୋଗ କରାଯିବ।

  • Red Hat Enterprise Linux ISO ପ୍ରତିଛବି ମାନଙ୍କ ଧାରଣ କରିଥିବା NFS ସେବକର ଗୋଟିଏ ଡିରେକ୍ଟୋରିରୁ Red Hat Enterprise Linux 5 କୁ ସ୍ଥାପନ କରିବା ସମୟରେ, ଆନାକୋଣ୍ଡା ନିମ୍ନଲିଖିତ ତୃଟି ସନ୍ଦେଶ ଦେଇପାରେ:

    ପ୍ଯାକେଜ ଅଧିତଥ୍ଯକୁ ପଢିବାରେ ଅସମର୍ଥ। ଏହା ଗୋଟିଏ ଅନୁପସ୍ଥିତ repodata ଡିରେକ୍ଟୋରି ଯୋଗୁଁ ଘଟିଥାଇ ପାରେ। 
    ଦୟାକରି ଏହା ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ସ୍ଥାପନ ବୃକ୍ଷକୁ ସଠିକ ଭାବରେ ଉତ୍ପନ୍ନ କରାଯାଇଛି। ଭଣ୍ଡାର ପାଇଁ 
    repomd.xml ଫାଇଲକୁ ଖୋଲି/ପଢି ପାରିବ ନାହିଁ:
    

    ISO ପ୍ରତିଛବି ମାନଙ୍କୁ ଧାରଣ କରୁଥିବା ଡିରେକ୍ଟୋରିଟି ଆଂଶିକ ଭାବରେ ଖୋଲା ଯାଇଥିବା ସ୍ଥାପନ ବୃକ୍ଷକୁ (ଉଦାହରଣ ସ୍ବରୂପ, ପ୍ରଥମ ISO ରୁ /images ଡିରେକ୍ଟୋରି) ମଧ୍ଯ ଧାରଣ କରିଥିଲେ, ଏହି ସମସ୍ଯାଟି ଘଟିଥାଏ। ଏପରି ଡିରେକ୍ଟୋରି ମାନଙ୍କ ଉପସ୍ଥିତି ଉପରୋକ୍ତ ତୃଟି ସୃଷ୍ଟି କରିଥାଏ।

    ଏହି ତୃଟିକୁ ଏଡାଇବା ପାଇଁ, ସ୍ଥାପନ ISO ପ୍ରତିଛବି ମାନଙ୍କୁ ଧାରଣ କରିଥିବା ଡିରେକ୍ଟୋରି ବ୍ଯତିଥ ଅନ୍ଯ ଡିରେକ୍ଟୋରି ମାନଙ୍କ ପାଇଁ ବୃକ୍ଷ ମାନଙ୍କୁ ଖୋଲନ୍ତୁ।

  • Red Hat Enterprise Linux 5 ର ଏହି ସଂସ୍କରଣରେ /var/log/boot.log କୁ ଲଗ କରୁଥିବା ବୁଟ ସମୟ ଅନୁପଲବ୍ଧ। Red Hat Enterprise Linux 5 ର ଭବିଷ୍ଯତ ଅଦ୍ଯତନରେ ଗୋଟିଏ ଅନୁରୂପ କାର୍ଯ୍ଯତ୍ମକତା ଯୋଗ କରାଯିବ।

  • ଗୋଟିଏ accraid ନିୟନ୍ତ୍ରକ ସହିତ ସଂଯୁକ୍ତ ହେଇଥିବା ଡିସ୍କ ମାନଙ୍କରେ ଗଦା କରିବା ପାଇଁ kexec କିମ୍ବା kdump ଅସମର୍ଥ।

    ଏହି ସମସ୍ଯାକୁ ସମାଧାନ କରିବା ପାଇଁ, ନେଟୱାର୍କକୁ ପଠାଇବା ପାଇଁ scp ନିର୍ଦ୍ଦେଶକୁ ବ୍ଯବହାର କରନ୍ତୁ। ଅନ୍ଯଥା, ଏହାକୁ ଗୋଟିଏ ଭିନ୍ନ ନିୟନ୍ତ୍ରକ ଦ୍ବାରା ଗୋଟିଏ ଡିସ୍କରେ ମଧ୍ଯ ରଖିପାରିବେ।

  • tvtime ଏବଂ xawtv ନିର୍ଦ୍ଦେଶକୁ bttv କର୍ଣ୍ଣଲ ଏକକାଂଶ ସହିତ ଚଳାଇଲେ ଏହା ତନ୍ତ୍ରକୁ ଅଟକାଇ ଦେଇଥାଏ। ଏହି ସମସ୍ଯାକୁ Red Hat Enterprise Linux 5 ର ଆଗନ୍ତୁକ କ୍ଷୁଦ୍ର ସଂସ୍କରଣରେ ସମାଧାନ କରାଯିବ।

    ଏହାକୁ ସମାଧାନ କରିବା ପାଇଁ, କର୍ଣ୍ଣଲ ବୁଟ ଧାଡି ସହିତ mem=3000m ପାରାମିଟର କୁ ଯୋଗ କରନ୍ତୁ।

  • ଏହି ପ୍ରକାଶନର ଅତିରିକ୍ତ ସି.ଡି. ମୋଜିଲା ପ୍ଲଗ-ଇନ୍ସ flash-plugin ଏବଂacroread-plugin ଇତ୍ଯାଦିକୁ ଧାରଣ କରିଅଛି। ଉଭୟ ପ୍ଲଗ-ଇନ ଗୁଡିକ ୩୨-ବିଟ ବିଶିଷ୍ଟ ଅଟନ୍ତି, ଏବଂ ସେମାନଙ୍କୁ ଗୋଟିଏ ୬୪-ବିଟ Firefox ବ୍ରାଉଜର ସହିତ ସ୍ଥାପନ କରିବାକୁ ପରାମର୍ଶ ଦିଆଯାଏ ନାହିଁ।

  • ବିଖଣ୍ଡିତ ସ୍ଥାପନକୁ -- ବିଶେଷତଃ, ଏକାଧିକ ସି.ଡି.-ରମ ମାନଙ୍କୁ ବ୍ଯବହାର କରି ଗୋଟିଏ ସମ୍ପୂର୍ଣ୍ଣ ଆଭାସୀକୃତ ଅତିଥିକୁ ସ୍ଥାପନ କରିବା ଦ୍ବାରା ସ୍ଥାପନ ସି.ଡି. ମାନଙ୍କ ମଧ୍ଯରେ ସୁଇଚ କରିବା ସମୟରେ ଏହା ବିଫଳ ହୋଇପାରେ। ଅତିଥି ପ୍ରଚାଳନ ତନ୍ତ୍ରର ସ୍ଥାପନ ସମୟରେ, ଚାଳକକୁ ସ୍ଥାପନ ସି.ଡି. ମାନଙ୍କୁ ଆରୋହଣ କିମ୍ବା ଅପସାରଣ କରିବାରୁ ଅଟକାଇ ପାରେ, ଯାହାକି ସ୍ଥାପନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାରୁ ଅଟାକାଇ ଥାଏ।

    ଉଦାହରଣ ସ୍ବରୂପ, ଅତିଥି ପ୍ରଚାଳନ ତନ୍ତ୍ର ସ୍ଥାପନ ପ୍ରକ୍ରିୟା ସମୟରେ ସି.ଡି.-ରମ ପ୍ରତିଛବି ମାନଙ୍କ ମଧ୍ଯରେ ସୁଇଚ କରିବା ପାଇଁ QEMU ପ୍ରଦର୍ଶିକା କୋନଶୋଲକୁ ବ୍ଯବହାର କରିବା ପାଇଁ ଆପଣଙ୍କୁ ପରାମର୍ଶ କରା ଯାଇଥାଏ। ଏହି କାର୍ଯ୍ଯପଦ୍ଧତିକୁ ନିମ୍ନରେ ଉଲ୍ଲେଖ କରାଯାଇଛି:

    1. ଅତିଥି ପ୍ରଚାଳନ ତନ୍ତ୍ର ପାଇଁ ଗୋଟିଏ ଆଲେଖୀକ VNC କୋନଶୋଲକୁ ଖୋଲନ୍ତୁ।

    2. ଅତିଥି ପ୍ରଚାଳନ ତନ୍ତ୍ରରେ ସି.ଡି.-ରମ ଉପକରଣକୁ ଅନାରୋହଣ (ଅନ-ମାଉଣ୍ଟ) କରନ୍ତୁ।

    3. Ctrl-Alt-2 କୁ ଦବାଇ QEMU ପ୍ରଦର୍ଶିକା କୋନଶୋଲକୁ ସୁଇଚ କରନ୍ତୁ।

    4. eject hdc ନିର୍ଦ୍ଦେଶକୁ ଚଳାନ୍ତୁ।

    5. change hdc <ଆଧାର ତନ୍ତ୍ରରେ ସି.ଡି.-ରମ ପାଇଁ ପଥ> ନିର୍ଦ୍ଦେଶକୁ ଚଳାନ୍ତୁ।

    6. Ctrl-Alt-1 କୁ ଦବାଇ ଅତିଥି ପ୍ରଚାଳନ ତନ୍ତ୍ର କୋନଶୋଲକୁ ପୁନର୍ବାର ସୁଇଚ କରନ୍ତୁ।

    7. ଅତିଥି ପ୍ରଚାଳନ ତନ୍ତ୍ରରେ ସି.ଡି.-ରମ ଉପକରଣକୁ ଆରୋହଣ (ମାଉଣ୍ଟ) କରନ୍ତୁ।

    ଏହା ମନେ ରଖନ୍ତୁ ଯେ, ଗୋଟିଏ ନିୟମିତ VNC ଗ୍ରାହକକୁ ବ୍ୟବହାର କରିବା ସମୟରେ ଆଧାର X ସେବକ Ctrl-Alt-2 ଏବଂ Ctrl-Alt-1 ନିର୍ଦ୍ଦେଶର ଅର୍ଥ ନିରୂପଣ କରିବା ସମୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରେ। virt-manager ରେ ଏହାକୁ ସମାଧାନ କରିବା ପାଇଁ, sticky keys କୁ ବ୍ୟବହାର କରନ୍ତୁ। Ctrl କୁ ତିନି ଥର ଦବାଇଲେ, ପରବର୍ତ୍ତୀ ଅରୂପାନ୍ତରକ ଏହାକୁ ନ ଦବାଇବା ପର୍ଯ୍ଯନ୍ତ ଏହା "sticky" ହୋଇଯାଏ । ଉଦାହରଣ ସ୍ବରୂପ, Ctrl-Alt-1 କୁ ପଠାଇବା ପାଇଁ, Ctrl-Alt-1 କୁ ଦବାଇବା ପୂର୍ବରୁ Ctrl କୁ ଦୁଇଥର ଦବାନ୍ତୁ।

  • NVIDIA ଆଲେଖୀ କାର୍ଡ ବ୍ଯବହାର କରୁଥିବା କିଛି ମେସିନ ଗୋଟିଏ ଆଲେଖୀକ ଲଗଇନ ବ୍ଯବହାର କରିବା ସମୟରେ ବିକୃତ ଆଲେଖୀ କିମ୍ବା ଅକ୍ଷର ରୂପ ପ୍ରଦର୍ଶନ କରିପାରନ୍ତି। ଏହାକୁ ସମାଧାନ କରିବା ପାଇଁ, ଗୋଟିଏ ଆଲେଖୀକ କୋନଶୋଲକୁ ସୁଇଚ କରନ୍ତୁ ଏବଂ ତାପରେ ପୁନର୍ବାର ସ୍ବାଭାବିକ X ଆଧାରକୁ ପ୍ରତ୍ଯାବର୍ତ୍ତନ କରନ୍ତୁ।

  • ଗୋଟିଏ ବୁଟ ପଥ ରୂପାନ୍ତରକ ଡ୍ରାଇଭର ଅନ୍ତର୍ଭୂକ୍ତ କରିଥିବା ଗୋଟିଏ kmod କୁ ସ୍ଥାପନ କରାଗଲେ, Red Hat Enterprise Linux 5 ଡ୍ରାଇଭର ଅଦ୍ଯତନ ନମୁନା ରୂପାନ୍ତରିତ initrd ପ୍ରତିଛବି ସୃଷ୍ଟି କରିଥାଏ। ସେ ସମୟରେ, ବେକ-ଅପ initrd ପ୍ରତିଛବି ମାନଙ୍କର ସଂଖ୍ଯା ଶୀଘ୍ର /boot ବିଭାଜନକୁ ପୂର୍ଣ୍ଣ କରିପାରେ, ବିଶେଷତଃ ଯଦି ତନ୍ତ୍ରରେ ବହୁତ ଥର ଡ୍ରାଇଭର ଅଦ୍ଯତନ କରାଯାଏ।

    ଉଦାହରଣ ସ୍ବରୂପ, ଆପଣ ନିୟମିତ ଭାବରେ ଡ୍ରାଇଭର ଅଦ୍ଯତନ କରୁଥିଲେ ଏହା ପରାମର୍ଶିତ ଯେ ଆପଣ /boot ବିଭାଜନରେ ଥିବା ଖାଲି ସ୍ଥାନ ଉପରେ ଦୃଷ୍ଟି ରଖିବେ। ପୁରୁଣା initrd ପ୍ରତିଛବି ମାନଙ୍କୁ ଅପସାରଣ କରି ଆପଣ /boot ବିଭାଜନରେ ଅଧିକ ସ୍ଥାନ ସୃଷ୍ଟି କରିପାରିବେ; ଏହି ପ୍ରତିଛବି ଫାଇଲ ଗୁଡିକ .img0, .img1, .img2 ଏବଂ ଏହିପରି ଅନୁଲଗ୍ନ ସହିତ ଶେଷ ହୋଇଥାଏ।

  • Red Hat Enterprise Linux ଆଭାସୀକରଣ କର୍ଣ୍ଣଲ ୬୪-ବିଟରୁ ଅଧିକ ସ୍ମୃତିରେ ସଠିକ ଭାବରେ କାର୍ଯ୍ଯ କରି ନ ପାରନ୍ତି। ୬୪-ବିଟରୁ ଅଧିକ ଭୌତିକ ସ୍ମୃତି ସ୍ଥାପିତ ହୋଇଥିବା ତନ୍ତ୍ର ମାନଙ୍କରେ ଆଭାସୀକରଣ କର୍ଣ୍ଣଲ ମାନଙ୍କୁ ବୁଟ କରିବା ପାଇଁ, କର୍ଣ୍ଣଲ ପାଠ୍ଯ ନିର୍ଦ୍ଦେଶରେ ଆପଣଙ୍କୁ dom0_mem=4G mem=64G ଯୋଗ କରିବା ପାଇଁ ପଡିପାରେ। ଉଦାହରଣ ସ୍ବରୂପ:

    title Red Hat Enterprise Linux Server (2.6.18-4.el5xen)
            root (hd0,0)
            kernel /xen.gz-2.6.18-4.el5 dom0_mem=4G mem=64G
            module /vmlinuz-2.6.18-4.el5xen ro root=LABEL=/
            module /initrd-2.6.18-4.el5xen.img
    
  • ଅପସାରଣ ଯୋଗ୍ଯ ମାଧ୍ଯମରେ ସ୍ବତଃଚାଳନ ପ୍ରକ୍ରିୟାକୁ ବର୍ତ୍ତମାନ ନିଷ୍କ୍ରିୟ କରାଯାଇଛି। Red Hat Enterprise Linux ଅତିରିକ୍ତ ସି.ଡି. ରୁ ପ୍ଯାକେଜ ମାନଙ୍କୁ ସ୍ଥାପନ କରିବା ପାଇଁ, ନିମ୍ନଲିଖିତ ନିର୍ଦ୍ଦେଶ ବ୍ଯବହାର କରି ସି.ଡି. ସ୍ଥାପକକୁ ହସ୍ତକୃତ ଭାବରେ ପ୍ରାରମ୍ଭ କରନ୍ତୁ:

    system-cdinstall-helper /media/path-to-mounted-drive

  • Red Hat Enterprise Linux 4 ରୁ Red Hat Enterprise Linux 5 କୁ ଉନ୍ନୟନ କରିବା ସମୟରେ, ପରିନିୟୋଜନ ଗାଇଡଟି ସ୍ବତଃ ପ୍ରାରମ୍ଭ ହୋଇଥାଏ। ଉନ୍ନୟନ ସମାପ୍ତ ହେବା ପରେ ହସ୍ତକୃତ ଭାବରେ ଏହାକୁ ସ୍ଥାପନ କରିବା ପାଇଁ ଆପଣ pirut କୁ ବ୍ଯବହାର କରିବା ଉଚିତ।

  • ଗୋଟିଏ autofs ତୃଟି ଏକାଧିକ ଆରୋହଣ (ମଲ୍ଟି-ମାଉଣ୍ଟ) ପ୍ରକ୍ରିୟାକୁ ସଠିକ ଭାବରେ କାର୍ଯ୍ଯ କରିବାରୁ ଅଟକାଇ ଥାଏ।

    ଅକାମି ହେବା ସମୟରେ, ଯଦି ଯାଞ୍ଚ କରାଯିବା ଅନ୍ତିମ ଏକାଧିକ-ଆରୋହଣ ବସ୍ତୁ ନିକଟରେ ଅନ୍ଯାନ୍ଯ ବସ୍ତୁ ଗୁଡିକ ବ୍ଯସ୍ତ ଥିବା ସମୟରେ ଏହା ସହିତ ସଂଯୁକ୍ତ ଗୋଟିଏ ଆରୋହଣ ନାହିଁ, ତାହାହେଲେ autofs ତୃଟି ପୂର୍ଣ୍ଣ ଭାବରେ ଏକାଧିକ ଆରୋହଣକୁ ଅକାମି ଯୋଗ୍ଯ ବୋଲି ସ୍ଥିର କରିଥାଏ। ଏହା ଏକାଧିକ ଆରୋହଣକୁ ଆଂଶିକ ଭାବରେ ଅକାମି କରିଦିଏ, ଯାହାକି ଭବିଷ୍ଯତ ନିବେଦନ ମାନଙ୍କ ପାଇଁ ଏକାଧିକ ଆରୋହଣକୁ ଉତ୍ତରହୀନ କରିଦିଏ ଏବଂ ଅକାମି କରିଦିଏ।

    ଏହି ସମସ୍ଯାକୁ ସବୁଦିନ ପାଇଁ ସମାଧାନ କରିବାକୁ, yum update autofs ନିର୍ଦ୍ଦେଶ ବ୍ଯବହାର କରି autofs କୁ ଅଦ୍ଯତନ କରନ୍ତୁ।

  • ଯଦି X ଚାଲୁଅଛି ଏବଂ vesa ବ୍ଯତୀଥ ଅନ୍ଯ ଗୋଟିଏ ଡ୍ରାଇଭର ବ୍ଯବହାର କରୁଅଛି, ତାହାହେଲେ ତନ୍ତ୍ରଟି ସଫଳତାର ସହିତ ଗୋଟିଏ kexec/kdump କର୍ଣ୍ଣଲ ସହିତ ପୁନର୍ଚାଳିତ ହୋଇପାରିବ ନାହିଁ। ଏହି ସମସ୍ଯା କେବଳ ATI Rage XL ଆଲେଖୀକ ଚିପ-ସେଟରେ ଦେଖା ଯାଇଥାଏ।

    ଯଦି X ଗୋଟିଏ ATI Rage XL ଦ୍ବାରା ସୁସଜ୍ଜିତ ତନ୍ତ୍ରରେ ଚାଲୁଅଛି, ତାହାହେଲେ ଗୋଟିଏ kexec/kdump କର୍ଣ୍ଣଲ ସହିତ ପୁନର୍ଚାଳନ କରିବା ପାଇଁ ଏହା vesa ଡ୍ରାଇଭର ବ୍ଯବହାର କରୁଅଛି ବୋଲି ନିଶ୍ଚିତ କରନ୍ତୁ।

  • ପଠନ-ଲିଖନ ଭାବରେ ଆରୋହଣ (ମାଉଣ୍ଟ) କରା ଯାଇଥିବା ଗୋଟିଏ NFS ସହଭାଗରେ ଗୋଟିଏ boot.iso ବ୍ଯବହାର କରି ଗୋଟିଏ ସମ୍ପୂର୍ଣ୍ଣ ଆଭାସୀକୃତ ଅତିଥିକୁ ସଠିକ ଭାବରେ ସୃଷ୍ଟି କରିହେବ ନାହିଁ। ଏହି ସମସ୍ଯାକୁ ସମାଧାନ କରିବା ପାଇଁ, କେବଳ ପଠନୀୟ ଭାବରେ NFS ସହଭାଗକୁ ମାଉଣ୍ଟ କରନ୍ତୁ।

    ଯଦି ଆପଣ କେବଳ ପଠନୀୟ ଭାବରେ NFS ସହଭାଗକୁ ମାଉଣ୍ଟ କରିବାରେ ଅସମର୍ଥ, ତାହାହେଲେ boot.iso ଫାଇଲକୁ ସ୍ଥାନୀୟ /var/lib/xen/images/ ଡିରେକ୍ଟୋରିରେ ନକଲ କରନ୍ତୁ।

ସାଧାରଣ ସୂଚନା

ଏହି ଭାଗଟି ସାଧାରଣ ସୂଚନା ମାନଙ୍କୁ ଧାରଣ କରିଅଛି ଯାହାକି ଦଲିଲରେ ଥିବା ଅନ୍ଯ କୌଣସି ଭାଗକୁ ସୂଚୀତ କରୁନାହିଁ।

Red Hat Enterprise Linux ପରିନିୟୋଜନ ଗାଇଡ

Red Hat Enterprise Linux ର ଏହି ସଂସ୍କରଣ ସୁନ୍ଦର ଭାବରେ ବର୍ଣ୍ଣନା କରା ଯାଇଥିବା ଗୋଟିଏ ପରିନିୟୋଜନ ଗାଇଡକୁ ଅନ୍ତର୍ଭୂକ୍ତ କରିଅଛି। ଏହାକୁ ପଢିବା ପାଇଁ, (ଉପର ଫଳକରେ ଥିବା) ତନ୍ତ୍ର => ଦଲିଲକରଣ => Red Hat Enterprise Linux ପରିନିୟୋଜନ ଗାଇଡକୁ ଯାଆନ୍ତୁ।

ସମସ୍ତ ସମର୍ଥିତ ଭାଷା ମାନଙ୍କ ପାଇଁ ପରିନିୟୋଜନ ଗାଇଡର ସମ୍ପୂର୍ଣ୍ଣ ଅନୁବାଦିତ ସଂସ୍କରଣ ପ୍ରଦାନ କରିବା Red Hat ର ଲକ୍ଷ୍ଯ ଅଟେ। ଯଦି ଆପଣ ପରିନିୟୋଜନ ଗାଇଡର ଗୋଟିଏ ଅନୁବାଦିତ ସଂସ୍କରଣକୁ ସ୍ଥାପନ କରିଛନ୍ତି, ତାହାହେଲେ ଏହା ପରାମର୍ଶିତ ଯେ Red Hat Network ରେ ଗୋଟିଏ ନୂତନ ସଂସ୍କରଣ ଉପଲବ୍ଧ ହେଲେ ଆପଣ ତାହାକୁ ଅଦ୍ଯତନ କରିବେ।

ଆଭାସୀକରଣ

IA64 ଏବଂ x86-64 ପାଇଁ Red Hat Enterprise Linux 5 ଜେନ ଆଧାରିତ ଆଭାସୀକରଣ ଦକ୍ଷତାର ପୂର୍ବାବଲୋକନକୁ ଧାରଣ କରିଅଛି, ଏବଂ ଆହୁରି ମଧ୍ଯ ଗୋଟିଏ ଆଭାସୀକୃତ ପରିବେଶକୁ ପରିଚାଳନ କରିବା ପାଇଁ ଆବଶ୍ଯକ ସଫଟୱେର ସଂରଚନାକୁ ଧାରଣ କରିଅଛି।

Red Hat Enterprise Linux 5 ରେ ଆଭାସୀକରଣ ପ୍ରକ୍ରିୟାର ନିଷ୍ପାଦନ hypervisor ଉପରେ ଆଧାରିତ, ଯାହାକି ଆଂଶିକ ଆଭାସୀକରଣ ଦ୍ବାରା ସ୍ବଳ୍ପ ବ୍ଯୟରେ ଆଭାସୀକରଣ ସୁବିଧା ଯୋଗାଇଥାଏ। Intel ଆଭାସୀକରଣ ପ୍ରଯୁକ୍ତିଜ୍ଞାନ କିମ୍ବା AMD AMD-V ଦକ୍ଷ ସଂସାଧକ ମାନଙ୍କ ସହାୟତାରେ Red Hat Enterprise Linux 5 ରେ ଥିବା ଆଭାସୀକରଣ ପ୍ରକ୍ରିୟା, ପ୍ରଚାଳନ ତନ୍ତ୍ର ମାନଙ୍କୁ ପୂର୍ଣ୍ଣ ଆଭାସୀକରଣ ଧାରାରେ ଅପରିବର୍ତ୍ତିତ ଭାବରେ ଚାଳନ ପାଇଁ ଅନୁମତି ପ୍ରଦାନ କରିଥାଏ।

Red Hat Enterprise Linux 5 ରେ ଆଭାସୀକରଣ ନିମ୍ନଲିଖିତ ଗୁଣମାନଙ୍କୁ ମଧ୍ଯ ଧାରଣ କରିଅଛି:

  • Libvirt, ଗୋଟିଏ ଲାଇବ୍ରେରୀ ଅଟେ ଯାହାକି ଆଭାସୀ ମେସିନ ମାନଙ୍କୁ ପରିଚାଳନ କରିବା ପାଇଁ ଗୋଟିଏ ଅନୁକୂଳ, ସଂକ୍ଷିପ୍ତ API ପ୍ରଦାନ କରିଥାଏ।

  • ଆଭାସୀ ମେସିନ ପରିଚାଳକ, ଆଭାସୀ ମେସିନ ମାନଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ଏବଂ ସେମାନଙ୍କୁ ପରିଚାଳନ କରିବା ପାଇଁ ଗୋଟିଏ ଆଲେଖୀକ ଉପଯୋଗୀତା।

  • ଆଭାସୀ ତନ୍ତ୍ର ମାନଙ୍କର କିକ-ଷ୍ଟାର୍ଟ କରିବାର କ୍ଷମତାକୁ ଅନ୍ତର୍ଭୂକ୍ତ କରି, ସ୍ଥାପକରେ ଆଭାସୀ ତନ୍ତ୍ର ସମର୍ଥନ।

Red Hat Network ଆଭାସୀ ମେସିନ ମାନଙ୍କୁ ମଧ୍ଯ ସମର୍ଥ କରିଥାଏ।

ବର୍ତ୍ତମାନ, ଆଭାସୀକରଣ ବିଶେଷ ଗୁଣରେ ନିମ୍ନଲିଖିତ ସାମର୍ଥ୍ଯ ସୀମା ଅଛି:

  • ଆଭାସୀକରଣ ସକ୍ରିୟ ହେଇଥିଲେ, RAM କୁ ସ୍ଥଗିତ କରିବା ପ୍ରକ୍ରିୟା କିମ୍ବା ଡିସ୍କକୁ ସ୍ଥଗିତ କରିବା ପ୍ରକ୍ରିୟା ସହାୟକ ନୁହେଁ, ଏବଂ CPU ଆବୃତ୍ତି ଅନୁପାତ ପରିବର୍ତ୍ତନ କରିହେବ ନାହିଁ।

  • ହାର୍ଡୱେର-ଆଭାସୀକୃତ ଅତିଥି ମାନଙ୍କ ନିକଟରେ ୪ ଗିଗା-ବାଇଟରୁ ଅଧିକ ଆଭାସୀ ସ୍ମୃତି ରହିପାରିବ ନାହିଁ।

  • ପୂର୍ଣ୍ଣ ଆଭାସୀକୃତ ଅତିଥି ମାନଙ୍କୁ ସଂରକ୍ଷିତ, ପୁନଃସ୍ଥାପିତ କିମ୍ବା ଉତ୍ପ୍ରବାସିତ କରିହେବ ନାହିଁ।

  • ଆଭାସୀ ତନ୍ତ୍ର ପରିଚାଳକରେ xm create ନିର୍ଦ୍ଦେଶର ଗୋଟିଏ ଆଲେଖୀକ ଅନୁରୂପ ନାହିଁ।

  • ଆଭାସୀକରଣ କେବଳ ବ୍ରିଜ ନେଟୱାର୍କିଙ୍ଗ ଉପାଦାନକୁ ସମର୍ଥନ କରିଥାଏ। ଅତିଥି ଦ୍ବାରା ବ୍ଯବହୃତ ସମସ୍ତ ଅନୁରୂପ ଉପକରଣ ଗୁଡିକ ସ୍ବୟଂଚାଳିତ ଭାବରେ ଏହାକୁ ପୂର୍ବନିର୍ଦ୍ଧାରିତ ଭାବରେ ଚୟନ କରିଥାଆନ୍ତି।

  • ଆଭାସୀକରଣ ପାଇଁ ପୂର୍ବନିର୍ଦ୍ଧାରିତ Red Hat SELinux ନୀତି କେବଳ ବିନ୍ଯାସ ଫାଇଲ ମାନଙ୍କୁ /etc/xen ରେ ଲେଖାଯିବାର, ଲଗ ଫାଇଲ ମାନଙ୍କୁ /var/log/xen/ ରେ ଲେଖାଯିବାର, ଏବଂ (ଅନ୍ତଃସ୍ଥଳ ଅଦରକାରୀ ତଥ୍ଯକୁ ଅନ୍ତର୍ଭୂକ୍ତ କରି) ଡିସ୍କ ଫାଇଲ ମାନଙ୍କୁ /var/lib/xen ଫାଇଲରେ ଲେଖାଯିବାର ଅନୁମତି ପ୍ରଦାନ କରିଥାଏ। ଏହି ପୂର୍ବନିର୍ଦ୍ଧାରିତ ମାନଙ୍କୁ semanage ଉପକରଣ ବ୍ଯବହାର କରି ବଦଳାଇ ହେବ।

  • ଆଭାସୀକରଣର ଏହି ସଂସ୍କରଣ ସହିତ ଅନ୍ତର୍ଭୂକ୍ତ କରାଯାଇଥିବା hypervisor NUMA ସଚେତନ ନୁହେଁ, ଯେପରିକି, NUMA ମେସିନରେ ଏହାର ପ୍ରଦର୍ଶନ ଉପ ଅନୁକୂଳ ହେଇପାରେ। ଏହାକୁ Red Hat Enterprise Linux 5 ର ଭବିଷ୍ଯତ ଅଦ୍ଯତନରେ ସମାଧାନ କରାଯିବ।

    ଏହାକୁ ସମାଧାନ କରିବା ପାଇଁ, NUMA ମେସିନର BIOS ରେ memory node interleaving କୁ ସକ୍ରିୟ କରନ୍ତୁ। ଏହା ଗୋଟିଏ ଅଧିକ ଅନୁକୂଳ ପ୍ରଦର୍ଶନ ପାଇଁ ସୁନିଶ୍ଚିତ କରିଥାଏ।

  • ଆଂଶିକ ଆଭାସୀକୃତ ପରିସର ଗୁଡିକ ବର୍ତ୍ତମାନ en-US ବ୍ଯତୀଥ ଅନ୍ଯାନ୍ଯ କି-ମ୍ଯାପ ମାନଙ୍କୁ ସମର୍ଥନ କରନ୍ତି ନାହିଁ। ଉଦାହରଣ ସ୍ବରୂପ, ଅନ୍ଯାନ୍ଯ କି-ବୋର୍ଡ ଗୁଡିକ କିଛି ବିଶେଷ ଧାରଣର କି-ଷ୍ଟ୍ରୋକକୁ ଟାଇପ କରି ନ ପାରନ୍ତି। ଏହାକୁ Red Hat Enterprise Linux 5 ର ପରବର୍ତ୍ତୀ ଅଦ୍ଯତନରେ ସମାଧାନ କରାଯିବ।

  • ଆଭାସୀକୃତ କର୍ଣ୍ଣଲ kdump ପ୍ରକ୍ରିୟାକୁ ବ୍ଯବହାର କରିପାରିବ ନାହିଁ।

  • qcow ଏବଂ vmdk ପ୍ରତିଛବି ଗୁଡିକ ସମର୍ଥିତ ନୁହଁନ୍ତି। ହସ୍ତକୃତ ଭାବରେ ଅତିଥି ମାନଙ୍କୁ ବିନ୍ଯାସ କରିବା ସମୟରେ, ଭୌତିକ କିମ୍ବା ତାର୍କିକ ପ୍ରତିଛବି ମାନଙ୍କୁ ଦ୍ବାରା ପ୍ରଦତ୍ତ ପ୍ରତିଛବି ଗୁଡିକ phy: ପ୍ରକାରକୁ ବ୍ଯବହାର କରିବା ଉଚିତ। ଫାଇଲ-ବେକ୍ଡ ପ୍ରତିଛବି ମାନଙ୍କ ପାଇଁ, ଆଂଶିକ ଆଭାସୀକୃତ ଅତିଥି ମାନଙ୍କ ପାଇଁ ପ୍ରତିଛବି ପ୍ରକାରକୁ tap:aio: ଭାବରେ ଏବଂ ସମ୍ପୂର୍ଣ୍ଣ ଆଭାସୀକୃତ ଅତିଥି ମାନଙ୍କ ପାଇଁ file: ଭାବରେ ବଦଳାନ୍ତୁ।

  • ଆଂଶିକ ଆଭାସୀକୃତ ପରିସର ଗୁଡିକ କେବଳ ଆପେକ୍ଷିକ ମାଉସ ଏବଂ ସୂଚକ ଗତିପଥକୁ ସ୍ବତଃ ଅନୁସନ୍ଧାନ କରିପାରିବ, ଏହା ଅସ୍ଥିର ଗତିପଥକୁ ସ୍ଥିର କରିପାରିବ ନାହିଁ। ଏହାକୁ Red Hat Enterprise Linux 5 ର ପରବର୍ତ୍ତୀ ଅଦ୍ଯତନରେ ସମାଧାନ କରାଯିବ।

  • ଗୋଟିଏ ଆଂଶିକ ଆଭାସୀକରଣ ଅତିଥି ପାଇଁ ଗୋଟିଏ ଚଳନ୍ତି କୋନଶୋଲ ପାଇବା ପାଇଁ, ଆପଣ କର୍ଣ୍ଣଲ ପାଠ୍ଯ ନିର୍ଦ୍ଦେଶରେ console=xvc0 କୁ ନିର୍ଦ୍ଦିଷ୍ଟ କରିବା ଉଚିତ।

  • Sparse ଫାଇଲ ମାନଙ୍କୁ ବ୍ଯବହାର କରିବା ପାଇଁ ଅତିଥି ପ୍ରଚାଳନ ତନ୍ତ୍ର ଗୁଡିକ ବିନ୍ଯାସ କରାଯିବା ସମୟରେ, dom0 ଡିସ୍କ ସ୍ଥାନରୁ ଅଧିକ ହୋଇପାରେ। ଏପରି ଘଟଣା ଅତିଥି ଡିସ୍କର ଲିଖନକୁ ସମ୍ପୂର୍ଣ୍ଣ ହେବାରୁ ଅଟକାଇ ଥାଏ, ଏବଂ ଅତିଥିରେ ତଥ୍ଯ ହାନିର କାରଣ ହୋଇପାରେ। ଆହୁରି ମଧ୍ଯ, sparse ଫାଇଲ ମାନଙ୍କୁ ବ୍ଯବହାର କରୁଥିବା ଅତିଥି ଗୁଡିକ I/O କୁ ସୁରକ୍ଷିତ ଭାବରେ ସମକାଳିତ କରେ ନାହିଁ।

    ଉଦାହରଣ ସ୍ବରୂପ, ଏହା ପରାମର୍ଶିତ ଯେ ଆପଣ ଏହା ପରିବର୍ତ୍ତେ sparse ବିହୀନ ଫାଇଲ ମାନଙ୍କୁ ବ୍ଯବହାର କରନ୍ତୁ। sparse ବିହୀନ ଫାଇଲ ମାନଙ୍କୁ ବ୍ଯବହାର କରିବା ପାଇଁ ଅତିଥି ମାନଙ୍କୁ ବିନ୍ଯାସ କରିବାକୁ, ଗୋଟିଏ virt-install ସମ୍ପାଦନ କରୁଥିବା ସମୟରେ --nonsparse ବିକଳ୍ପକୁ ବ୍ଯବହାର କରନ୍ତୁ।

ୱେବ ସେବକ ପ୍ଯାକେଜିଙ୍ଗ ପରିବର୍ତ୍ତନ

Red Hat Enterprise Linux 5 ବର୍ତ୍ତମାନ ଆପାଚେ HTTP ସେବକର 2.2 ସଂସ୍କରଣକୁ ଧାରଣ କରିଅଛି। ଏହି ସଂସ୍କରଣଟି 2.0 ସଂସ୍କରଣ ଉପରେ ଗୁଡାଏ ଉନ୍ନତି ଆଣିଛି, ଯାହାକି ନିମ୍ନଲିଖିତ ଉନ୍ନୟନ ମାନଙ୍କୁ ସଂଲଗ୍ନିତ କରିଅଛି:

  • ଉନ୍ନତ କ୍ଯାଶିଙ୍ଗ ଏକକାଂଶ (mod_cache, mod_disk_cache, mod_mem_cache)

  • ପୂର୍ବ ସଂସ୍କରଣରେ ଥିବା ସୁରକ୍ଷା ଏକାଂକାଶକୁ ବଦଳାଇ, ବୈଧିକରଣ ଏବଂ ବୈଧିକରଣ ସହାୟତା ପାଇଁ ଗୋଟିଏ ନୂତନ ସଂଗଠନ

  • ପ୍ରୋକ୍ସି ଲୋଡ ଭାରସାମ୍ଯ ପାଇଁ ସହାୟତା (mod_proxy_balancer)

  • ୩୨-ବିଟ ପ୍ଲାଟଫର୍ମରେ ବୃହତ ଫାଇଲ ମାନଙ୍କୁ (ସାଧାରଣତଃ, ୨ ଗିଗା-ବାଇଟରୁ ଅଧିକ) ନିୟନ୍ତ୍ରଣ କରିବା ପାଇଁ ସହାୟତା

ପୂର୍ବନିର୍ଦ୍ଧାରିତ httpd ବିନ୍ଯାସରେ ନିମ୍ନଲିଖିତ ପରିବର୍ତ୍ତନ ମାନ କରାଯାଇଛି:

  • mod_cern_meta ଏବଂ mod_asis ଏକକାଂଶ ମାନଙ୍କୁ ଏବେ ପୂର୍ବନିର୍ଦ୍ଧାରିତ ଭାବରେ ଧାରଣ କରାଯାଉ ନାହିଁ।

  • mod_ext_filter ଏକକାଂଶକୁ ବର୍ତ୍ତମାନ ପୂର୍ବନିର୍ଦ୍ଧାରିତ ଭାବରେ ଧାରଣ କରାଯାଉଛି।

ଯଦି ଆପଣ Red Hat Enterprise Linux ର ଗୋଟିଏ ପୂର୍ବ ସଂସ୍କରଣରୁ ଉନ୍ନୟନ କରୁଛନ୍ତି, ତାହାହେଲେ httpd ବିନ୍ଯାସକୁ httpd 2.2 ପାଇଁ ଉନ୍ନୟନ କରିବାକୁ ହେବ। ଅଧିକ ସୂଚନା ପାଇଁ ଏହି ୟୁ.ଆର.ଏଲ. କୁ ଦେଖନ୍ତୁ http://httpd.apache.org/docs/2.2/upgrading.html

ଏହା ମନେ ରଖନ୍ତୁ ଯେ httpd 2.0 ପାଇଁ ସଙ୍କଳନ କରାଯାଇଥିବା ଯେକୌଣସି ତୃତୀୟପକ୍ଷ ଏକକାଂଶକୁ httpd 2.2 ପାଇଁ ପୁନଃନିର୍ମିତ କରିବା ଉଚିତ।

php

PHP ର 5.1 ସଂସ୍କରଣ ବର୍ତ୍ତମାନ Red Hat Enterprise Linux 5 ରେ ଅନ୍ତର୍ଭୂକ୍ତ, ଯାହାକି ଉଲ୍ଲେଖନୀୟ ଉନ୍ନତ ପ୍ରଦର୍ଶନ ସହିତ ଭାଷାରେ ଏକାଧିକ ପରିବର୍ତ୍ତନ ମାନଙ୍କୁ ଧାରଣ କରିଅଛି। ନୂତନ ସଂସ୍କରଣ ସହିତ ବ୍ଯବହାର ପାଇଁ କିଛି ସ୍କ୍ରିପ୍ଟ ମାନଙ୍କୁ ଉପଯୋଗୀ କରିବା ଆବଶ୍ଯକ; ଦୟାକରି PHP 4.3 ରୁ PHP 5.1 କୁ ଉତ୍ପ୍ରବାସନ କରିବା ପାଇଁ ନିମ୍ନଲିଖିତ ୟୁ.ଆର.ଏଲ. କୁ ଦେଖନ୍ତୁ:

http://www.php.net/manual/en/migration5.php

/usr/bin/php ନିଷ୍ପାଦ୍ଯକୁ ବର୍ତ୍ତମାନ CGI SAPI ବ୍ଯବହାର କରିବା ପରିବର୍ତ୍ତେ, CLI ପାଠ୍ଯ ନିର୍ଦ୍ଦେଶ SAPI ବ୍ଯବହାର କରି ନିର୍ମାଣ କରାଯାଇଛି। CGI SAPI ପାଇଁ /usr/bin/php-cgi କୁ ବ୍ଯବହାର କରନ୍ତୁ। php-cgi ର ନିଷ୍ପାଦ୍ଯ ମଧ୍ଯ FastCGI ସହାୟତାକୁ ଧାରଣ କରିଅଛି।

ନିମ୍ନଲିଖିତ ବିସ୍ତାରିତ ଏକକାଂଶ ମାନଙ୍କୁ ଯୋଗ କରାଯାଇଛି:

  • mysqli ବର୍ଦ୍ଧନ, ଗୋଟିଏ ନୂତନ ଅନ୍ତରାପୃଷ୍ଠଟି ବିଶେଷ ଭାବରେ MySQL 4.1 ପାଇଁ ପ୍ରସ୍ତୁତ କରାଯାଇଛି। (ଏହାକୁ php-mysql ପ୍ଯାକେଜରେ ଅନ୍ତର୍ଭୂକ୍ତ କରାଯାଇଛି)

  • date, hash, Reflection, SPL ଏବଂ SimpleXML (php ପ୍ଯାକେଜ ସହିତ ପୂର୍ବରୁ ସଂଲଗ୍ନିତ)

  • pdo ଏବଂ pdo_psqlite (php-pdo ପ୍ଯାକେଜରେ)

  • pdo_mysql (php-mysql ପ୍ଯାକେଜରେ)

  • pdo_pgsql (php-pgsql ପ୍ଯାକେଜରେ)

  • pdo_odbc (php-odbc ପ୍ଯାକେଜରେ)

  • soap (php-soap ପ୍ଯାକେଜରେ)

  • xmlreader ଏବଂ xmlwriter (php-xml ପ୍ଯାକେଜରେ)

  • dom (php-xml ପ୍ଯାକେଜରେ; domxml ବର୍ଦ୍ଧନକୁ ବଦଳାଉଛି)

ନିମ୍ନଲିଖିତ ଅନୁଲଗ୍ନ ଏକକାଂଶ ମାନଙ୍କୁ ଏବେ ଅନ୍ତର୍ଭୂକ୍ତ କରାଯାଇ ନାହିଁ:

  • dbx

  • dio

  • yp

  • overload

  • domxml

PEAR ଗଠନ

PEAR ଗଠନଟି ବର୍ତ୍ତମାନ php-pear ପ୍ଯକେଜରେ ଆବଦ୍ଧ। କେବଳ ନିମ୍ନଲିଖିତ PEAR ଉପକରଣ ମାନ Red Hat Enterprise Linux 5 ରେ ଅନ୍ତର୍ଭୂକ୍ତ:

  • Archive_Tar

  • Console_Getopt

  • XML_RPC

ଗୋପନୀୟ ସ୍ବାପ ବିଭାଜନ ଏବଂ ରୁଟ-ବିହୀନ ଫାଇଲତନ୍ତ୍ର

ଗୋପନୀୟ ସ୍ବାପ ବିଭାଜନ ଏବଂ ରୁଟ ବିହୀନ ଫାଇଲତନ୍ତ୍ର ମାନଙ୍କ ପାଇଁ Red Hat Enterprise Linux 5 ବର୍ତ୍ତମାନ ମୌଳିକ ସହାୟତା ପ୍ରଦାନ କରିଅଛି। ଏହି ଗୁଣଧର୍ମକୁ ବ୍ଯବହାର କରିବା ପାଇଁ, ଉପଯୁକ୍ତ ପ୍ରବିଷ୍ଟି ମାନଙ୍କୁ /etc/crypttab ରେ ଯୋଗ କରନ୍ତୁ ଏବଂ ସୃଷ୍ଟ ଉପକରଣ ମାନଙ୍କୁ /etc/fstab କୁ ନିର୍ଦ୍ଦେଶ କରନ୍ତୁ।

ତଳେ ଗୋଟିଏ /etc/crypttab ପ୍ରବିଷ୍ଟି ନମୁନାକୁ ଉଲ୍ଲେଖ କରାଯାଇଛି:

my_swap /dev/hdb1 /dev/urandom swap,cipher=aes-cbc-essiv:sha256

ଏହା ଗୋପନୀୟ ବାକ୍ଯଖଣ୍ଡ ଉପକରଣ /dev/mapper/my_swap ସୃଷ୍ଟି କରିଥାଏ, ଯାହାକୁ /etc/fstab ସହିତ ସମ୍ବନ୍ଧୀତ କରିହେବ।

ଗୋଟିଏ ଫାଇଲତନ୍ତ୍ର ଘନଫଳ ପାଇଁ ତଳେ ଗୋଟିଏ /etc/crypttab ପ୍ରବିଷ୍ଟି ନମୁନାକୁ ଉଲ୍ଲେଖ କରାଯାଇଛି:

my_volume /dev/hda5 /etc/volume_key cipher=aes-cbc-essiv:sha256

/etc/volume_key ଫାଇଲ ଗୋଟିଏ ସାଧାରଣ ପାଠ୍ଯ ଗୋପନୀୟ ଚାବି ଧାରଣ କରିଅଛି। ଆପଣ କିଛିନୁହେଁ କୁ ପ୍ରମୂଖ ଫାଇଲ ନାମ ଭାବରେ ଉଲ୍ଲେଖ କରିପାରିବେ, ଏହା ବୁଟ ସମୟରେ ଗୋପନୀୟ ଚାବି ମାଗିବା ପାଇଁ ତନ୍ତ୍ରକୁ ବିନ୍ଯାସ କରିଥାଏ।

ଫାଇଲତନ୍ତ୍ର ଘନଫଳକୁ ବ୍ଯବସ୍ଥାପିତ କରିବା ପାଇଁ LUKS (Linux ଏକତ୍ରିତ ଚାବି ବ୍ଯବସ୍ଥାପନ) ର ବ୍ଯବହାର ପରାମର୍ଶିତ ଅଟେ। ଏପରି କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପ ମାନଙ୍କୁ ଅନୁସରଣ କରନ୍ତୁ:

  1. cryptsetup luksFormat ନିର୍ଦ୍ଦେଶକୁ ବ୍ଯବହାର କରି ଗୋପନୀୟ ଘନଫଳ ସୃଷ୍ଟି କରନ୍ତୁ।

  2. /etc/crypttab ରେ ଆବଶ୍ଯକୀୟ ପ୍ରବିଷ୍ଟିକୁ ଯୋଗ କରନ୍ତୁ।

  3. cryptsetup luksOpen ନିର୍ଦ୍ଦେଶକୁ ବ୍ଯବହାର କରି ହସ୍ତକୃତ ଭାବରେ ଘନଫଳକୁ ବ୍ଯବସ୍ଥାପିତ କରନ୍ତୁ (କିମ୍ବା ପୁନଃଚାଳନ କରନ୍ତୁ)।

  4. ଗୋପନୀୟ ଘନଫଳରେ ଗୋଟିଏ ଫାଇଲତନ୍ତ୍ର ସୃଷ୍ଟି କରନ୍ତୁ।

  5. /etc/fstab ରେ ଆବଶ୍ଯକୀୟ ପ୍ରବିଷ୍ଟିକୁ ଯୋଗ କରନ୍ତୁ।

ଆରୋହଣ ଏବଂ ଅନାରୋହଣ

mount ଏବଂ umount ନିର୍ଦ୍ଦେଶ ଗୁଡିକ ବର୍ତ୍ତମାନ ପ୍ରତ୍ଯେକ୍ଷ ଭାବରେ NFS କୁ ସହାୟକ ନୁହଁନ୍ତି; ସେଠାରେ ଆଉ ଏବେ ଗୋଟିଏ ପୂର୍ବ ବିନ୍ଯସ୍ତ ଗ୍ରାହକ ନାହିଁ। ଗୋଟିଏ ଭିନ୍ନ nfs-utils ପ୍ଯାକେଜ, ଯାହାକି /sbin/mount.nfs ଏବଂ /sbin/umount.nfs ସହାୟକ ମାନଙ୍କୁ ପ୍ରଦାନ କରିଥାଏ, ସେମାନଙ୍କୁ ସ୍ଥାପନ କରାଯିବା ଉଚିତ।

CUPS ମୂଦ୍ରଣୀ ସନ୍ଧାନ

ଗୋଟିଏ ସ୍ଥାନୀୟ ସବନେଟରେ ଖୋଜୁଥିବା CUPS ମୂଦ୍ରଣୀକୁ system-config-printer ଆଲେଖୀକ ଉପକରଣ ବ୍ଯବହାର କରି ବିନ୍ଯାସ କରିହେବ। ଏହାକୁ CUPS ୱେବ ଅନ୍ତରାପୃଷ୍ଠ, http://localhost:631/ ରେ ମଧ୍ଯ ବିନ୍ଯାସ କରିହେବ।

ସବନେଟ ମାନଙ୍କରେ ଖୋଜୁଥିବା ମୂଦ୍ରଣୀ ପାଇଁ ନିର୍ଦ୍ଦେଶିତ ପ୍ରସାରଣ ବ୍ଯବହାର କରିବା ପାଇଁ, ଗ୍ରାହକ ମାନଙ୍କ ନିକଟରେ /etc/cups/cupsd.conf ଖୋଲନ୍ତୁ ଏବଂ BrowseAllow @LOCAL କୁ BrowseAllow ALL ସହିତ ବଦଳାନ୍ତୁ।

ATI ଏବଂ R500 ସହାୟତା

R500 ଚିପସେଟ ଉପରେ ଆଧାରିତ ATI ଆଲେଖୀ କାର୍ଡ ଗୁଡିକ କେବଳ vesa ଡ୍ରାଇଭର ପାଇଁ ସମର୍ଥିତ, ଏବଂ ବାହ୍ଯ ପ୍ରଦର୍ଶିକା, LCD ପ୍ରୋଜେକ୍ଟର କିମ୍ବା ତ୍ବରିତ 3D ସହାୟତା ପାଇଁ Red Hat Enterprise Linux 5 ଦ୍ବାରା ସମର୍ଥିତ ନୁହେଁ।

up2date ଏବଂ yum

up2date କୁ ନାପସନ୍ଦ କରାଯାଇ yum (Yellowdog Updater Modified) ର ବ୍ଯବହାରକୁ ଚୟନ କରାଯାଇଛି। ଉଦାହରଣ ସ୍ବରୂପ, ଏହା ପରାମର୍ଶିତ ଯେ ଆପଣଙ୍କ ତନ୍ତ୍ର ବ୍ଯବହାର କରୁଥିବା ଯେ କୌଣସି up2date-ନିର୍ଭରକ ସ୍କ୍ରିପ୍ଟକୁ ସମୀକ୍ଷା କରନ୍ତୁ। yum ବିଷୟରେ ଅଧିକ ସୂଚନା ଜାଣିବା ପାଇଁ, ସହାୟତା ପୃଷ୍ଠାକୁ man yum ନିର୍ଦ୍ଦେଶ ଚଳାଇ ଦେଖନ୍ତୁ; ଆପଣ /usr/share/doc/yum-<version> ଏବଂ /usr/share/doc/yum-metadata-parser-<version> ଡିରେକ୍ଟୋରି ମାନଙ୍କରେ ସ୍ଥାପିତ ହେଇଥିବା ଦଲିଲକୁ ମଧ୍ଯ ପଢି ପାରିବେ (<version>) କୁ ସ୍ଥାପିତ ହେଇଥିବା yum ଏବଂ yum-metadata-parser ର ଆପେକ୍ଷିକ ସଂସ୍କରଣ ସହିତ ବଦଳାନ୍ତୁ)।

OpenLDAP ସେବକ ଏବଂ Red Hat ଡିରେକ୍ଟୋରି ସେବକ

Red Hat ଡିରେକ୍ଟୋରି ସେବକ ଗୋଟିଏ LDAP ଆଧାରିତ ସେବକ ଯାହାକି ଉଦ୍ଯୋଗ ଏବଂ ନେଟୱାର୍କ ତଥ୍ଯକୁ ଗୋଟିଏ ନେଟୱାର୍କ ଆଧାରିତ ନିରପେକ୍ଷ ପ୍ରଚାଳନ ତନ୍ତ୍ରରେ କେନ୍ଦ୍ରିତ କରିଥାଏ। OpenLDAP ସେବକ ଅଂଶକୁ ପରିବର୍ତ୍ତନ କରିବା ପାଇଁ ବିନ୍ଯାସ କରାଯାଇଛି, ଯାହାକୁ Red Hat Enterprise Linux 5 ପରେ ନାପସନ୍ଦ କରାଯିବ। Red Hat ଡିରେକ୍ଟୋରି ସେବକ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ, http://www.redhat.com/software/rha/directory/ ପଢନ୍ତୁ।

i810 ଡ୍ରାଇଭର ଏବଂ i830 ସହାୟତା

i810, i810 ରୁ i965 ପର୍ଯ୍ଯନ୍ତ ସମସ୍ତ ଇଣ୍ଟିଗ୍ରେଟେଡ ଇଣ୍ଟେଲ ଆଲେଖୀ ଚିପସେଟ ମାନଙ୍କୁ ସହାୟତା ପ୍ରଦାନ କରିଥାଏ। ତଥାପି, i830 (ଏବଂ ନୂତନ) ଚିପସେଟ ପାଇଁ ସହାୟତା ସୀମିତ ଅଟେ; i810 ଡ୍ରାଇଭର କେବଳ ଭିଡିଓ BIOS ରେ ସୂଚୀବଦ୍ଧ ଥିବା ଧାରା ମାନଙ୍କୁ ବିନ୍ଯାସ କରିପାରିବ। ଯଦି ଆପଣଙ୍କ ମେସିନରେ ଗୋଟିଏ i830 କିମ୍ବା ନୂତନ ଚିପସେଟ ସ୍ଥାପନ କରାଯାଇଛି, ତାହାହେଲେ ଉପଲବ୍ଧ ଧାରା ମାନଙ୍କୁ ସ୍ଥିର କରିବା ପାଇଁ ନିମ୍ନଲିଖିତ ନିର୍ଦ୍ଦେଶକୁ ଚଳାନ୍ତୁ:

grep Mode: /var/log/Xorg.0.log

ଗୋଟିଏ ତାରକା ଚିହ୍ନ (*) ଦ୍ବାରା ଚିହ୍ନିତ ହେଇଥିବା ଧାରା ଗୁଡିକ ଚୟନ ପାଇଁ ଉପଲବ୍ଧ ଅଟନ୍ତି

ଅଧିକାଂଶ ଲାପଟପ ଭିଡିଓ BIOS ଗୁଡିକ ଗୋଟିଏ ଏପରି ଧାରା ପ୍ରଦାନ କରନ୍ତି ନାହିଁ ଯାହାକି ସ୍ଥାନୀୟ ଫଳକର ଆକାର ସହିତ ମିଶିଯାଏ। ତେଣୁ ଚୟିତ ଧାରାଟି ବିସ୍ତାରିତ, ବିକୃତ, କିମ୍ବା କଳା ଧାର ଭିତରେ ଥିବା ପରି ଦେଖାଯିବ। ଉଦାହରଣ ସ୍ବରୂପ, ଯଦି ଆପଣଙ୍କ ଚୟିତ ଧାରାଟି ସଠିକ ଭାବରେ ଦେଖାଯାଉ ନାହିଁ, ତାହାହେଲେ ଆପଣ ସ୍ଥାନୀୟ ଫଳକ ଆକର ସହିତ ସଠିକ ଭାବରେ କାର୍ଯ୍ଯ କରିବା ପାଇଁ ଆପଣ ଆପଣଙ୍କ ହାର୍ଡୱେର ବିକ୍ରେତାଙ୍କ ଠାରୁ ଗୋଟିଏ ଅଦ୍ଯତିତ BIOS ନେବା ଉଚିତ।

ସ୍ମାର୍ଟ କାର୍ଡ ଲଗଇନ

Red Hat Enterprise Linux 5 ସ୍ମାର୍ଡ କାର୍ଡ ସହାୟତାକୁ ଅନ୍ତର୍ଭୂକ୍ତ କରିଅଛି, ଯାହାକି ଆପଣଙ୍କ ଚାବି ଯୋଡି ଏବଂ ଗୋଟିଏ ସଂପୃକ୍ତ ସାର୍ବଜନୀନ ଚାବି ପ୍ରମାଣପତ୍ରର ସୁରକ୍ଷିତ ସଂରକ୍ଷଣ ପ୍ରଦାନ କରିଥାଏ। ଏହି ଚାବି ଗୁଡିକ ଗୋଟିଏ PIN ଦ୍ବାରା ସୁରକ୍ଷିତ ଯାହାକୁ ସ୍ମାର୍ଡ କାର୍ଡରେ ଗୋଟିଏ ଚାବି କିମ୍ବା ପ୍ରମାଣପତ୍ରର ଆବଶ୍ଯକତା ଅନୁସାରେ ଆପଣ ଭରଣ କରିବେ।

ଗୋଟିଏ Red Hat Enterprise Linux 5 ପରିବେଶରେ ସ୍ମାର୍ଟ କାର୍ଡର ପରିନିୟୋଜନ ବୈଧିକରଣ ପାଇଁ ଆପଣଙ୍କ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ Kerberos ଏବଂ S/MIME ପରି ଗୁଣ ମାନଙ୍କୁ ଉନ୍ନତ କରିବାର ଅନୁମତି ପ୍ରଦାନ କରିଥାଏ। Red Hat Enterprise Linux 5 ନିମ୍ନଲିଖିତ କାର୍ଡ ମାନଙ୍କୁ ସମର୍ଥନ କରିଥାଏ:

  • Axalto Cyberflex 32K e-Gate

  • DoD CAC କାର୍ଡ

ସ୍ମାର୍ଡ କାର୍ଡ ବୈଧିକରଣକୁ ବ୍ଯବସ୍ଥାପନ କରିବା ପାଇଁ, ଆପଣଙ୍କୁ ନେଟୱାର୍କକୁ Red Hat ଡିରେକ୍ଟୋରି ସେବକ ଏବଂ Red Hat ପ୍ରମାଣପତ୍ର ତନ୍ତ୍ର ସହିତ ସଂଯୋଗ କରିବା ଉଚିତ। ସ୍ମାର୍ଟ କାର୍ଡ ବିଷୟରେ ଅଧିକ ସୂଚନା ପାଇଁ, ପରିନିୟୋଜନ ଗାଇଡର ଗୋଟିଏ ହସ୍ତାକ୍ଷରଣ ଅଧ୍ଯାୟକୁ ପଢନ୍ତୁ।

Intel PRO/ବେତାର 3945ABG ନେଟୱାର୍କ ସଂଯୋଗ ସହାୟତା

Red Hat Enterprise Linux 5 ର ଏହି ସଂସ୍କରଣ ipw3945 ( Intel PRO/Wireless 3945ABG ନେଟୱାର୍କ ସଂଯୋଗ) ଏଡେପ୍ଟର ପାଇଁ ସମର୍ଥନ ଅନ୍ତର୍ଭୂକ୍ତ କରିଅଛି। Red Hat Enterprise Linux 5 ଅତିରିକ୍ତ ଡିସ୍କରେ ଏହି ଏଡେପ୍ଟର ପାଇଁ ଆବଶ୍ଯକ ଡ୍ରାଇଭର, ନିୟନ୍ତ୍ରିତ ଡେମନ ଏବଂ ଫାର୍ମୱେର ଅଛି।

ipw3945 ବେତାର ଏଡେପ୍ଟର ପାଇଁ ସହାୟତାକୁ ସକ୍ରିୟ କରିବା ପାଇଁ, Red Hat Enterprise Linux 5 ର ଅତିରିକ୍ତ ଡିସ୍କରେ "3945" ଫାଇଲ ନାମ ବିଶିଷ୍ଟ ପ୍ଯାକେଜ ମାନଙ୍କୁ ଖୋଜନ୍ତୁ ଏବଂ ସ୍ଥାପନ କରନ୍ତୁ।

rawio

rawio ଗୋଟିଏ ବିରୋଧିତ ଅନ୍ତରାପୃଷ୍ଠ ଅଟେ; ତଥାପି, Red Hat Enterprise Linux 5 ଏହା ପାଇଁ ସମର୍ଥନକୁ ଅନ୍ତର୍ଭୂକ୍ତ କରିଅଛି। ଯଦି ଆପଣଙ୍କ ନିକଟରେ ଗୋଟିଏ ପ୍ରୟୋଗ ଅଛି ଯାହାକି rawio କୁ ବ୍ଯବହାର କରି ଉପକରଣ ମାନଙ୍କୁ ଅଭିଗମ କରୁଅଛି, ତାହାହେଲେ O_DIRECT ଫ୍ଲାଗ ସହିତ ଆବଦ୍ଧିତ ଉପକରଣ ମାନଙ୍କୁ ଖୋଲିବା ପାଇଁ ଆପଣ ଆପଣଙ୍କ ପ୍ରୟାଗକୁ ରୂପାନ୍ତରିତ କରିବା ପାଇଁ ଏହା ଦୃଢ ଭାବରେ ପରାମର୍ଶ କରାଯାଉଛି। rawio ଅନ୍ତରାପୃଷ୍ଠ Red Hat Enterprise Linux 5 ଜୀବନକାଳ ସାରା ସକ୍ରିୟ ରହିବ, କିନ୍ତୁ ଏହାକୁ ଭବିଷ୍ଯତ ସଂସ୍କରଣରେ ଅପସାରଣ କରିବା ପାଇଁ ତାଲିକାରେ ଲେଖାଯାଇଛି।

ବର୍ତ୍ତମାନ, ଫାଇଲ ତନ୍ତ୍ର ମାନଙ୍କରେ AIO (ତାଳହୀନ I/O) କେବଳ O_DIRECT କିମ୍ବା ଅସଞ୍ଚିତ ଧାରାରେ ସମର୍ଥିତ। ଆହୁରି ମଧ୍ଯ, ଏହା ମନେ ରଖନ୍ତୁ ଯେ ତାଳହୀନ ଭୋଟ ଅନ୍ତରାପୃଷ୍ଠ ଏବେ ଉପସ୍ଥିତ ନାହିଁ, ଏବଂ ପାଇପ ମାନଙ୍କରେ AIO ଏବେ ସମର୍ଥିତ ନୁହେଁ।

ctmpc

ctmpc ଗୋଟିଏ ବିରୋଧିତ ଡ୍ରାଇଭର ଅଟେ; ତଥାପି ଏହାକୁ Red Hat Enterprise Linux 5 ର ଜୀବନ କାଳ ସାରା ଅନ୍ତର୍ଭୂକ୍ତ କରାଯିବ। ଏହା ମନେ ରଖନ୍ତୁ ଯେ, ଭବିଷ୍ଯତ ସଂସ୍କରଣରୁ ଅପସାରଣ କରିବା ପାଇଁ ଏହାକୁ ତାଲିକାରେ ଲେଖାଯାଇଛି।

ନୀତି ଏକକାଂଶ ଏବଂ semanage ସହାୟତା

Red Hat Enterprise Linux 5 ବର୍ତ୍ତମାନ ନୀତି ଏକକାଂଶ ଏବଂ semanage ସମର୍ଥନ କରୁଅଛି। ନୀତି ଏକକାଂଶ ନୀତି ଇଚ୍ଛାରୂପଣ ପ୍ରକ୍ରିୟାର ପ୍ରସ୍ତୁତି ଏବଂ ବିତରଣକୁ ଏବଂ semodule ଏବଂ checkmodule ଉପକରଣ ମାନଙ୍କୁ ବ୍ଯବହାର କରି ତୃତୀୟ ପକ୍ଷ ନୀତିକୁ ସରଳିକୃତ କରିଥାଏ।

semanage ଉପକରଣ ଗୋଟିଏ ନୀତି ପରିଚାଳନ ଉପକରଣ ଯାହାକି SELinux ବିନ୍ଯାସକୁ ରୂପାନ୍ତରିତ କରିଥାଏ। ଏହା ମଧ୍ଯ ଆପଣଙ୍କୁ ଫାଇଲ ପ୍ରସଙ୍ଗ, ନେଟୱାର୍କ ଉପାଦାନ ସୂଚକ, ଏବଂ Linux ରୁ SELinux ପାଇଁ ଚାଳକର ତୁଳନାକୁ ବିନ୍ଯାସ କରିବା ପାଇଁ ଅନୁମତି ପ୍ରଦାନ କରିଥାଏ।

ଅସମ୍ପୂର୍ଣ୍ଣ ଉପକରଣ ପ୍ରତିଚିତ୍ରଣ

raw ଉପକରଣ ଅନ୍ତରାପୃଷ୍ଠକୁ Red Hat Enterprise Linux 5 ରେ ନାପସନ୍ଦ କରାଯାଇଛି; raw ଉପକରଣ ତୁଳନାକୁ ବର୍ତ୍ତମାନ udev ନିୟମ ଦ୍ବାରା ବିନ୍ଯାସ କରାଯାଉଛି।

raw ଉପକରଣ ତୁଳନାକୁ ବିନ୍ଯାସ କରିବା ପାଇଁ, ନିମ୍ନଲିଖିତ ଶୈଳୀରେ /etc/udev/rules.d/60-raw.rules ଫାଇଲରେ ଉପଯୁକ୍ତ ପ୍ରବିଷ୍ଟି ମାନଙ୍କୁ ଯୋଗ କରନ୍ତୁ:

  • ଉପକରଣ ନାମ ମାନଙ୍କ ପାଇଁ:

    ACTION=="add", KERNEL="<device name>", RUN+="raw /dev/raw/rawX %N"
    
  • ଆବଶ୍ଯକ / ଅନାବଶ୍ଯକ ସଂଖ୍ଯା ମାନଙ୍କ ପାଇଁ:

    ACTION=="add", ENV{MAJOR}="A", ENV{MINOR}="B", RUN+="raw /dev/raw/rawX %M %m"
    

<device name> କୁ ଆପଣ ବାଇଣ୍ଡ କରିବା ପାଇଁ ଚାହୁଁଥିବା ଉପକରଣ ସହିତ ବଦଳାନ୍ତୁ (ଉଦାହରଣ ସ୍ବରୂପ, /dev/sda1)। "A" ଏବଂ "B" ଆପଣ ବାଇଣ୍ଡ କରିବା ପାଇଁ ଚାହୁଁଥିବା ଉପକରଣ ମାନଙ୍କର ବୃହତ୍ତର / କ୍ଷୁଦ୍ରତ୍ତର ସଂଖ୍ଯା, ଏବଂ X ପ୍ରମୂଖ ଉପକରଣ ସଂଖ୍ଯା ଅଟେ ଯାହାକୁ ଆପଣ ତନ୍ତ୍ର ବ୍ଯବହାର କରୁ ବୋଲି ଚାହୁଁଛନ୍ତି।

ଯଦି ଆପଣଙ୍କ ନିକଟରେ ଗୋଟିଏ ବଡ, ପୂର୍ବ-ଅବସ୍ଥିତ /etc/sysconfig/rawdevices ଫାଇଲ ଅଛି, ତାହାହେଲେ ଏହାକୁ ନିମ୍ନଲିଖିତ ସ୍କ୍ରିପ୍ଟ ଦ୍ବାରା ବଦଳାନ୍ତୁ:

#!/bin/sh

grep -v "^ *#" /etc/sysconfig/rawdevices | grep -v "^$" | while read dev major minor ; do
        if [ -z "$minor" ]; then
                echo "ACTION==\"add\", KERNEL==\"${major##/dev/}\", RUN+=\"/usr/bin/raw $dev %N\""
        else
                echo "ACTION==\"add\", ENV{MAJOR}==\"$major\", ENV{MINOR}==\"$minor\", RUN+=\"/usr/bin/raw $dev %M %m\""
        fi
done
QLogic ସହାୟତା

Red Hat Enterprise Linux 5 iSCSI HBA (ଆଧାର ବସ ଏଡେପ୍ଟର) ପରିବାରର QLogic କୁ ସମର୍ଥନ କରିଥାଏ। ବର୍ତ୍ତମାନ, (qla4xxx ଡ୍ରାଇଭର ବ୍ଯବହାର କରି) କେବଳ ଏହି ବୋର୍ଡ ମାନଙ୍କ ପାଇଁ iSCSI ଅନ୍ତରାପୃଷ୍ଠ ସମର୍ଥିତ ଅଟେ।

ଆହୁରି ମଧ୍ଯ, ବର୍ତ୍ତମାନ Red Hat ଏହି ବୋର୍ଡ ମାନଙ୍କୁ ଇଥରନେଟ NIC ଭାବରେ ସମର୍ଥନ କରେ ନାହିଁ, କାରଣ ଏହି ଦକ୍ଷତା qla3xxx ଡ୍ରାଇଭର ଆବଶ୍ଯକ କରିଥାଏ। ଏହି ସମସ୍ଯାକୁ Red Hat Enterprise Linux 5 ର ଗୋଟିଏ ଆଗନ୍ତୁକ କ୍ଷୁଦ୍ର ପ୍ରକାଶନରେ ଆଲୋଚନା କରାଯିବ।

IBM System z ଅନୁଦେଶ ସେଟ

୩୧-ବିଟ ପ୍ରୟୋଗ ମାନଙ୍କ ପାଇଁ IBM System z ଅନୁଦେଶ ସେଟକୁ ସୁସ୍ପଷ୍ଟ ଭାବରେ ଉଦ୍ଧୃତ କରିବା ପାଇଁ, ଏହା ପରାମର୍ଶିତ ଯେ ଆପଣ gcc ନିର୍ଦ୍ଦେଶର -march=z900 ବିକଳ୍ପକୁ ବ୍ଯବହାର କରନ୍ତୁ। ୬୪-ବିଟ ପ୍ରୟୋଗ ମାନଙ୍କ ପାଇଁ, ପୂର୍ବନିର୍ଦ୍ଧାରିତ ଭାବରେ gcc ନିର୍ଦ୍ଦେଶ IBM System z ଅନୁଦେଶ ସେଟକୁ ଉଦ୍ଧୃତ କରିବ।

Linux ପାଇଁ iSeries ଅଭିଗମ

Linux ପାଇଁ iSeries ODBC ଡ୍ରାଇଭରକୁ Linux ପାଇଁ iSeries ଅଭିଗମ ଦ୍ବାରା ବଦଳା ଯାଇଛି, ଯାହାକୁ ନିମ୍ନଲିଖିତ ସଂଯୋଗରୁ ଆହରଣ କରିହେବ।

http://www.ibm.com/eserver/iseries/access/linux/

Linux ପାଇଁ iSeries ଅଭିଗମ iSeries ସେବକ ମାନଙ୍କ ପାଇଁ Linux ଆଧାରିତ ଅଭିଗମ ପ୍ରଦାନ କରିଥାଏ, ଏବଂ ଆପଣଙ୍କୁ ନିମ୍ନଲିଖିତ କାର୍ଯ୍ଯ କରିବା ପାଇଁ ଅନୁମତି ପ୍ରଦାନ କରିଥାଏ:

  • ଏହାର ODBC ଡ୍ରାଇଭରକୁ ବ୍ଯବହାର କରୁଥିବା iSeries ପାଇଁ DB2 UDB (ସାମଗ୍ରିକ ତଥ୍ଯାଧାର) କୁ ଅଭିଗମ କରନ୍ତୁ

  • ଗୋଟିଏ Linux ଗ୍ରାହକରୁ ଗୋଟିଏ iSeries ସେବକ ପାଇଁ ଗୋଟିଏ 5250 ଅଧିବେଶନ ସ୍ଥାପିତ କରନ୍ତୁ

  • EDRS (ବିସ୍ତାରିତ ଗତିଶୀଳ ଦୂର SQL) ଡ୍ରାଇଭର ଦ୍ବାରା DB2 UDB କୁ ଅଭିଗମ କରନ୍ତୁ

  • ୩୨-ବିଟ (i386 ଏବଂ PowerPC) ଏବଂ ୬୪-ବିଟ (x86-64 ଏବଂ PowerPC) ପ୍ଲାଟଫର୍ମ ମାନଙ୍କୁ ସମର୍ଥନ କରନ୍ତୁ

IBM Power4 iSeries

Red Hat Enterprise Linux ଆଉ ଏବେ IBM Power4 iSeries କୁ ସମର୍ଥନ କରୁନାହିଁ।

ଡ୍ରାଇଭର ଅଦ୍ଯତନ ପ୍ରୋଗ୍ରାମ

ଏହି ବିଭାଗଟି Red Hat Enterprise Linux 5 ର ଡ୍ରାଇଭର ଅଦ୍ଯତନ ପ୍ରୋଗ୍ରାମର ନିଷ୍ପାଦନ ବିଷୟରେ ସୂଚନା ଅନ୍ତର୍ଭୂକ୍ତ କରିଅଛି।

କର୍ଣ୍ଣଲ ଏକକାଂଶ ପ୍ଯାକେଜ

Red Hat Enterprise Linux 5 ରେ, ପ୍ରଚଳିତ କର୍ଣ୍ଣଲ ABI ସଂସ୍କରଣ ଉପରେ ନିର୍ଭର କରୁଥିବା ଏବଂ ଗୋଟିଏ ନିର୍ଦ୍ଦିଷ୍ଟ କର୍ଣ୍ଣଲ ସଂସ୍କରଣ ସଂଖ୍ଯା ଉପରେ ନିର୍ଭର କରୁ ନଥିବା ଅଦ୍ଯତିତ କର୍ଣ୍ଣଲ ଏକକାଂଶ ପ୍ଯାକେଜ ମାନଙ୍କୁ ଗଠନ କରିବା ସମ୍ଭବ। ଏକମାତ୍ର ସଂସ୍କରଣ ବ୍ଯତିଥ, ଏହା Red Hat Enterprise Linux 5 କର୍ଣ୍ଣଲ ମାନଙ୍କର ଗୋଟିଏ ପରିସର ମଧ୍ଯରେ କର୍ଣ୍ଣଲ ଏକକାଂଶ ମାନଙ୍କୁ ଗଠନ କରିବାର ସୁଯୋଗ ପ୍ରଦାନ କରିଥାଏ। ନିମ୍ନଲିଖିତ ପ୍ରକଳ୍ପ ୱେବ-ସାଇଟଟି ପ୍ଯାକେଜିଙ୍ଗ ପ୍ରକ୍ରିୟା ସମ୍ବନ୍ଧିତ ବହୁଳ ସୂଚନା, ଏବଂ ବିବିଧ ଉଦାହରଣ ମାନଙ୍କୁ ଧାରଣ କରିଅଛି। http://www.kerneldrivers.org/

ଏହା ମନେ ରଖନ୍ତୁ ଯେ ନିମ୍ନଲିଖିତ ସମସ୍ଯା ମାନଙ୍କୁ ଚିହ୍ନିତ କରାଯାଇଛି:

  • kmod ଦ୍ବାରା ବିତରିତ Bootpath ଡ୍ରାଇଭର ଗୁଡିକ ଆନୁଷ୍ଠାନିକ ଭାବରେ ସମର୍ଥିତ ନୁହଁନ୍ତି।

  • କର୍ଣ୍ଣଲରେ ଅବସ୍ଥିତ ଡ୍ରାଇଭର ମାନଙ୍କୁ ନବଲିଖନ କରିବା ବର୍ତ୍ତମାନ ସମର୍ଥିତ ନୁହେଁ।

ଏହି ସମସ୍ଯା ମାନଙ୍କୁ Red Hat Enterprise Linux 5 ର ଗୋଟିଏ ଭବିଷ୍ଯତ ଅଦ୍ଯତନରେ ଆଲୋଚନା କରାଯିବ।

କର୍ଣ୍ଣଲ ଏକକାଂଶ ଧାରଣ କରିବା ବିଷୟରେ

Red Hat Enterprise Linux 5 ରେ ଆଚରଣ ଧାରଣ କରୁଥିବା ଏକକାଂଶକୁ Red Hat Enterprise Linux ର ପୂର୍ବବର୍ତ୍ତୀ ସଂସ୍କରଣରୁ ପରିବର୍ତ୍ତନ କରାଯାଇଛି। Red Hat Enterprise Linux 5 କର୍ଣ୍ଣଲ ପ୍ଯାକେଜରେ ପଠା ଯାଇଥିବା ଏକକାଂଶ ମାନଙ୍କୁ ହସ୍ତାକ୍ଷରଣ କରା ଯାଇଥାଏ, ତଥାପି, ଅନ୍ଯାନ୍ଯ କର୍ଣ୍ଣଲ ନିର୍ମାଣରୁ ଗୋଟିଏ ହସ୍ତାକ୍ଷରିତ ଏକକାଂଶକୁ ଧାରଣ କରିବା ଆଉ ଏବେ ସମ୍ଭବପର ନୁହେଁ।

ଏହାର ଅର୍ଥ ହେଉଛି ଯେ ପ୍ରାରମ୍ଭିକ Red Hat Enterprise Linux 5 ବିତରଣରେ ପଠା ଯାଇଥିବା ଗୋଟିଏ ଏକକାଂଶକୁ ଭବିଷ୍ଯତରେ ଅଦ୍ଯତନ କରାଯିବା କର୍ଣ୍ଣଲ ମାନଙ୍କ ସହିତ ଧାରଣ କରିହେବ ନାହିଁ। ଗୋଟିଏ ତନ୍ତ୍ରରେ ଅସମର୍ଥିତ ଏକକାଂଶ ମାନଙ୍କୁ ଧାରଣ କରିବାରୁ ଏହା ଚାଳକ ମାନଙ୍କୁ ଅଟକାଇବାରେ ସହାୟତା ପ୍ରଦାନ କରିଥାଏ। Red Hat କେବଳ ସେହି ଏକକାଂଶ ମାନଙ୍କୁ ସମର୍ଥନ କରିଥାଏ ଯେଉଁ ଗୁଡିକ ହସ୍ତାକ୍ଷରିତ ଏବଂ ଯେଉଁ ମାନଙ୍କୁ ଗୋଟିଏ ବିତରଣରେ ଅନ୍ତର୍ଭୂକ୍ତ କରା ଯାଇଥାଏ।

ଯଦି ଆପଣ ଗୋଟିଏ ପୁରୁଣା ଏକାକାଂଶ ମାନଙ୍କୁ ଧାରଣ କରିବା ପାଇଁ ଚାହୁଁଛନ୍ତି, ତାହାହେଲେ ଆପଣ ଏହାକୁ ଗୋଟିଏ ହସ୍ତାକ୍ଷର ବିନା ପୁନଃନିର୍ମାଣ କରିବା ପାଇଁ ପ୍ରଚେଷ୍ଟା କରିପାରିବେ। ବୈକଳ୍ପିକ ଭାବରେ, ଆପଣ ନିମ୍ନିଲିଖିତ ନିର୍ଦ୍ଦେଶକୁ ଚଳାଇ ଦ୍ବି-ଆଧାରୀ ଫାଇଲରୁ ହସ୍ତାକ୍ଷରକୁ ଅପସାରଣ କରିପାରିବେ।

objcopy -R .module_sig <module name>-mod.ko <module name>-nosig.ko

ଏହା ପରାମର୍ଶିତ ଯେ ହସ୍ତାକ୍ଷରିତ ହୋଇ ନ ଥିବା ଏକକାଂଶ ମାନଙ୍କୁ ଧାରଣ କରିବା ପୂର୍ବରୁ ଆପଣ ଗୋଟିଏ ମନୋନୀତ Red Hat ସାମଗ୍ରିକ ସହାୟତା ପ୍ରତିନିଧୀଙ୍କ ସହିତ ଯୋଗାଯୋଗ କରନ୍ତୁ।

ଆନ୍ତର୍ଜାତିକତା

ଏହି ଭାଗଟି Red Hat Enterprise Linux 5 ଅଧୀନରେ ଭାଷା ସହାୟତା ପାଇଁ ସୂଚନା ଧାରଣ କରିଅଛି।

ନିବେଶ ପଦ୍ଧତି

ଏହି ସଂସ୍କରଣରେ ଏସିଆୟୀ ଏବଂ ଅନ୍ଯାନ୍ଯ ଭାଷା ମାନଙ୍କ ପାଇଁ SCIM (ସ୍ମାର୍ଟ ସାଧାରଣ ନିବେଶ ପଦ୍ଧତି) କୁ IIIMF ନିବେଶ ପଦ୍ଧତିକୁ ବଦଳାଇଛି। SCIM ପାଇଁ ପୂର୍ବନିର୍ଦ୍ଧାରିତ ନିବେଶ ପଦ୍ଧତି ଏକକାଂଶକୁ scim-bridge ଦ୍ବାରା QT ରେ ପ୍ରଦାନ କରାଯାଇଛି, ଏହାକୁ scim-qtimm ଦ୍ବାରା ପ୍ରଦାନ କରାଯାଇଛି।

ନିମ୍ନଲିଖିତ ଗୁଡିକ ବିଭିନ୍ନ ଭାଷା ପାଇଁ ପୂର୍ବନିର୍ଦ୍ଧାରିତ ସଂକ୍ଷିପ୍ତ ଚାବି ଅଟନ୍ତି:

  • ସମସ୍ତ ଭାଷା: Ctrl-Space

  • ଜାପାନୀ: Zenkaku-Hankaku or Alt-`

  • କୋରୀୟାନ: Shift-Space

ଯଦି SCIM ସ୍ଥାପିତ ହେଇଛି, ଏହା ଚାଳକ ପାଇଁ ପୂର୍ବନିର୍ଦ୍ଧାରିତ ଭାବରେ ଚାଲିବ।

SCIM ଇଞ୍ଜିନ ପ୍ଯାକେଜ ମାନଙ୍କୁ ସ୍ଥାପନ କିମ୍ବା ଅପସାରଣ କରିସାରିବା ପରେ, SCIM ଭାଷା ତାଲିକାରେ ପରିବର୍ତ୍ତନ ଗୁଡିକ ଦେଖାଯିବା ପାଇଁ ଗୋଟିଏ ନୂତନ ଡେସ୍କଟପ ଅଧିବେଶନ ପ୍ରାରମ୍ଭ କରିବା ପାଇଁ ପରାମର୍ଶ ଦିଆ ଯାଇଥାଏ।

ଭାଷା ସ୍ଥାପନ

କିଛି ଏସିଆୟୀ ଭାଷା ମାନଙ୍କ ପାଇଁ ଅତିରିକ୍ତ ଭାଷା ସହାୟତାକୁ ସକ୍ରିୟ କରିବା ପାଇଁ, ଆପଣଙ୍କୁ ଆବଶ୍ଯକୀୟ ଭାଷା ସହାୟତା ପ୍ଯାକେଜ ମାନଙ୍କୁ ସ୍ଥାପନ କରିବା ପାଇଁ ପଡିବ। ତଳେ ଏହି ଭାଷା ମାନଙ୍କର ଗୋଟିଏ ତାଲିକା ଏବଂ ସେମାନଙ୍କର ଅନୁକୂଳ ଭାଷା ସହାୟତା ପ୍ଯାକେଜ ମାନଙ୍କୁ (ରୁଟ ଭାବରେ) ସ୍ଥାପନ କରିବା ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦିଆଯାଇଛି:

  • ଆସାମୀ — yum install fonts-bengali m17n-db-assamese scim-m17n

  • ବଙ୍ଗାଳୀ — yum install fonts-bengali m17n-db-bengali scim-m17n

  • ଚିନୀ — yum install fonts-chinese scim-chewing scim-pinyin scim-tables-chinese

  • ଗୁଜୁରାଟୀ — yum install fonts-gujarati m17n-db-gujarati scim-m17n

  • ହିନ୍ଦୀ — yum install fonts-hindi m17n-db-hindi scim-m17n

  • ଜାପାନୀ — yum install fonts-japanese scim-anthy

  • କନ୍ନଡ଼ — yum install fonts-kannada m17n-db-kannada scim-m17n

  • କୋରୀୟାନ — yum install fonts-korean scim-hangul

  • ମଲାୟାଲମ — yum install fonts-malayalam m17n-db-malayalam scim-m17n

  • ମରାଠୀ — yum install fonts-hindi m17n-db-marathi scim-m17n

  • ଓଡ଼ିଆ — yum install fonts-oriya m17n-db-oriya scim-m17n

  • ପଞ୍ଜାବୀ — yum install fonts-punjabi m17n-db-punjabi scim-m17n

  • ସିଙ୍ଘଳୀ — yum install fonts-sinhala m17n-db-sinhala scim-m17n

  • ତାମିଲ — yum install fonts-tamil m17n-db-tamil scim-m17n

  • ତେଲୁଗୁ — yum install fonts-telugu m17n-db-telugu scim-m17n

ଅତିରିକ୍ତ ଭାଷା ସହାୟତା ସକ୍ରିୟଣ କରିବା ସମୟରେ scim-bridge-gtk ଏବଂ scim-qtimm କୁ ସ୍ଥାପନ କରିବା ପାଇଁ ଆପଣଙ୍କୁ ମଧ୍ଯ ପରାମର୍ଶ ଦିଆଯାଇଛି। scim-bridge-gtk ପ୍ଯାକେଜ libstdc++ ର ପୁରାତନ ସଂସ୍କରଣ ସହିତ ସଂଯୋଜିତ ତୃତୀୟ-ପକ୍ଷ ପ୍ରୟୋଗ ସହିତ ସମ୍ଭାବ୍ଯ ଦ୍ବି-ଆଧାରୀ ବିରୋଧକୁ ଏଡାଇଥାଏ।

ଏହା ମନେ ରଖନ୍ତୁ ଯେ OpenOffice (openoffice.org-langpack-<language code>_<locale>) ଏବଂ KDE (kde-i18n-<language>) ପାଇଁ ମଧ୍ଯ ଅତିରିକ୍ତ ଭାଷା ସହାୟତା ଉପଲବ୍ଧ। ଏହି ପ୍ଯାକେଜ ମାନଙ୍କୁ yum ବ୍ଯବହାର କରି ସ୍ଥାପନ କରିହେବ।

im-chooser

im-chooser ଭାବରେ ନାମିତ ଗୋଟିଏ ନୂତନ ଚାଳକ ବିନ୍ଯାସ ଉପକରଣକୁ ଯୋଗ କରାଯାଇଛି, ଯାହାକି ଆପଣଙ୍କୁ ସହଜରେ ଆପଣଙ୍କ ଡେସ୍କଟପର ନିବେଶ ପଦ୍ଧତିକୁ ନିଷ୍କ୍ରିୟ ଏବଂ ସକ୍ରିୟ କରିବାର ଅନୁମତି ପ୍ରଦାନ କରିଥାଏ। ତେଣୁ ଯଦି SCIM ସ୍ଥାପିତ ହେଇଅଛି କିନ୍ତୁ ଆପଣ ତାହାକୁ ଆପଣଙ୍କ ଡେସ୍କଟପରେ ସ୍ଥାପନ କରିବା ପାଇଁ ଚାହୁଁନାହାଁନ୍ତି, ତାହାହେଲେ ଆପଣ ତାହାକୁ im-chooser ନିର୍ଦ୍ଦେଶ ବ୍ଯବହାର କରି ନିଷ୍କ୍ରିୟ କରିପାରିବେ।

xinputrc

ଗୋଟିଏ X ବ୍ଯବସ୍ଥାପନରେ, xinput.sh ବର୍ତ୍ତମାନ ~/.xinput.d/ କିମ୍ବା /etc/xinit/xinput.d/ ର ବିନ୍ଯାସ ଫାଇଲ ମାନଙ୍କୁ ଖୋଜିବା ପରିବର୍ତ୍ତେ ~/.xinputrc କିମ୍ବା /etc/X11/xinit/inputrc କୁ ଚଳାଇଥାଏ।

Firefox ରେ ପେଙ୍ଗୋ ସହାୟତା

Red Hat Enterprise Linux 5 ରେ Firefox ଟି ପେଙ୍ଗୋ ସହିତ ନିର୍ମିତ ହେଇଅଛି, ଯାହାକି କିଛି ନିର୍ଦ୍ଦିଷ୍ଟ ସ୍କ୍ରିପ୍ଟ ପାଇଁ ଉନ୍ନତ ସହାୟତା ପ୍ରଦାନ କରିଥାଏ, ଯେପରିକି Indic ଏବଂ କିଛି CJK ସ୍କ୍ରିପ୍ଟ।

ପେଙ୍ଗୋର ବ୍ଯବହାରକୁ ନିଷ୍କ୍ରିୟ କରିବା ପାଇଁ, ଆପଣଙ୍କ ପରିବେଶରେ Firefox କୁ ଚଳାଇବା ପୂର୍ବରୁ MOZ_DISABLE_PANGO=1 କୁ ବିନ୍ଯାସ କରନ୍ତୁ।

ଅକ୍ଷରରୂପ

କୃତ୍ରିମ ପଦ୍ଧତିରେ ପ୍ରସ୍ତୁତ ଏବଂ ଗାଢ ଅକ୍ଷର ବିହୀନ ଅକ୍ଷରରୂପକୁ ଉତ୍ସାହିତ କରିବା ପାଇଁ ଏବେ ସହାୟତା ଉପଲବ୍ଧ।

ଚାଇନିଜ ପାଇଁ ନୂତନ ଅକ୍ଷରରୂପକୁ ଯୋଗ କରାଯାଇଛି: AR PL ShanHeiSun Uni (uming.ttf) ଏବଂ AR PL ZenKai Uni (ukai.ttf)। ପୂର୍ବନିର୍ଦ୍ଧାରିତ ଅକ୍ଷରରୂପଟି AR PL ShanHeiSun Uni ଅଟେ, ଯାହାକି ଦୃଢ ସଂଯୋଜିତ ବିଟମ୍ଯାପକୁ ଧାରଣ କରିଅଛି। ଯଦି ଆପଣ ବାହ୍ଯରେଖା ଚିତ୍ରକୁ ପସନ୍ଦ କରୁଛନ୍ତି, ଆପଣ ନିମ୍ନଲିଖିତ ଅଂଶକୁ ଆପଣଙ୍କ ଫାଇଲରେ ଯୋଗ କରିପାରିବେ ~/.font.conf:

<fontconfig>
  <match target="font">
    <test name="family" compare="eq">
      <string>AR PL ShanHeiSun Uni</string>
    </test>
    <edit name="embeddedbitmap" mode="assign">
      <bool>false</bool>
    </edit>
  </match>
</fontconfig>                                
                        
gtk2 IM ଉପତାଲିକା

Gtk2 ପ୍ରସଙ୍ଗ ତାଲିକା IM ଉପତାଲିକାଟି ଏବେ ପୂର୍ବନିର୍ଦ୍ଧାରିତ ଭାବରେ ଦୃଶ୍ଯ ହେଉ ନାହିଁ। ଆପଣ ଏହାକୁ ପାଠ୍ଯ ନିର୍ଦ୍ଦେଶରେ ନିମ୍ନଲିଖିତ ନିର୍ଦ୍ଦେଶ ଦ୍ବାରା ସକ୍ରିୟ କରିପାରିବେ:

gconftool-2 --type bool --set '/desktop/gnome/interface/show_input_method_menu' true

CJK ରେ ପାଠ୍ଯ ସ୍ଥାପନ ପାଇଁ ସହାୟତା

CJK (ଚୀନି, ଜାପାନୀ, ଏବଂ କୋରିୟାନ) ଚିତ୍ରଣ ପ୍ରକ୍ରିୟା ସହାୟତାକୁ ଆନାକୋଣ୍ଡା ପାଠ୍ଯ ସ୍ଥାପନରୁ କାଢି ନିଆଯାଇଛି। ପାଠ୍ଯ ସ୍ଥାପନ ପଦ୍ଧତିଟି ଦୀର୍ଘକାଳ ପାଇଁ GUI ସ୍ଥାପନ ପରି ପସନ୍ଦୀୟ ନୁହେଁ, VNC ଏବଂ କିକ-ଷ୍ଟାର୍ଟ ପଦ୍ଧତି ଗୁଡିକୁ ଅଧିକ ପ୍ରାଧାନ୍ଯ ଦିଆଯାଇଥାଏ।

gtk+ ବିରୋଧ

Red Hat Enterprise Linux ରେ ନିମ୍ନଲିଖିତ ପ୍ଯାକେଜ ମାନଙ୍କୁ ଅନୁଚିତ ମନେ କରାଯାଇଛି ଏବଂ ଅପସାରଣ କରିବା ପାଇଁ ସ୍ଥିର କରାଯାଇଛି:

  • gtk+

  • gdk-pixbuf

  • glib

ଏହି ପ୍ଯାକେଜ ମାନଙ୍କୁ gtk2 ଥାକ ପାଇଁ ଅନୁଚିତ ମନେ କରାଯାଇଛି, ଯାହା ବିଶେଷ ଭାବରେ ଆନ୍ତର୍ଜାତିକରଣ ଏବଂ ଅକ୍ଷରରୂପ ନିୟନ୍ତ୍ରଣରେ ଉନ୍ନତ ଉପଯୋଗୀତା ପ୍ରଦାନ କରିଥାଏ।

କୋନଶୋଲରେ CJK ନିବେଶ

ଯଦି ଆପଣ କୋନଶୋଲରେ ଚିନୀ, ଜାପାନୀ, କିମ୍ବା କୋରୀୟାନ ପାଠ୍ଯକୁ ପ୍ରଦର୍ଶିତ କରିବା ପାଇଁ ଚାହୁଁଛନ୍ତି, ତାହାହେଲେ ଆପଣ ଗୋଟିଏ ଫ୍ରେମ-ବଫରକୁ ବ୍ଯବସ୍ଥାପନ କରିବା ଉଚିତ; ତାପରେ, bogl-bterm କୁ ସ୍ଥାପନ କରିବା ଉଚିତ, ଏବଂ ଫ୍ରେମ-ବଫରରେ bterm ଚଳାଇବା ଉଚିତ।

କର୍ଣ୍ଣଲ ସମ୍ବନ୍ଧିତ ଟିପ୍ପଣୀ

ଏହି ଅଂଶଟି 2.6.9 (ଯେଉଁଥିରେ Red Hat Enterprise Linux 4 ଆଧାରିତ) ଏବଂ 2.6.18 (ଯେଉଁଥିରେ Red Hat Enterprise Linux 5 ରହିବ) ମଧ୍ଯରେ ୧୨ ଜୁଲାଇ, ୨୦୦୬ ପର୍ଯ୍ଯନ୍ତ ଥିବା ବିଭେଦକୁ ଲେଖିଅଛି। ଅତିରିକ୍ତ ଗୁଣ, ଯାହାକି ସ୍ରୋତର ବିପରୀତ ଦିଗରେ ଚାଲୁଅଛି (ଉଦାହରଣ ସ୍ବରୂପ, ଆଭାସୀକରଣ) ଯାହାକି 2.6.18 କିମ୍ବା 2.6.19 ରେ ଦେଖାଦେବେ, ସେଗୁଡିକୁ ଏହି ମୁଖାଂଶରେ ଉଲ୍ଲେଖ କରାଯାଇ ନାହିଁ। ଅନ୍ଯ ଅର୍ଥରେ, ଏହି ତାଲିକାଟି କେବଳ ସେମାନଙ୍କୁ ପ୍ରଦର୍ଶନ କରିଥାଏ ଯେଉଁ ଗୁଡିକ ବର୍ତ୍ତମାନ ପର୍ଯ୍ଯନ୍ତ Linus ବୃକ୍ଷର ସ୍ରୋତରେ ସଂଲଗ୍ନିତ ହେଇଛି, ସେହି ସାଧନ ଗୁଡିକ ନୁହେଁ ଯାହା ପ୍ରଗତି ପଥରେ ଅଛି। ଆନୁଷଙ୍ଗିକ ଭାବରେ, ଏହି ତାଲିକାଟି ଅନ୍ତିମ ନୁହେଁ, କିମ୍ବା ନୂତନ Red Hat Enterprise Linux 5 ର ସମ୍ପୂର୍ଣ୍ଣ ଗୁଣର ସୂଚୀକୁ ଧାରଣ କରିନାହିଁ। ତଥାପି ଏହା Red Hat Enterprise Linux 5 ରୁ ପ୍ରତ୍ଯାଶିତ ଗୁଣ ମାନଙ୍କୁ ଉତ୍ତମ ରୂପରେ ଦୃଷ୍ଟିପାତ କରିଅଛି। ଆଉମଧ୍ଯ ଏହା ଦୃଷ୍ଟି ରଖନ୍ତୁ ଯେ ଏହି ଅଂଶଟି କେବଳ ସ୍ରୋତରେ ପରିବର୍ତ୍ତିତ ମୁଖାଂଶକୁ ନେଇଥାଏ, ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ବ୍ଯାପକ ବିବରଣୀ ନୁହେଁ। ଏହା ଅଧିକାଂଶ ନିମ୍ନସ୍ତରୀୟ ହାର୍ଡୱେର ସହାୟତା ବୃଦ୍ଧି ଏବଂ ଉପକରଣ ଚାଳକର ସୂଚନାକୁ ଉଲ୍ଲେଖ କରିନାହିଁ।

ନିମ୍ନଲିଖିତ ୟୁ.ଆର.ଏଲ. ଟି ପରବର୍ତ୍ତୀ ସ୍ତରର ବିସ୍ତୃତ ବିବରଣୀ ପ୍ରଦର୍ଶନ ପାଇଁ ଗୋଟିଏ ଭଲ ଉତ୍ସ:

http://kernelnewbies.org/LinuxChanges

ପ୍ରଦର୍ଶନ / ସମାନୁପାତିକରଣ
  • ବଡ କର୍ଣ୍ଣଲ ଅପରିବର୍ତ୍ତନୀୟ ଅଗ୍ରକ୍ରୟ ଅଧିକାର (2.6.10)

  • ସ୍ବେଚ୍ଛାସେବୀ ଅଗ୍ରକ୍ରୟ ଅଧିକାର ପ୍ଯାଚ ମାନ (2.6.13) (Red Hat Enterprise Linux 4 ରେ ଉପସେଟ)

  • futexes ପାଇଁ ହାଲୁକା ଚାଳକ କ୍ଷେତ୍ର ଅଗ୍ରାଧିକାର ଗୁଣ (PI) ସହାୟତା, ଯାହାକି ବାସ୍ତବ ସମୟ ପ୍ରୟୋଗ ମାନଙ୍କ ପାଇଁ ଲାଭପ୍ରଦ ହେଇଥାଏ (2.6.18)

  • ନୂତନ 'mutex' ଅପ୍ରଶିକ୍ଷିତ ଶୈଳୀ (2.6.16)

  • ଅଧିକ ବିଭେଦନ କାଳ ମାପକ (2.6.16)

    • kernel/timer.c କାର୍ଯ୍ଯକାରି ସ୍ବଳ୍ପ-ବିଭେଦନ ସମୟ ସମାପ୍ତ API ଅନୁସାରେ, ତନ୍ତ୍ରର ବିନ୍ଯାସ ଏବଂ ଦକ୍ଷତା ଉପରେ ନିର୍ଭର କରି hrtimers ସର୍ବତ୍କୃଷ୍ଟ ବିଭେଦନ ପ୍ରଦାନ କରିଥାଏ। ଏହି କାଳ ମାପକ ଗୁଡିକ ବର୍ତ୍ତମାନ itimers, POSIX timers, nanosleep ଏବଂ precise in-kernel ଟାଇମିଙ୍ଗ ପାଇଁ ବ୍ଯବହୃତ ହେଇ ଥାଆନ୍ତି।

  • ଏକକ, ସମ୍ମୁଖରେ ପରିବର୍ତ୍ତନୀୟ ନିୟନ୍ତ୍ରକ (2.6.10)

    • Red Hat Enterprise Linux 4 ରେ କେବଳ ବୁଟ ବିକଳ୍ପ ଦ୍ବାରା ଏହା ଯଥାପଯୋଗୀ (କ୍ରମ-ପ୍ରତି ପରିବର୍ତ୍ତେ ଏହା ତନ୍ତ୍ର-ବ୍ଯାପି ଅଟେ)।

  • ୪-ସ୍ତରୀୟ ପୃଷ୍ଠା ସାରଣୀକୁ ରୂପାନ୍ତରଣ (2.6.11)

    • ୫୧୨ ଗିଗା-ବାଇଟରୁ ୧୨୮ ଟେରା-ବାଇଟ ପର୍ଯ୍ଯନ୍ତ ସ୍ମୃତି ବର୍ଦ୍ଧନ ପାଇଁ x86-64 କୁ ଅନୁମତି ପ୍ରଦାନ କରିଥାଏ

  • ନୂତନ ପାଇପ ରୂପାୟନ (2.6.11)

    • ପାଇପ ବ୍ଯାଣ୍ଡପ୍ରସ୍ଥରେ ୩୦-୯୦% ପ୍ରଦର୍ଶନର ଉନ୍ନତି

    • ବୃତ୍ତାକାର ବଫରଟି ଲେଖକକୁ ପ୍ରତିବନ୍ଧ କରିବା ପରିବର୍ତ୍ତେ ଅଧିକ ବଫରିଙ୍ଗ ପାଇଁ ଅନୁମତି ପ୍ରଦାନ କରିଥାଏ

  • "ବୃହତ କର୍ଣ୍ଣଲ ସିମାଫୋର": ବୃହତ କର୍ଣ୍ଣଲ ତାଳକକୁ ସିମାଫୋରରେ ରୂପାନ୍ତରିତ କରିଥାଏ

    • ଲମ୍ବା ଅପରିବର୍ତ୍ତନୀୟ ବିରତି ସମୟକୁ ବିଭାଜିତ କରି ଏବଂ ସ୍ବେଚ୍ଛାକୃତ ଅଗ୍ରାଧିକାରକୁ ଯୋଗ କରି ପ୍ରସୁପ୍ତି ସମୟକୁ କମାଇଥାଏ

  • X86 "SMP ବିକଳ୍ପ"

    • ଉପଲବ୍ଧ ପ୍ଲାଟଫର୍ମ ଅନୁସାରେ ଗୋଟିଏ ଚାଳନ ସମୟ କର୍ଣ୍ଣଲ ପ୍ରତିଛବିକୁ ଉନ୍ନତ କରିଥାଏ

    • ref: http://lwn.net/Articles/164121/

  • libhugetlbfs

    • ଉତ୍ସ ସଙ୍କେତକୁ ରୂପାନ୍ତରିତ ନ କରି Linux ରେ ବୃହତ ପୃଷ୍ଠାର ସହାୟତାକୁ ବ୍ଯବହାର କରିବା ପାଇଁ ପ୍ରୟୋଗ ମାନଙ୍କୁ ଅନୁମତି ପ୍ରଦାନ କରିଥାଏ

  • kernel-headers ପ୍ଯାକେଜ

    • glibc-kernheaders ପ୍ଯାକେଜ ମାନଙ୍କୁ ବଦଳାଇ ଥାଏ

    • 2.6.18 କର୍ଣ୍ଣଲର ନୂତନ headers_install ଗୁଣ ସହିତ ଉନ୍ନତ ଉପଯୁକ୍ତତା ପ୍ରଦାନ କରିଥାଏ

    • ଉଲ୍ଳେଖନୀୟ କର୍ଣ୍ଣଲ ଶୀର୍ଷକ ସମ୍ବନ୍ଧୀତ ପରିବର୍ତ୍ତନ ମାନ:

      • <linux/compiler.h> ଶୀର୍ଷକ ଫାଇଲକୁ ଅପସାରଣ କରାଯାଇଛି, କାରଣ ଏହା ଆଉ ଉପଯୋଗୀ ନୁହେଁ

      • _syscallX() ମାକ୍ରୋସକୁ ଅପସାରଣ କରାଯାଇଛି; C ଲାଇବ୍ରେରୀ ପରିବର୍ତ୍ତେ ଚାଳକ-ସ୍ଥାନ syscall() କୁ ବ୍ଯବହାର କରିବା ଉଚିତ

      • <asm/atomic.h> ଏବଂ <asm/bitops.h> ଶୀର୍ଷକ ଫାଇଲ ମାନଙ୍କୁ ଅପସାରଣ କରାଯାଇଛି; C ସଙ୍କଳକ (କମ୍ପାଇଲର) ଚାଳକ-କ୍ଷେତ୍ର ପ୍ରୋଗ୍ରାମ ପାଇଁ ନିଜସ୍ବ ସୁକ୍ଷ୍ମ ପୂର୍ବ ବିନ୍ଯସ୍ତ ଫଳନ ମାନଙ୍କୁ ପ୍ରଦାନ କରିଥାଏ

      • ପୂର୍ବରୁ #ifdef __KERNEL__ ଦ୍ବାରା ସୁରକ୍ଷିତ ବିଷୟବସ୍ତୁକୁ ବର୍ତ୍ତମାନ unifdef ଉପକରଣ ଦ୍ବାରା ସମ୍ପୂର୍ଣ୍ଣ ରୂପରେ ଅପସାରଣ କରାଯାଇଛି; ଚାଳକ-ସ୍ଥାନରେ ଦୃଶ୍ଯମାନ ନ ହେବା ଅଂଶ ମାନଙ୍କୁ ଦେଖିବା ପାଇଁ __KERNEL___ ବ୍ଯାଖ୍ଯା କରାଯିବାରୁ ଏହା ଆଉ କାର୍ଯ୍ଯକ୍ଷମ ନାହିଁ

      • କିଛି ସ୍ଥାପତ୍ଯରୁ PAGE_SIZE ମାକ୍ରୋକୁ ଅପସାରଣ କରାଯାଇଛି, ପୃଷ୍ଠା ଆକାରର ଭିନ୍ନତା ଯୋଗୁଁ; ଚାଳକ-କ୍ଷେତ୍ର sysconf (_SC_PAGE_SIZE) କିମ୍ବା getpagesize() ନିର୍ଦ୍ଦେଶକୁ ବ୍ଯବହାର କରିବା ଉଚିତ

    • ଚାଳକ-କ୍ଷେତ୍ର ପାଇଁ ଉନ୍ନତ ଉପଯୁକ୍ତତା ପ୍ରଦାନ କରିବା ପାଇଁ, ଅନେକ ଶୀର୍ଷକ ଫାଇଲ ଏବଂ ଶୀର୍ଷକ ବିଷୟ ବସ୍ତୁକୁ ଅପସାରଣ କରାଯାଇଛି

ନିର୍ଦ୍ଦିଷ୍ଟ ଗୁଣ ମିଶ୍ରଣ

  • kexec and kdump (2.6.13)

    • netdump ଫାଇଲକୁ kexec ଏବଂ kdump ଫାଇଲ ମାନଙ୍କ ଦ୍ବାରା ବଦଳାଯାଇଛି, ଯାହାକି ତୃଟି ନିର୍ଣ୍ଣାୟକ ପାଇଁ ଦୃତ ବୁଟ-ଅପ ଏବଂ ବିଶ୍ବସ୍ତ କର୍ଣ୍ଣଲ vmcores ସୃଷ୍ଟିକୁ ନିଶ୍ଚିତ କରିଥାଏ। ଅଧିକ ସୂଚନା ଏବଂ ବିନ୍ଯାସ ଅନୁଦେଶ ପାଇଁ, ଦୟାକରି /usr/share/doc/kexec-tools-<version>/kexec-kdump-howto.txt କୁ ପଢନ୍ତୁ (<version> କୁ ସ୍ଥାପିତ ହେଇଥିବା kexec-tools ପ୍ଯାକେଜର ଆପେକ୍ଷିକ ସଂସ୍କରଣ ସହିତ ବଦଳାନ୍ତୁ)।

    • ଏହା ମନେ ରଖନ୍ତୁ ଯେ ବର୍ତ୍ତମାନ, ଆଭାସୀକୃତ କର୍ଣ୍ଣଲ ଗୁଡିକ kdump ପ୍ରକ୍ରିୟାକୁ ବ୍ଯବହାର କରିପାରିବେ ନାହିଁ।

  • inotify (2.6.13)

    • ନିମ୍ନଲିଖିତ syscalls ମାନଙ୍କ ଦ୍ବାରା ଏଗୁଡିକ ପାଇଁ ଚାଳକ ଅନ୍ତରାପୃଷ୍ଠ: sys_inotify_init, sys_inotify_add_watch, ଏବଂ sys_inotify_rm_watch

  • ପ୍ରକ୍ରିୟା ଘଟଣା ସଂଯୋଜକ (2.6.15)

    • ଚାଳକ-ସ୍ଥାନର ସଂସାଧକ ପାଇଁ fork, fork, ପରିଚୟ ବିନିମୟ, ଏବଂ ପ୍ରସ୍ଥାନ ଘଟଣା ମାନଙ୍କୁ ଜଣାଇଥାଏ।

    • ପ୍ରୟୋଗ ଯାହାକି ଏହି ଘଟଣା ମାନଙ୍କୁ ସମୀକ୍ଷଣ/ ଗଣନା ପାଇଁ ଲାଭପ୍ରଦ ହୋଇଥାଏ (ଉଦାହରଣ ସ୍ବରୂପ, ELSA), ତନ୍ତ୍ର କାର୍ଯ୍ଯକଳାପ ପ୍ରଦର୍ଶିକା (ଉଦାହରଣ ସ୍ବରୂପ, top), ସୁରକ୍ଷା, ଏବଂ ସମ୍ବଳ ପରିଚାଳନା (ଉଦାହରଣ ସ୍ବରୂପ, CKRM)। ଭାଷାତତ୍ତ୍ବ ପ୍ରତି-ଚାଳକ-ନାମକ୍ଷେତ୍ର ଭଳି ଭବିଷ୍ଯତ ନିର୍ମାଣ ବ୍ଲକ, "ଫାଇଲ ମାନଙ୍କୁ ଡିରେକ୍ଟୋରି ଭାବରେ" ଏବଂ ସଂସ୍କରଣ ବିଶିଷ୍ଟ ଫାଇଲତନ୍ତ୍ର ମାନଙ୍କୁ ପ୍ରଦାନ କରିଥାଏ।

  • ନିର୍ଦ୍ଦିଷ୍ଟ RTC (ବାସ୍ତବ ସମୟ ପ୍ରଦର୍ଶନ କରୁଥିବା ଘଡି) ଉପତନ୍ତ୍ର (2.6.17)

  • splice (2.6.17)

    • ନୂତନ IO କୌଶଳ ଯାହାକି ପ୍ରୟୋଗ ମାନଙ୍କ ମଧ୍ଯରେ ତଥ୍ଯ ସ୍ଥାନାନ୍ତରିତ ହେବା ସମୟରେ ତଥ୍ଯକୁ ଆଗ୍ରହ୍ଯ କରିଦିଏ

    • ref: http://lwn.net/Articles/178199/

ଫାଇଲତନ୍ତ୍ର / LVM

  • EXT3

    • ext3 ରେ ଥିବା ବୃହତ inode ଅଂଶରେ ବିସ୍ତାରିତ ଗୁଣ ପାଇଁ ସହାୟତା: ଖାଲି ସ୍ଥାନ ମାନଙ୍କୁ ବଞ୍ଚାଏ ଏବଂ କିଛି ସ୍ଥଳରେ ପ୍ରଦର୍ଶନକୁ ଉନ୍ନତ କରିଥାଏ (2.6.11)

  • ଉପକରଣ ସମିକରକ ଏକାଧିକ ପଥ ସହାୟତା

  • NFSv3 ଏବଂ NFSv4 ପାଇଁ ACL ସହାୟତା (2.6.13)

  • NFS: ତାରରେ ଅଧିକ ପଠନ ଏବଂ ଲିଖନକୁ ସହାୟତା ପ୍ରଦାନ କରିଥାଏ (2.6.16)

    • Linux NFS ଗ୍ରାହକ ବର୍ତ୍ତମାନ ୧ ମେଗା-ବାଇଟ ପର୍ଯ୍ଯନ୍ତ ସ୍ଥାନାନ୍ତରଣ ଆକାର ପାଇଁ ସହାୟକ।

  • VFS ପରିବର୍ତ୍ତନ

    • "ସହଭାଗ ଉପବୃକ୍ଷ" ପ୍ଯାଚ ମାନଙ୍କୁ ମିଶ୍ରିତ କରାଯାଇଛି। (2.6.15)

    • ref: http://lwn.net/Articles/159077/

  • ବଡ CIFS ଅଦ୍ଯତନ (2.6.16)

    • କେର୍ବେରୋଶ ଏବଂ CIFS ACL ସହାୟତା ସହିତ ଆହୁରି ମଧ୍ଯ ଅନେକ ଉନ୍ନତ ପ୍ରଦର୍ଶନ ମାନଙ୍କୁ ଉପସ୍ଥାପନ କରିଅଛି

  • autofs4: ଚାଳକ ସ୍ଥାନ autofs (2.6.18) ପାଇଁ ସିଧାସଳଖ ଆରୋହଣ ସହାୟତା ପ୍ରଦାନ କରିବା ପାଇଁ ଅଦ୍ଯତନ କରଯାଇଛି

  • cachefs ଅନ୍ତଃସ୍ଥଳ ସକ୍ରିୟକ (2.6.18)

ସୁରକ୍ଷା

  • SELinux ପାଇଁ ଏକାଧିକ ସ୍ତର ବିଶିଷ୍ଟ ରୂପାୟନ (2.6.12)

  • ଉପତନ୍ତ୍ରକୁ ସମୀକ୍ଷା କରନ୍ତୁ

    • ପ୍ରକ୍ରିୟା ପ୍ରସଙ୍ଗ ଉପରେ ଆଧାରିତ ଫିଲଟରିଙ୍ଗ ପାଇଁ ସହାୟତା (2.6.17)

    • ଅଧିକ ଫାଇଲ ନିୟମ ବିଶ୍ଳେଷକ (2.6.17)

  • TCP/UDP getpeersec: ଗୋଟିଏ ନିର୍ଦ୍ଦିଷ୍ଟ TCP କିମ୍ବା UDP ସକେଟ ବ୍ଯବହାର କରୁଥିବା ଗୋଟିଏ IPSec ସୁରକ୍ଷା ସମିତିର ସୁରକ୍ଷା ପ୍ରସଙ୍ଗକୁ ପୁନରୁଦ୍ଧାର କରିବା ପାଇଁ ଗୋଟିଏ ସୁରକ୍ଷା-ସଚେତନ ପ୍ରୟୋଗକୁ ସକ୍ରିୟ କରାଯାଇଛି। ଯଦି କେବଳ MLS-ସ୍ତରୀୟ ସୂଚନା ଆବଶ୍ଯକ କିମ୍ବା ପୂର୍ବ unix ତନ୍ତ୍ର ସହିତ ଅନ୍ତଃକାର୍ଯ୍ଯକ୍ଷମତା ଦରକାର ହେଲେ, IPSec ପରିବର୍ତ୍ତେ NetLabel କୁ ବ୍ଯବହାର କରିହେବ।

ନେଟୱାର୍କିଙ୍ଗ

  • ଅନେକ TCP ଜନାକୀର୍ଣ୍ଣତା ଏକକାଂଶକୁ ଯୋଗ କରାଯାଇଛି (2.6.13)

  • IPV6: ଉନ୍ନତ API ରେ ଅନେକ ନୂତନ sockopt / ସହାୟକ ତଥ୍ଯ ପାଇଁ ସହାୟକ (2.6.14)

  • IPv4/IPv6: UFO (UDP ବିଖଣ୍ଡନ ଅଫ-ଲୋଡ) ବିଚ୍ଛୁରିତ-ଏକତ୍ରିତ ସମିପ ଗମନ (2.6.15)

    • UFO ଟି ଗୋଟିଏ ଗୁଣ ଯେଉଁଠାରେ Linux କର୍ଣ୍ଣଲ ନେଟୱାର୍କ ଥାକ ହାର୍ଡୱେରରେ ବହୁଳ ସଂଖ୍ଯକ UDP ଡାଟାଗ୍ରାମର ଆଇ.ପି. ବିଖଣ୍ଡନ କାର୍ଯ୍ଯକୁ ଅଫ-ଲୋଡ କରିଦେବ। ଏହା ବହୁଳ ସଂଖ୍ଯକ UDP ଡାଟାଗ୍ରାମକୁ ଏମ.ଟି.ୟୁ. ଆକାର ବିଶିଷ୍ଟ ପ୍ଯାକେଟରେ ବିଖଣ୍ଡନ କରିବାରୁ କମାଇ ଦେବ।

  • nf_conntrack ଉପତନ୍ତ୍ରକୁ ଯୋଗ କରାଯାଇଛି (2.6.15)

    • ନେଟ ଫିଲଟରରେ ଉପସ୍ଥିତ ସଂଯୋଗ ଅନୁକରଣ ଉପତନ୍ତ୍ରଟି କେବଳ ipv4 କୁ ନିୟନ୍ତ୍ରଣ କରିପାରିବ। ipv6 ପାଇଁ ସଂଯୋଗ ଅନୁକରଣ ସହାୟତାକୁ ଯୋଗ କରିବା ପାଇଁ ସେଠାରେ ଦୁଇଟି ବିକଳ୍ପ ଉପଲବ୍ଧ; ସମସ୍ତ ipv4 ସଂଯୋଗ ଅନୁକରଣ ସଙ୍କେତକୁ ipv6 ରେ ନକଲ କରିବା, କିମ୍ବା (ଏହି ପ୍ଯାଚ ମାନଙ୍କ ଦ୍ବାରା ନିର୍ଦ୍ଧାରିତ ବିକଳ୍ପ) ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରକୁ ପ୍ରସ୍ତୁତ କରିବା ଯାହାକି ଉଭୟ ipv4 ଏବଂ ipv6 କୁ ନିୟନ୍ତ୍ରଣ କରିପାରିବ ଏବଂ ସେଥିପାଇଁ କେବଳ ଗୋଟିଏ ଉପ ପ୍ରୋଟୋକଲ (TCP, UDP, ଇତ୍ଯାଦି।) ର ସଂଯୋଗ ଅନୁକରଣ ସାହାଯ୍ଯ ଏକାକାଂଶର ଲିଖନ ଆବଶ୍ଯକ। ପ୍ରକୃତରେ, nf_conntrack ଟି ଯେକୌଣସି ତୃତୀୟ ସ୍ତରୀୟ ପ୍ରୋଟୋକଲ ସହିତ କାର୍ଯ୍ଯ କରିବାରେ ସକ୍ଷମ।

  • IPV6

    • RFC 3484 ବିନୟୀ ଉତ୍ସ ଠିକଣା ଚୟନ (2.6.15)

    • ରାଉଟର ପସନ୍ଦ ପାଇଁ ସହାୟତାକୁ ଯୋଗ କରାଯାଇଛି (RFC4191) (2.6.17)

    • ରାଉଟର ଅଭିଗମ୍ଯତା ସନ୍ଧାନକୁ ଯୋଗ କରାଯାଇଛି (RFC4191) (2.6.17)

    • ଏକାଧିକ ଅନୁମାର୍ଗଣ ସାରଣୀ ଏବଂ ନୀତି ଅନୁମାର୍ଗଣ ପାଇଁ ଅତିରିକ୍ତ ସହାୟତା

  • ବେତାର ଅଦ୍ଯତନ

    • ହାର୍ଡୱେର ଗୋପନୀୟତା ଏବଂ ବିଖଣ୍ଡନ ଅଫ-ଲୋଡ ସହାୟତା

    • QoS (WME) ସହାୟତା, "ବେତାର ଗୁପ୍ତଚର ସହାୟତା"

    • ମିଶ୍ରିତ PTK/GTK

    • CCMP/TKIP ସହାୟତା ଏବଂ WE-19 HostAP ସହାୟତା

    • BCM43xx ବେତାର ଡ୍ରାଇଭର

    • ZD1211 ବେତାର ଡ୍ରାଇଭର

    • WE-20, ବେତାର ବର୍ଦ୍ଧନର ବିଂଶତମ ସଂସ୍କରଣ (2.6.17)

    • ହାର୍ଡୱେର ନିରପେକ୍ଷ ସଫଟୱେର MAC ସ୍ତରକୁ ଯୋଗ କରାଯାଇଛି, "Soft MAC" (2.6.17)

    • LEAP ବୈଧିକରଣ ପ୍ରକାରକୁ ଯୋଗ କରାଯାଇଛି

  • ନିର୍ଦ୍ଦିଷ୍ଟ ବିଭାଜନ ଅଫଲୋଡ (GSO) (2.6.18) କୁ ଯୋଗ କରାଯାଇଛି

    • କିଛି ଘଟଣାରେ ପ୍ରଦର୍ଶନ ଉନ୍ନତ କରିପାରିବ, ଯଦିଚ ଏହାକୁ ethtool ନିର୍ଦ୍ଦେଶ ଦ୍ବାରା ସକ୍ରିୟ କରାଯିବା ଆବଶ୍ଯକ

  • DCCPv6 (2.6.16)

ହାର୍ଡୱେର ସହାୟତାକୁ ଯୋଗ କରାଯାଇଛି

ଟିପ୍ପଣୀ

ଅଧିକାଂଶ ଗୁଣ ମାନଙ୍କ ମଧ୍ଯରୁ ସର୍ବତ୍କୃଷ୍ଟ ଗୁଣ ମାନଙ୍କୁ ଏହି ଅଂଶ ପ୍ରଦର୍ଶିତ କରିଥାଏ।

  • x86-64 ଏକତ୍ରିତ APIC ସହାୟତା (2.6.10)

  • Infiniband ସହାୟତା (2.6.11)

  • ହଟ-ପ୍ଲଗ

    • ନିର୍ଦ୍ଦିଷ୍ଟ ସ୍ମୃତିର ଯୋଗ/ଅପସାରଣ କୁ ଯୋଗ କରାଯାଇଛି ଏବଂ ସ୍ମୃତି ହଟ-ପ୍ଲଗ ପାଇଁ କାର୍ଯ୍ଯକୁ ସହାୟତା ପ୍ରଦାନ କରୁଅଛି (2.6.15)

  • ସାଟା/ଲିବାଟା ବୃଦ୍ଧିକରଣ, ଅତିରିକ୍ତ ହାର୍ଡୱେର ସହାୟତା

    • ଗୋଟିଏ ସମ୍ପୂର୍ଣ୍ଣ ପୁନଃ ସଂସାଧିତ ଲିବାଟା ତୃଟି ନିୟନ୍ତ୍ରକ। ଏହି ସମସ୍ତ କାର୍ଯ୍ଯର ଫଳାଫଳ ଗୋଟିଏ ଅଧିକ କ୍ଷମତା ସମ୍ପନ୍ନ ସାଟା ଉପତନ୍ତ୍ର ହେବା ଉଚିତ ଯାହାକି ତୃଟି ମାନଙ୍କର ଗୋଟିଏ ବିସ୍ତୀର୍ଣ୍ଣ ପରିସରରୁ ପୁନରୁଦ୍ଧାର କରିପାରିବ।

    • ସ୍ଥାନୀୟ ନିର୍ଦ୍ଦେଶ କ୍ରମ (NCQ), ସୂଚୀତ ନିର୍ଦ୍ଦେଶ ଅନ୍ବେଷଣର ସାଟା ସଂସ୍କରଣ - ଏକାଧିକ I/O ଅନୁରୋଧକୁ ଏକ ସମୟରେ ସମାନ ଡ୍ରାଇଭରେ ଶୁଣିବାର କ୍ଷମତା। (2.6.18)

    • ହଟ-ପ୍ଲଗ ସହାୟତା (2.6.18)

  • EDAC ସହାୟତା (2.6.16)

    • EDAC ର ଲକ୍ଷ୍ଯ ହେଉଛି ଗୋଟିଏ କମ୍ପୁଟର ତନ୍ତ୍ର ମଧ୍ଯରେ ଦେଖା ଦେଉଥିବା ତୃଟି ମାନଙ୍କୁ ଖୋଜିବା ଏବଂ ସେମାନଙ୍କ ବିଷୟରେ ଜଣାଇବା।

  • Intel(R) I/OAT DMA engine (2.6.18) ପାଇଁ ଗୋଟିଏ ନୂତନ ioatdma କୁ ଯୋଗ କରାଯାଇଛି

NUMA (ଅସାମାନ୍ଯ ସ୍ମୃତି ଅଭିଗମ) / ଏକାଧିକ ଅନ୍ତଃସ୍ଥଳ

  • Cpusets (2.6.12)

    • ଗୋଟିଏ କାର୍ଯ୍ଯ ସମୂହକୁ CPU ଏବଂ ସ୍ମୃତି ନୋଡର ଗୋଟିଏ ଗୋଷ୍ଠକୁ ନିଯୁକ୍ତ କରିବା ପାଇଁ Cpusets ବର୍ତ୍ତମାନ ଗୋଟିଏ କୌଶଳ ଅବଲମ୍ବନ କରୁଅଛି। Cpusets ଟି ଗୋଟିଏ କାର୍ଯ୍ଯର ପ୍ରଚଳିତ cpuset ମଧ୍ଯରେ ଥିବା ସମ୍ବଳ ମାନଙ୍କ ମଧ୍ଯକୁ CPU ଏବଂ ସ୍ମୃତିର କାର୍ଯ୍ଯକୁ ନେବାକୁ ବାଧ୍ଯ କରିଥାଏ। ବିଶାଳ ତନ୍ତ୍ର ମାନଙ୍କର ଗତିଶୀଳ କାର୍ଯ୍ଯ ସ୍ଥାନାନ୍ତରଣକୁ ପରିଚାଳନ କରିବା ପାଇଁ ଏଗୁଡିକ ଆବଶ୍ଯକ।

  • NUMA-aware ସ୍ଲାବ ବଣ୍ଟକ (2.6.14)

    • ଏହା ସ୍ଲାବକୁ ଏକାଧିକ ନୋଡ ମାନଙ୍କରେ ସୃଷ୍ଟି କରିଥାଏ ଏବଂ ସ୍ଲାବକୁ ଏଭଳି ଭାବରେ ପରିଚାଳନ କରିଥାଏ ଯେପରିକି ବଣ୍ଟନର ଅବସ୍ଥିତି ଅଧିକ ଲାଭପ୍ରଦ ହେଇପାରିବ। ପ୍ରତ୍ଯେକ ନୋଡର ଆଂଶିକ, ମୁକ୍ତ ଏବଂ ସମ୍ପୂର୍ଣ୍ଣ ସ୍ଲାବର ନିଜସ୍ବ ତାଲିକା ଥାଏ। ଗୋଟିଏ ନୋଡ ପାଇଁ ବସ୍ତୁର ବଣ୍ଟନକୁ ନୋଡ ବିଶେଷ୍ଯ ସ୍ଲାବ ତାଲିକାରୁ ସ୍ଥିର କରାଯାଏ।

  • ସ୍ବାପ ଉତ୍ପ୍ରବାସନ (2.6.16)

    • ସ୍ବାପ ଉତ୍ପ୍ରବାସନ ପ୍ରକ୍ରିୟାଟି ଚାଲୁଥିବା ସମୟରେ ଗୋଟିଏ NUMA ତନ୍ତ୍ରରେ ଥିବା ନୋଡ ମାନଙ୍କ ମଧ୍ଯରେ ଭୌତିକ ଅବସ୍ଥାନର ପରିବର୍ତ୍ତନକୁ ଅନୁମତି ପ୍ରଦାନ କରିଥାଏ।

  • ବଡ ପୃଷ୍ଠା (2.6.16)

    • ବଡ ପୃଷ୍ଠା ମାନଙ୍କ ପାଇଁ NUMA ନୀତି ସହାୟତାକୁ ଯୋଗ କରାଯାଇଛି: ସ୍ମୃତି ନିୟମ ସ୍ତରରେ huge_zonelist() କାର୍ଯ୍ଯଟି NUMA ଦୂରତା ଦ୍ବାରା ସୁବିନ୍ଯାସ କରାଯାଇଥିବା ମଣ୍ଡଳ ମାନଙ୍କର ତାଲିକାକୁ ପ୍ରଦାନ କରିଥାଏ। hugetlb ସ୍ତରଟି ଗୋଟିଏ ନିର୍ଦ୍ଦିଷ୍ଟ ମଣ୍ଡଳ ପାଇଁ ବଡ ପୃଷ୍ଠାରେ ଉପଲବ୍ଧ ତାଲିକାକୁ ଦେଖି ପାରିବ କିମ୍ବା ଏହାକୁ ପ୍ରଚଳିତ cpuset ର nodeset ରେ ମଧ୍ଯ ପାଇ ପାରିବ।

    • ବଡ ପୃଷ୍ଠା ଗୁଡିକ ବର୍ତ୍ତମାନ cpusets ର ନୀତିକୁ ଅବଲମ୍ବନ କରୁଛନ୍ତି।

  • କ୍ଷେତ୍ର-ପ୍ରତି VM ଗଣକ

    • କ୍ଷେତ୍ର-ଆଧାରିତ ଆଭାସୀ ମେସିନ ପରିସଂଖ୍ଯାନକୁ ପ୍ରଦାନ କରନ୍ତୁ, ଯାହାକି କ୍ଷେତ୍ରଟି କେଉଁ ସ୍ମୃତି ଅବସ୍ଥାରେ ଅଛି ତାହା ସ୍ଥିର କରିବା ପାଇଁ ଆବଶ୍ଯକ

  • ନେଟ ଫିଲଟର ip_tables: NUMA-aware ବଣ୍ଟନ (2.6.16)

  • ଏକାଧିକ ଅନ୍ତଃସ୍ଥଳ

    • ଅନ୍ତଃସ୍ଥଳ ମାନଙ୍କ ମଧ୍ଯରେ ଏକାଧିକ ଅନ୍ତଃସ୍ଥଳ ସହିତ ସହଭାଜ୍ଯ କ୍ଯାଶେକୁ ବର୍ଣ୍ଣନା କରିବା ପାଇଁ ଗୋଟିଏ ନୂତନ ନିର୍ଘଣ୍ଟକ ପରିସରକୁ ଯୋଗ କରାଯାଇଛି। ପ୍ରଦର୍ଶନକୁ କିଛି କ୍ଷେତ୍ରରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରି, ଏଭଳି ତନ୍ତ୍ରରେ ଉନ୍ନତ cpu ନିର୍ଘଣ୍ଟକ ନିର୍ଣ୍ଣୟ ନେବାରେ ଏହା ସାହାଯ୍ଯ କରିଥାଏ।(2.6.17)

    • multicore/smt cpu ବିଶିଷ୍ଟ CPU ନିର୍ଘଣ୍ଟକ ପାଇଁ ଶକ୍ତି ସଂରକ୍ଷଣ ନୀତି, ସମ୍ପୂର୍ଣ CPU ରେ କାର୍ଯ୍ଯକୁ ବିତରଣ ନ କରି, କିଛି ପ୍ଯାକେଜ କାର୍ଯ୍ଯ କରୁଥିବା ସମୟରେ ବଳକା ପ୍ଯାକେଜ ମାନଙ୍କୁ ନିଷ୍କ୍ରିୟ କରି ଶକ୍ତି ଉପଯୋଗୀତାକୁ ଉନ୍ନତ କରିପାରିବ।

( amd64 )



[1] Open Publication License, v1.0 ର ସର୍ତ୍ତ ଏବଂ ନିୟମ ଅନୁଯାୟୀ ଏହି ବସ୍ତୁକୁ ବିତରଣ କରାଯାଇ ପାରିବ, ଏହା ଏଠାରେ ଉପଲବ୍ଧ http://www.opencontent.org/openpub/.