ମୁଖବନ୍ଧ

ନିମ୍ନଲିଖିତ ବିଷୟବସ୍ତୁ ଗୁଡିକୁ ଏହି ଦଲିଲରେ ଆଲୋଚନା କରାଯାଇଛି:

  • ସ୍ଥାପନ ସମ୍ବନ୍ଧିତ ଟିପ୍ପଣୀ

  • ବିଶେଷତା ଅଦ୍ଯତନ

  • ଡ୍ରାଇଭର ଅଦ୍ଯତନ

  • କର୍ଣ୍ଣଲ ସମ୍ବନ୍ଧିତ ଅଦ୍ଯତନ

  • ଅନ୍ଯାନ୍ଯ ଅଦ୍ଯତନ

  • ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ

  • ସମାଧାନ କରାଯାଇଥିବା ସମସ୍ଯା

  • ଜ୍ଞାତ ସମସ୍ଯା

ପ୍ରକାଶନ ଟିପ୍ପଣୀର ଏହି ସଂସ୍କରଣରେ Red Hat Enterprise Linux 5.1 ର କିଛି ଅଦ୍ଯତନ ବିଷୟରେ ସୂଚନା ମିଳି ନ ପାରେ। ନିମ୍ନଲିଖିତ ୟୁ.ଆର.ଏଲ. ରୁ ଏହାର ଗୋଟିଏ ଅଦ୍ଯତିତ ସଂସ୍କରଣ ମିଳିପାରିବ:

http://www.redhat.com/docs/manuals/enterprise/RHEL-5-manual/index.html

ସ୍ଥାପନ ସମ୍ବନ୍ଧିତ ଟିପ୍ପଣୀ

ଏହି ବିଭାଗଟି ଆନାକୋଣ୍ଡା ଏବଂ Red Hat Enterprise Linux 5.1 ର ସ୍ଥାପନ ନିର୍ଦ୍ଦିଷ୍ଟ ସୂଚନା ମାନଙ୍କୁ ଧାରଣ କରିଅଛି।

ପୂର୍ବରୁ ସ୍ଥାପିତ ଗୋଟିଏ Red Hat Enterprise Linux 5 କୁ ଉନ୍ନୟନ କରିବା ନିମନ୍ତେ, ପରିବର୍ତ୍ତିତ ପ୍ଯାକେଜ ମାନଙ୍କୁ ଅଦ୍ଯତିତ କରିବା ପାଇଁ ଆପଣ Red Hat Network କୁ ବ୍ଯବହାର କରିବା ଉଚିତ।

Red Hat Enterprise Linux 5.1 ର ନୂତନ ସ୍ଥାପନ ପାଇଁ କିମ୍ବା ଅନ୍ତିମ ଅଦ୍ଯତିତ ସଂସ୍କରଣ Red Hat Enterprise Linux 5 ରୁ Red Hat Enterprise Linux 5.1 କୁ ଉନ୍ନୟନ କରିବା ପାଇଁ ଆପଣ ଆନାକୋଣ୍ଡାକୁ ବ୍ଯବହାର କରିପାରିବେ।

  • ଯଦି ଆପଣ Red Hat Enterprise Linux 5 ସି.ଡି.-ରମର ସାମଗ୍ରୀକୁ ନକଲ କରୁଛନ୍ତି (ଉଦାହରଣ ସ୍ବରୂପ, ନେଟୱାର୍କ ଆଧାରିତ ସ୍ଥାପନର ପ୍ରସ୍ତୁତି ପାଇଁ), ତାହାହେଲେ କେବଳ ପ୍ରଚାଳନ ତନ୍ତ୍ର ପାଇଁ ସି.ଡି.-ରମକୁ ନକଲ କରିବା ପାଇଁ ଚୟନ କରନ୍ତୁ। ଅତିରିକ୍ତ ସି.ଡି.-ରମକୁ କିମ୍ବା ସ୍ତରୀଭୂତ କୌଣସି ସି.ଡି.-ରମ ଉତ୍ପାଦକୁ ନକଲ କରନ୍ତୁ ନାହିଁ, କାରଣ ଏହା ଆନାକୋଣ୍ଡାର ସଠିକ ଚାଳନ ପାଇଁ ଆବ୍ଯଶ୍ଯକ ହେଉଥିବା ଫାଇଲ ମାନଙ୍କୁ ନବଲିଖନ କରିଦେବ।

    ଅତିରିକ୍ତ ସି.ଡି.-ରମ ଏବଂ ଅନ୍ଯାନ୍ଯ ସ୍ତରୀଭୂତ ଉତ୍ପାଦ ସି.ଡି.-ରମ ମାନଙ୍କର ବିଷୟବସ୍ତୁ ମାନଙ୍କୁ Red Hat Enterprise Linux 5.1 ସ୍ଥାପିତ ହୋଇସାରିବା ପରେ ସ୍ଥାପନ କରିବା ଉଚିତ।

  • ଗୋଟିଏ ପୂର୍ଣ୍ଣ ଆଭାସୀକୃତ ଅତିଥିରେ Red Hat Enterprise Linux 5.1 କୁ ସ୍ଥାପନ କରିବା ସମୟରେ, kernel-xen କର୍ଣ୍ଣଲ ବ୍ଯବହାର କରନ୍ତୁ ନାହିଁ। ସମ୍ପୂର୍ଣ୍ଣ ଆଭାସୀକୃତ ଅତିଥିରେ ଏହି କର୍ଣ୍ଣଲ ବ୍ଯବହାର କରିବା ଦ୍ବାରା ଏହା ଆପଣଙ୍କ ତନ୍ତ୍ରକୁ ଅଟକାଇଦେବ।

    ଆପଣ ଗୋଟିଏ ଆଭାସୀକୃତ ଅତିଥିରେ Red Hat Enterprise Linux 5.1 କୁ ସ୍ଥାପନ କରିବା ସମୟରେ ଗୋଟିଏ ସ୍ଥାପନ ସଂଖ୍ଯା ବ୍ଯବହାର କରୁଥିଲେ, ସ୍ଥାପନ ସମୟରେ ଆଭାସୀକରଣ ପ୍ଯାକେଜ ସମୂହକୁ ବିଚୟନ କରିବା ପାଇଁ ନିଶ୍ଚିତ ହୁଅନ୍ତୁ। ଆଭାସୀକରଣ ପ୍ଯାକେଜ ସମୂହ ବିକଳ୍ପ kernel-xen କର୍ଣ୍ଣଲକୁ ସ୍ଥାପନ କରିଥାଏ।

    ଏହା ମନେ ରଖନ୍ତୁ ଯେ ଆଂଶିକ ଆଭାସୀକୃତ ଅତିଥି ଗୁଡିକ ଏହି ସମସ୍ଯା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ। ଆଂଶିକ ଆଭାସୀକୃତ ଅତିଥି ଗୁଡିକ ସର୍ବଦା kernel-xen କର୍ଣ୍ଣଲକୁ ବ୍ଯବହାର କରିଥାଆନ୍ତି।

  • Red Hat Enterprise Linux 5 ରୁ 5.1 କୁ ଉନ୍ନୟନ କରିବା ସମୟରେ ଆପଣ ଆଭାସୀକୃତ କର୍ଣ୍ଣଲ ବ୍ଯବହାର କରୁଥିଲେ, ଉନ୍ନୟନ ସମାପ୍ତ ହେବା ପରେ ଆପଣ ପୁନର୍ଚାଳନ କରିବା ଉଚିତ।

    Red Hat Enterprise Linux 5 ଏବଂ 5.1 ର ହାଇପରଭାଇଜର ଗୁଡିକ ABI ସୁସଂଗତି ନୁହଁନ୍ତି। ଉନ୍ନୟନ ମାନଙ୍କ ମଧ୍ଯରେ ଆପଣ ପୁନର୍ଚାଳନ ନ କଲେ, ଉନ୍ନୟନ କରାଯାଇଥିବା ଆଭାସୀକରଣ RPM ଗୁଡିକ ଚଳନ୍ତି କର୍ଣ୍ଣଲ ସହିତ ମିଶିବ ନାହିଁ।

iSCSI ସଫ୍ଟୱେର ପ୍ରାରମ୍ଭକ ପାଇଁ ସ୍ଥାପନ / ବୁଟ (open-iscsi)

ପୂର୍ବରୁ iSCSI ସ୍ଥାପନ ଏବଂ ବୁଟକୁ Red Hat Enterprise Linux 5 ରେ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ପରିଚିତ କରାଯାଇଛି। ଏହି ଗୁଣ ତଳେ ବର୍ଣ୍ଣନା କରାଯାଇଥିବା ସୀମାବଦ୍ଧତା ସହିତ ଏହି ଗୁଣଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସମର୍ଥିତ ଅଟେ।

ଏହି ଦକ୍ଷତାର ତିନିଟି ବିନ୍ଯାସ ଅଛି ଯାହାକି ବ୍ଯବହାର କରୁଥିବା ପ୍ରାରମ୍ଭକ ଉପରେ ନିର୍ଭର କରିଥାଏ:

  • ଗୋଟିଏ ହାର୍ଡୱେର iSCSI ପ୍ରାରମ୍ଭକ (ଯେପରିକି QLogic qla4xxx)

  • ଗୋଟିଏ ତନ୍ତ୍ରରେ iSCSI ପାଇଁ ଫାର୍ମୱେର ବୁଟ ସମର୍ଥନ ବିଶିଷ୍ଟ open-iscsi ପ୍ରାରମ୍ଭକ (ଯେପରିକି iSCSI ବୁଟ ଫାର୍ମୱେର, କିମ୍ବା iSCSI କ୍ଷମତା ଥିବା ମୁକ୍ତ ଫାର୍ମୱେରର ଗୋଟିଏ ସଂସ୍କରଣ)

  • ଗୋଟିଏ ତନ୍ତ୍ରରେ iSCSI ପାଇଁ ଫାର୍ମୱେର ବିହୀନ ବୁଟ ସମର୍ଥନ ବିଶିଷ୍ଟ open-iscsi ପ୍ରାରମ୍ଭକ

ଗୋଟିଏ ହାର୍ଡୱେର iSCSI ପ୍ରାରମ୍ଭକ ବ୍ୟବହାର କରିବା ବିଷୟରେ

ଆପଣ ଗୋଟିଏ ହାର୍ଡୱେର iSCSI ପ୍ରାରମ୍ଭକ ବ୍ଯବହାର କରୁଥିଲେ, ଦୂର ଭଣ୍ଡାରକୁ ଅଭିଗମ କରିବା ପାଇଁ ଆବଶ୍ଯକୀୟ ଆଇ.ପି. ଠିକଣା ଏବଂ ଅନ୍ଯାନ୍ଯ ପାରାମିଟରକୁ ଭରଣ କରିବା ପାଇଁ ଆପଣ କାର୍ଡର BIOS ବ୍ଯବସ୍ଥାପନ ଉପଯୋଗୀତାକୁ ବ୍ଯବହାର କରିପାରିବେ। ଦୂର ଭଣ୍ଡାରର ତାର୍କିକ ଏକକ କୌଣସି ଅତିରିକ୍ତ ବ୍ଯବସ୍ଥାପନ ବିନା ଆନାକୋଣ୍ଡାରେ sd ଉପକରଣ ଭାବରେ ଉପଲବ୍ଧ ହେବ।

ଆପଣ ଦୂର ଭଣ୍ଡାର ସେବକକୁ ବିନ୍ଯାସ କରିବା ପାଇଁ ପ୍ରାରମ୍ଭକର ଯୋଗ୍ଯ ନାମ (IQN) କୁ ସ୍ଥିର କରିବାକୁ ଚାହୁଁଥିଲେ, ସ୍ଥାପନ ସମୟରେ ଏହି ପଦକ୍ଷେପ ମାନଙ୍କୁ ଅନୁସରଣ କରନ୍ତୁ:

  1. ସ୍ଥାପକ ପୃଷ୍ଠାକୁ ଯାଆନ୍ତୁ ଯେଉଁଠାରେ ସ୍ଥାପନ ପାଇଁ କେଉଁ ଡିସ୍କ ଡ୍ରାଇଭ ମାନଙ୍କୁ ବ୍ଯବହାର କରାଯିବ ଆପଣ ତାହା ଚୟନ କରିଥାଆନ୍ତି।

  2. ଉନ୍ନତ ଭଣ୍ଡାର ବିନ୍ଯାସ ବିକଳ୍ପ ଉପରେ ଦବାନ୍ତୁ।

  3. iSCSI ଲକ୍ଷ୍ଯ ଯୋଗକରନ୍ତୁ ବିକଳ୍ପ ଉପରେ ଦବାନ୍ତୁ।

  4. ସେହି ପରଦାରେ iSCSI IQN କୁ ଦେଖାଯିବ।

ଗୋଟିଏ ତନ୍ତ୍ରରେ iSCSI ପାଇଁ ଫାର୍ମୱେର ବୁଟ ସମର୍ଥନ ସହିତ open-iscsi ବ୍ଯବହାର କରିବା ବିଷୟରେ

ଆପଣ ଗୋଟିଏ ତନ୍ତ୍ରରେ iSCSI ପାଇଁ ଫାର୍ମୱେର ବୁଟ ସମର୍ଥନ ସହିତ open-iscsi ସଫ୍ଟୱେର ପ୍ରାରମ୍ଭକକୁ ବ୍ଯବହାର କରୁଥିଲେ, ଦୂର ଭଣ୍ଡାରକୁ ଅଭିଗମ କରିବା ପାଇଁ ଅବଶ୍ଯକୀୟ ଆଇ.ପି. ଠିକଣା ଏବଂ ଅନ୍ଯାନ୍ଯ ପାରାମିଟର ମାନଙ୍କୁ ଭରଣ କରିବା ପାଇଁ ଫାର୍ମୱେରର ବ୍ଯବସ୍ଥାପନ ଉପଯୋଗୀତାକୁ ବ୍ଯବହାର କରନ୍ତୁ। ଏହା କରିବା ଦ୍ବାରା ଏହା ଦୂର iSCSI ଭଣ୍ଡାରରୁ ତନ୍ତ୍ରକୁ ବୁଟ କରିବା ପାଇଁ ବିନ୍ଯାସ କରିଥାଏ।

ବର୍ତ୍ତମାନ, ଫାର୍ମୱେର ଦ୍ବାରା ଧାରଣ କରାଯାଉଥିବା iSCSI ସୂଚନାକୁ ଆନାକୋଣ୍ଡା ଅଭିଗମ କରି ନ ଥାଏ। ଏହା ପରିବର୍ତ୍ତେ, ଆପଣ ସ୍ଥାପନ ସମୟରେ ହସ୍ତକୃତ ଭାବରେ ଲକ୍ଷ୍ଯସ୍ଥ ଆଇ.ପି. ଠିକଣାକୁ ଭରଣ କରିବା ଉଚିତ। ଏପରି କରିବା ପାଇଁ, ଉପରେ ବର୍ଣ୍ଣନା କରାଯାଇଥିବା ପଦ୍ଧତି ଅନୁଯାୟୀ ପ୍ରାରମ୍ଭକର IQN ନିରୂପଣ କରନ୍ତୁ। ତାପରେ, IQN ପ୍ରଦର୍ଶିତ ହୋଇଥିବା ସମାନ ସ୍ଥାପକ ପୃଷ୍ଠାରେ, ଆପଣ ସ୍ଥାପନ କରିବାକୁ ଚାହୁଁଥିବା iSCSI ଲକ୍ଷ୍ଯର ଆଇ.ପି. ଠିକଣାକୁ ନିର୍ଦ୍ଦିଷ୍ଟ କରନ୍ତୁ।

ହସ୍ତକୃତ ଭାବରେ iSCSI ଲକ୍ଷ୍ଯର ଆଇ.ପି. ଠିକଣାକୁ ନିର୍ଦ୍ଦିଷ୍ଟ କରିସାରିବା ପରେ, ସ୍ଥାପନ ପାଇଁ iSCSI ଲକ୍ଷ୍ଯରେ ତାର୍କିକ ଏକକ ଗୁଡିକ ଉପଲବ୍ଧ ହେବେ। ଆନାକୋଣ୍ଡା ଦ୍ବାରା ସୃଷ୍ଟି କରାଯାଇଥିବା initrd ବର୍ତ୍ତମାନ iSCSI ଲକ୍ଷ୍ଯର IQN ଏବଂ ଆଇ.ପି. ଠିକଣା ପ୍ରାପ୍ତ କରିବ।

ଭବିଷ୍ଯତରେ iSCSI ଲକ୍ଷ୍ଯର IQN କିମ୍ବା ଆଇ.ପି. ଠିକଣାକୁ ପରିବର୍ତ୍ତନ କରାଗଲେ, ପ୍ରତ୍ଯେକ ପ୍ରାରମ୍ଭକରେ iBFT କିମ୍ବା ମୁକ୍ତ ଫାର୍ମୱେର ବ୍ଯବସ୍ଥାପନ ଉପଯୋଗୀତାକୁ ଭରଣ କରନ୍ତୁ ଏବଂ ଆପେକ୍ଷିକ ପାରାମିଟର ମାନଙ୍କୁ ପରିବର୍ତ୍ତନ କରନ୍ତୁ। ତାପରେ, ପ୍ରତ୍ଯେକ ପ୍ରାରମ୍ଭକ ପାଇଁ ଏହିପରି ଭାବରେ initrd (iSCSI ଭଣ୍ଡାରରେ ସଂଗୃହୀତ ହୋଇଥିବା) କୁ ବଦଳାନ୍ତୁ।

  1. gunzip ନିର୍ଦ୍ଦେଶ ବ୍ଯବହାର କରି initrd କୁ ବଢାନ୍ତୁ।

  2. cpio -i ନିର୍ଦ୍ଦେଶ ଚଳାଇ ଏହାକୁ କାଢନ୍ତୁ।

  3. init ଫାଇଲରେ, iscsistartup ବାକ୍ଯଖଣ୍ଡ ଧାରଣ କରିଥିବା ଧାଡିକୁ ଖୋଜନ୍ତୁ। ଏହି ଧାଡି iSCSI ଲକ୍ଷ୍ଯର IQN ଏବଂ ଆଇ.ପି. ଠିକଣାକୁ ମଧ୍ଯ ଧାରଣ କରିଥାଏ; ଏହି ଧାଡିକୁ ନୂତନ IQN ଏବଂ ଆଇ.ପି. ଠିକଣା ସହିତ ଅଦ୍ଯତନ କରନ୍ତୁ।

  4. cpio -o ନିର୍ଦ୍ଦେଶକୁ ବ୍ଯବହାର କରି initrd କୁ ପୁନର୍ବାର ପ୍ଯାକ କରନ୍ତୁ।

  5. gunzip ନିର୍ଦ୍ଦେଶ ବ୍ଯବହାର କରି initrd କୁ ପୁନର୍ବାର ସଙ୍କୁଚିତ କରନ୍ତୁ।

ମୁକ୍ତ ଫାର୍ମୱେର / iBFT ଫାର୍ମୱେର ଦ୍ବାରା ଧାରଣ କରାଯାଇଥିବା iSCSI ସୂଚନାକୁ ପାଇବା ପାଇଁ ପ୍ରଚାଳନ ତନ୍ତ୍ରର କ୍ଷମତାକୁ ଗୋଟିଏ ଭବିଷ୍ଯତ ପ୍ରକାଶନ ପାଇଁ ଯୋଜନା କରାଯାଇଛି। ଏପରି ଏକ ବର୍ଦ୍ଧନ ଆଇ.ପି. ଠିକଣା କିମ୍ବା iSCSI ଲକ୍ଷ୍ଯର IQN ପରିବର୍ତ୍ତିତ ହେବା ସମୟରେ ପ୍ରତ୍ୟେକ ପ୍ରାରମ୍ଭକ ପାଇଁ initrd (iSCSI ଭଣ୍ଡାରରେ ସଂଗୃହୀତ ହୋଇଥିବା) କୁ ବଦଳାଇବାର ଆବଶ୍ଯକତାକୁ ଅପସାରଣ କରିବ।

ଗୋଟିଏ ତନ୍ତ୍ରରେ iSCSI ପାଇଁ ଫାର୍ମୱେର ବୁଟ ସମର୍ଥନ ସହିତ open-iscsi ବ୍ଯବହାର କରିବା ବିଷୟରେ

iSCSI ପାଇଁ କୌଣସି ଫାର୍ମୱେର ବୁଟ ସହାୟତା ବିନା ଗୋଟିଏ ତନ୍ତ୍ରରେ ଆପଣ open-iscsi ସଫ୍ଟୱେର ପ୍ରାରମ୍ଭକକୁ ବ୍ଯବହାର କରୁଥିଲେ, ଗୋଟିଏ ନେଟୱାର୍କ ବୁଟ ଉପଯୋଗୀତା (PXE/tftp ପରି) ବ୍ଯବହାର କରନ୍ତୁ। ଏହି କ୍ଷେତ୍ରରେ, ପୂର୍ବରୁ ବର୍ଣ୍ଣନା କରାଯାଇଥିବା ପଦ୍ଧତି ଅନୁଯାୟୀ iSCSI ଲକ୍ଷ୍ଯର ପ୍ରାରମ୍ଭକ IQN ସ୍ଥିର କରନ୍ତୁ ଏବଂ ଆଇ.ପି. ଠିକଣା ନିର୍ଦ୍ଦିଷ୍ଟ କରନ୍ତୁ। ଥରେ ସମାପ୍ତ ହେବା ପରେ, initrd ନେଟୱାର୍କ ବୁଟ ସେବକରେ ନକଲ କରନ୍ତୁ ଏବଂ ନେଟୱାର୍କ ବୁଟ ପାଇଁ ତନ୍ତ୍ରକୁ ବ୍ଯବସ୍ଥାପନ କରନ୍ତୁ।

ସେହିପରି ଭାବରେ, iSCSI ଲକ୍ଷ୍ଯର ଆଇ.ପି. ଠିକଣା କିମ୍ବା IQN କୁ ପରିବର୍ତ୍ତନ କରାଯାଇଥିଲେ, ତଦନୁଯାୟୀ initrd କୁ ମଧ୍ଯ ରୂପାନ୍ତରିତ କରାଯିବ। ଏପରି କରିବା ପାଇଁ, ପୂର୍ବରୁ ବର୍ଣ୍ଣନା କରାଯାଇଥିବା ସମାନ ପଦ୍ଧତିକୁ ବ୍ଯବହାର କରି ପ୍ରତ୍ଯେକ ପ୍ରାରମ୍ଭକ ପାଇଁ initrd କୁ ବଦଳାନ୍ତୁ।

ବିଶେଷତା ଅଦ୍ଯତନ

Ext3 ବର୍ଦ୍ଧନ

ବର୍ତ୍ତମାନ EXT3 ର ସର୍ବାଧିକ କ୍ଷମତା ୧୬ ଟେରା-ବାଇଟ ଅଟେ (୮ ଟେରା-ବାଇଟରୁ ବୃଦ୍ଧି କରାଯାଇଛି)। ଏହି ବର୍ଦ୍ଧନକୁ ପୂର୍ବରୁ Red Hat Enterprise Linux 5 ରେ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ଲାଗୁ କରାଯାଇଥିଲା, ଏବଂ ଏହି ଅଦ୍ଯତନରେ ପୂର୍ଣ୍ଣ ସମର୍ଥିତ ଅଟେ।

yum-security

yum କୁ କେବଳ ସୁରକ୍ଷା ଅଦ୍ଯତନ ସ୍ଥାପନ କରିବା ପାଇଁ ବର୍ତ୍ତମାନ ସୀମିତ କରିହେବ। ଏପରି କରିବା ପାଇଁ, ସରଳତା ସହିତ yum-security ପ୍ଲଗଇନକୁ ସ୍ଥାପନ କରନ୍ତୁ ଏବଂ ନିମ୍ନଲିଖିତ ନିର୍ଦ୍ଦେଶକୁ ଚଳାନ୍ତୁ:

yum update --security

ଆନାକୋଣ୍ଡା ଦ୍ବିତୀୟ ସ୍ତର ଧାରା ବୃଦ୍ଧି
ସ୍ବାଧୀନ ଭାବରେ ଗୋଟିଏ ସମ୍ବଳକୁ ପୁନର୍ଚାଳନ କରନ୍ତୁ

ଗୋଟିଏ ସମ୍ବଳର ପୈତୃକ ସେବା ମାନଙ୍କୁ ହସ୍ତକ୍ଷେପ ନ କରି ଏହାକୁ ପୁନର୍ଚାଳନ କରିବା ବର୍ତ୍ତମାନ ସମ୍ଭବପର ଅଟେ। ଗୋଟିଏ ଚଳନ୍ତି ନୋଡରେ __independent_subtree="1" ଗୁଣଧର୍ମକୁ ବ୍ଯବହାର କରି ଗୋଟିଏ ସମ୍ବଳକୁ ସ୍ବାଧୀନ ଭାବରେ ସୂଚୀତ କରି ଏହାକୁ /etc/cluster/cluster.conf ଫାଇଲରେ ବିନ୍ଯାସ କରିହେବ।

ଉଦାହରଣ ସ୍ବରୂପ:

<service name="example">
        <fs name="One" __independent_subtree="1" ...>
                <nfsexport ...>
                        <nfsclient .../>
                </nfsexport>
        </fs>
        <fs name="Two" ...>
                <nfsexport ...>
                        <nfsclient .../>
                </nfsexport>
                <script name="Database" .../>
        </fs>
        <ip/>
</service>

ଏଠାରେ, ଦୁଇଟି ଫାଇଲତନ୍ତ୍ର ସମ୍ବଳ ମାନଙ୍କୁ ବ୍ଯବହାର କରାଯାଉଛି: One ଏବଂ TwoOne ବିଫଳ ହେଲେ, Two କୁ ହସ୍ତକ୍ଷେପ ନ କରି ଏହାକୁ ପୁନର୍ଚାଳନ କରାଯାଏ। Two ବିଫଳ ହେଲେ, ସମସ୍ତ ଉପଦାନ (One, One ର ନିର୍ଭରକ ଏବଂ Two ର ନିର୍ଭରକ) ମାନଙ୍କୁ ପୁନର୍ଚାଳନ କରାଯାଏ। ଯେକୌଣସି ସମୟରେ Two ଏବଂ ଏହାର ନିର୍ଭରକ ଗୁଡିକ One ଦ୍ବାରା ପ୍ରଦାନ କରାଯାଇଥିବା କୌଣସି ସମ୍ବଳ ଉପରେ ନିର୍ଭର କରିଥାଏ।

ଏହା ମନେ ରଖନ୍ତୁ ଯେ ଶାମ୍ବା ଗୋଟିଏ ନିର୍ଦ୍ଦିଷ୍ଟ ସେବା ସଂରଚନା ଆବଶ୍ଯକ କରିଥାଏ ଏବଂ ସେମିତି ସ୍ବାଧୀନ ଉପବୃକ୍ଷ ବିଶିଷ୍ଟ ଗୋଟିଏ ସେବାରେ ଏହାକୁ ବ୍ଯବହାର କରିହେବ ନାହିଁ। ଏହା ଅନ୍ଯାନ୍ଯ ଅନେକ ସମ୍ବଳ ମାନଙ୍କ ପାଇଁ ମଧ୍ଯ ସତ ଅଟେ, ତେଣୁ ସାବଧାନତା ସହିତ __independent_subtree="1" କୁ ବ୍ଯବହାର କରନ୍ତୁ।

ଆଭାସୀକରଣ

ଏହି ପ୍ରକାଶନରେ ନିମ୍ନଲିଖିତ ଆଭାସୀକରଣ ଅଦ୍ଯତନ ମାନଙ୍କୁ ମଧ୍ଯ ଅନ୍ତର୍ଭୂକ୍ତ କରାଯାଇଛି:

  • ବର୍ତ୍ତମାନ ଆଭାସୀକୃତ କର୍ଣ୍ଣଲ kdump ପ୍ରକ୍ରିୟାକୁ ବ୍ଯବହାର କରିପାରିବ।

  • AMD-V ବର୍ତ୍ତମାନ ଏହି ପ୍ରକାଶନରେ ସମର୍ଥିତ ଅଟେ। ଏହା ପୂର୍ଣ୍ଣ ଆଭାସୀକୃତ ଅତିଥି ମାନଙ୍କ ପାଇଁ ଚଳନ୍ତି ଡେମନ ଉତ୍ପ୍ରବାସନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ।

  • ଆଭାସୀକୃତ କର୍ଣ୍ଣଲ ବର୍ତ୍ତମାନ ୨୫୬ ଗିଗା-ବାଇଟ ପର୍ଯ୍ଯନ୍ତ RAM କୁ ସମର୍ଥନ କରିପାରିବ।

  • କର୍ଣ୍ଣଲ ଅନ୍ତଃର୍ନିହିତ ସକେଟ API କୁ ବର୍ତ୍ତମାନ ବର୍ଦ୍ଧନ କରାଯାଇଛି। ଅତିଥି ମାନଙ୍କ ମଧ୍ଯରେ sctp ଚଳାଉଥିବା ସମୟରେ ଘଟୁଥିବା ତୃଟିକୁ ସମାଧାନ କରିବା ପାଇଁ ଏହା କରାଯାଇଛି।

  • ଆଭାସୀ ନେଟୱାର୍କିଙ୍ଗ ବର୍ତ୍ତମାନ ଆଭାସୀକରଣ ଲାଇବ୍ରେରୀ, libvirt, ର ଅଂଶ ଅଟେ। libvirt ନିକଟରେ ନିର୍ଦ୍ଦେଶ ମାନଙ୍କର ଗୋଟିଏ ସେଟ ଅଛି ଯାହାକି ଗୋଟିଏ ମେସିନରେ ସମସ୍ତ ସ୍ଥାନୀୟ ଅତିଥି ମାନଙ୍କ ପାଇଁ ଗୋଟିଏ NAT/ରାଉଟର ଏବଂ ନିଜସ୍ବ ନେଟୱାର୍କ ବ୍ଯବସ୍ଥାପନ କରନ୍ତୁ। ଏହା ସାଧାରଣତଃ ଅତିଥି ମାନଙ୍କ ପାଇଁ ଉପଯୋଗୀ ଅଟେ ଯାଉଁ ମାନଙ୍କୁ ବାହାରୁ ଅନୁମାର୍ଗଣଯୋଗ୍ଯ କରିବା ଆବଶ୍ଯକ ନୁହେଁ। ଲାପଟପରେ ଆଭାସୀକରଣ ବ୍ଯବହାର କରୁଥିବା ବିକାଶକାରୀ ମାନଙ୍କ ପାଇଁ ମଧ୍ଯ ଏହା ଉପଯୋଗୀ ଅଟେ।

    ଏହା ମନେ ରଖନ୍ତୁ ଯେ ଆଭାସୀ ନେଟୱାର୍କିଙ୍ଗ ଦକ୍ଷତା dnsmasq ରେ ଗୋଟିଏ ନିର୍ଭରକକୁ ଯୋଗ କରିଥାଏ, ଯାହାକି ଆଭାସୀ ନେଟୱାର୍କ ପାଇଁ dhcp କୁ ନିୟନ୍ତ୍ରଣ କରିଥାଏ।

    libvirt ବିଷୟରେ ଅଧିକ ସୂଚନା ପାଇବା ପାଇଁ, http://libvirt.org କୁ ପଢନ୍ତୁ।

  • libvirt ବର୍ତ୍ତମାନ ନିଷ୍କ୍ରିୟ ଆଭାସୀ ମେସିନ ମାନଙ୍କୁ ପରିଚାଳନା କରିପାରିବ। libvirt ପରିସର ମାନଙ୍କୁ ବନ୍ଦ ଏବଂ ପ୍ରାରମ୍ଭ କରିବା ପରିବର୍ତ୍ତେ ସେମାନଙ୍କୁ ପରିଭାଷିତ ଏବଂ ଅପରିଭାଷିତ କରି ଏହାକୁ କରିଥାଏ। ଏହି କାର୍ଯ୍ଯାତ୍ମକତା virsh define ଏବଂ virsh undefine ନିର୍ଦ୍ଦେଶ ମାନଙ୍କ ସଦୃଶ ଅଟେ।

    ଏହି ବର୍ଦ୍ଧନ Red Hat ଆଭାସୀ ମେସିନ ପରିଚାଳକକୁ ସମସ୍ତ ଉପଲବ୍ଧ ଅତିଥି ମାନଙ୍କୁ ପ୍ରଦର୍ଶନ କରିବା ପାଇଁ ଅନୁମତି ପ୍ରଦାନ କରିଥାଏ। ଏହି ଅତିଥି ମାନଙ୍କୁ ସିଧାସଳଖ GUI ରୁ ପ୍ରାରମ୍ଭ କରିବା ପାଇଁ ଏହା ଆପଣଙ୍କୁ ଅନୁମତି ପ୍ରଦାନ କରିଥାଏ।

  • kernel-xen ପ୍ଯାକେଜକୁ ସ୍ଥାପନ କରିବା ଦ୍ବାରା, ଏହା ଆଉ ଭୂଲ/ ଅସମ୍ପୂର୍ଣ୍ଣ elilo.conf ପ୍ରବିଷ୍ଟି ସୃଷ୍ଟି କରି ନ ଥାଏ।

  • ବର୍ତ୍ତମାନ ପୂର୍ଣ୍ଣ ଆଭାସୀକୃତ ଅତିଥି ଗୁଡିକ ବର୍ତ୍ତମାନ ସଠିକ ଉତ୍ପ୍ରବାସନ ସମର୍ଥନ କରିଥାଆନ୍ତି।

  • ବର୍ତ୍ତମାନ xm create ନିର୍ଦ୍ଦେଶର virt-manager ରେ ଗୋଟିଏ ଆଲେଖୀକ ଅନୁରୂପ ଅଛି।

  • ସ୍ତରୀଭୂତ ପେଜିଙ୍ଗ (NP) ବର୍ତ୍ତମାନ ସମର୍ଥିତ ଅଟେ। ଏହି ଗୁଣ ଆଭାସୀକୃତ ପରିବେଶରେ ସ୍ମୃତି ପରିଚାଳନାର ଜଟୀଳତାକୁ କମ କରିଥାଏ। ଏହା ପରିବର୍ତ୍ତେ, NP ସ୍ମୃତି ବର୍ଦ୍ଧିତ ଅତିଥି ମାନଙ୍କର CPU ଉପଯୋଗୀତାକୁ କମାଇଥାଏ।

    ବର୍ତ୍ତମାନ, NP କୁ ପୂର୍ବନିର୍ଦ୍ଧାରିତ ଭାବରେ ସକ୍ରିୟ କରାଯାଇ ନାହିଁ। ଆପଣଙ୍କ ତନ୍ତ୍ର NP କୁ ସମର୍ଥନ କରୁଥିଲେ, ଏହା ପରାମର୍ଶିତ ଯେ ଆପଣ NP କୁ ହାଉପରଭାଇଜର ଦ୍ବାରା ପାରାମିଟର hap=1 ସହିତ ବୁଟ କରି ସକ୍ରିୟ କରିବେ।

ଆଭାସୀକରଣ ଗୁଣରେ ଏହି ଅଦ୍ଯତନ ଆଂଶିକ ଆଭାସୀକରଣ ୩୨-ବିଟ ଅତିଥିକୁ ୬୪-ବିଟ ଆଧାର ଉପରେ ସ୍ଥାପନ କରିବା ଏବଂ ଚଳାଇବାର କ୍ଷମତା ଅନ୍ତର୍ଭୂକ୍ତ କରିଥାଏ। ତଥାପି, ଏହି କ୍ଷମତାକୁ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ପ୍ରଦାନ କରାଯାଇଛି, ତେଣୁ, ଏହା ଉତ୍ପାଦନ ପ୍ରୟୋଗ ପାଇଁ ସମର୍ଥିତ ନୁହେଁ।

ସହଭାଗୀ ପୃଷ୍ଠା ସାରଣୀ

ସହଭାଗୀ ପୃଷ୍ଠା ସାରଣୀ ବର୍ତ୍ତମାନ hugetlb ସ୍ମୃତି ପାଇଁ ସମର୍ଥିତ ଅଟେ। ଏହା ପୃଷ୍ଠା ସାରଣୀ ପ୍ରବିଷ୍ଟିକୁ ଅନେକ ପ୍ରକ୍ରିୟା ମଧ୍ଯରେ ସହଭାଗୀ ହେବା ପାଇଁ ସକ୍ରିୟ କରିଥାଏ।

ଏକାଧିକ ପ୍ରକ୍ରିୟା ମଧ୍ଯରେ ପୃଷ୍ଠା ସାରଣୀ ପ୍ରବିଷ୍ଟିକୁ ସହଭାଗ କରିବା ଦ୍ବାରା ଏହା କମ ସଞ୍ଚୟ ସ୍ଥାନ ଉପଯୋଗ କରିଥାଏ। ଏହା ପ୍ରୟୋଗ ସଞ୍ଚୟ ପ୍ରାପ୍ତି ଅନୁପାତକୁ ଉନ୍ନତ କରିଥାଏ, ଯାହାକି ପ୍ରୟୋଗ ପ୍ରଦର୍ଶନକୁ ମଧ୍ଯ ଉନ୍ନତ କରିଥାଏ।

tick_divider

tick_divider=<value> ବିକଳ୍ପ ଗୋଟିଏ sysfs ପାରାମିଟର ଅଟେ ଯାହାକି ଆପଣଙ୍କ ତନ୍ତ୍ର ଘଡି ବେଗକୁ ସମାୟୋଜିତ କରିବା ସହିତ ଚାଳକ ସ୍ଥାନ ପ୍ରୟୋଗ ମାନଙ୍କ ପାଇଁ ସମାନ ଦୃଶ୍ଯ ହର୍ଜ ସମୟ ମୂଲ୍ଯର ତତ୍ତ୍ବାବଧାନ କରିଥାଏ।

tick_divider= ବିକଳ୍ପର ବ୍ଯବହାର ଆପଣଙ୍କୁ CPU ସମସ୍ଯା ହ୍ରାସ କରିବା ଏବଂ ସମୟ ପ୍ରକ୍ରିୟା ଏବଂ ରୂପରେଖକରଣର ସଠିକତା ପାଇଁ ଉଚିତ ମୂଲ୍ଯରେ କର୍ଯ୍ଯକ୍ଷମତା ବଢାଇବାକୁ ଅନୁମତି ପ୍ରଦାନ କରିଥାଏ।

ମାନକ ୧୦୦୦ ହର୍ଜ ଘଡି ପାଇଁ ଉପଯୋଗୀ <values> ଗୁଡିକ ହେଲା:

  • 2 = ୫୦୦ ହର୍ଜ

  • 4 = ୨୫୦ ହର୍ଜ

  • 5 = ୨୦୦ ହର୍ଜ

  • 8 = ୧୨୫ ହର୍ଜ

  • 10 = ୧୦୦ ହର୍ଜ (Red Hat Enterprise Linux ର ପୂର୍ବବର୍ତ୍ତୀ ପ୍ରକାଶନ ଦ୍ବାରା ବ୍ଯବହାର କରାଯାଇଥିବା ମୂଲ୍ଯ)

ଏହା ମନେ ରଖନ୍ତୁ ଯେ ଆଭାସୀକୃତ କର୍ଣ୍ଣଲ ଅତିଥିରେ ଅନେକ କାଳମାପକ ବେଗକୁ ସମର୍ଥନ କରେ ନାହିଁ। dom0 ସମସ୍ତ ଅତିଥି ପାଇଁ ଗୋଟିଏ ସ୍ଥୈତୀକ ସମୟ ବେଗ ବ୍ଯବହାର କରିଥାଏ, ଯାହାକି ଏକାଧିକ ଟିକ ବେଗ ସୃଷ୍ଟି କରିପାରୁଥିବା ଭାରକୁ କମାଇଥାଏ।

dm-multipath ଉପକରଣ ମାନଙ୍କରେ ସ୍ଥାପନ କରିବା ବିଷୟରେ

dm-multipath ଉପକରଣ ମାନଙ୍କୁ ସନ୍ଧାନ କରିବା, ସୃଷ୍ଟି କରିବା, ଏବଂ ସ୍ଥାପନ କରିବାର କ୍ଷମତା ବର୍ତ୍ତମାନ ଆନାକୋଣ୍ଡାର ଅଛି। ଏହି ଗୁଣକୁ ସକ୍ରିୟ କରିବା ପାଇଁ, କର୍ଣ୍ଣଲ ବୁଟ ଧାଡିରେ mpath ପାରାମିଟରକୁ ଯୋଗ କରନ୍ତୁ।

ଏହି ଗୁଣକୁ ମୂଳ ରୂପରେ Red Hat Enterprise Linux 5 ରେ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ପରିଚିତ କରାଯାଇଥିଲା, ଏବଂ ଏହି ପ୍ରକାଶନରେ ବର୍ତ୍ତମାନ ଏହା ପୂର୍ଣ୍ଣ ସମର୍ଥିତ ଅଟେ।

ଏହା ମନେ ରଖନ୍ତୁ ଯେ dm-multipath Dell MD3000 ପାଇଁ ଇନବକ୍ସ ଗୁଣର ମଧ୍ଯ ସମର୍ଥନ କରିଥାଏ। ତଥାପି, ଏକାଧିକ ନୋଡ ଯାହାକି MD3000 କୁ ଅଭିଗମ କରିବା ପାଇଁ dm-multipath କୁ ବ୍ଯବହାର କରିଥାଆନ୍ତି, ସେଗୁଡିକ ତତ୍କାଳ ଫେଲବାକ ନିଷ୍ପାଦନ କରିପାରିବେ ନାହିଁ।

ଆହୁରି ମଧ୍ଯ, ଏହା ପରାମର୍ଶିତ ଯେ ଆପଣଙ୍କ ତନ୍ତ୍ରରେ ଉଭୟ ବହୁପଥ ଏବଂ ବହୁପଥ ବିହୀନ ଉପକରଣ ଥିଲେ ଆପଣ ଇଚ୍ଛାରୂପଣ ବିଭାଜନ ଅନ୍ତରଫଳକକୁ ଆନାକୋଣ୍ଡାରେ ବ୍ଯବହାର କରିପାରିବେ। ଏପରି ପରିସ୍ଥିତିରେ ସ୍ବୟଂଚାଳିତ ବିଭାଜନକୁ ବ୍ଯବହାର କରିବା ଦ୍ବାରା ଏହା ସମାନ ତାର୍କିକ ଘନଫଳ ସମୂହରେ ଉଭୟ ପ୍ରକାରର ଉପକରଣ ସୃଷ୍ଟି କରିପାରେ।

ବର୍ତ୍ତମାନ, ଏହି ଗୁଣଧର୍ମ ପାଇଁ ନିମ୍ନଲିଖିତ ସୀମାବଦ୍ଧତା ମାନଙ୍କୁ ପ୍ରୟୋଗ କରାଯାଇଛି:

  • ତାର୍କିକ ଏକକ ସଂଖ୍ଯା (LUN) ପାଇଁ ସେଠାରେ କେବଳ ଗୋଟିଏ ପଥ ଥିଲେ, mpath ଉଲ୍ଲେଖ କରାଯାଇଥିଲେ ମଧ୍ଯ ଆନାକୋଣ୍ଡାଉପକରଣରେ ସ୍ଥାପନ କରାଯାଇଥାଏ। ଆପଣ ବୁଟ LUN ପାଇଁ ଏକାଧିକ ପଥ ସକ୍ରିୟ କରିବା ପରେ ଏବଂ initrd କୁ ପୁନର୍ବାର ସୃଷ୍ଟି କରିବା ପରେ ମଧ୍ଯ, dm-multipath ପରିବର୍ତ୍ତେ ପ୍ରଚାଳନ ତନ୍ତ୍ର SCSI ଉପକରଣରୁ ବୁଟ କରିବ।

    ତଥାପି, ସେଠାରେ ବୁଟ LUN ପାଇଁ ପ୍ରାରମ୍ଭ କରିବାକୁ ଏକାଧିକ ପଥ ଥିଲେ, କର୍ଣ୍ଣଲ ବୁଟ ଧାଡିରେ mpath କୁ ନିର୍ଦ୍ଦିଷ୍ଟ କରିବା ପରେ ଆନାକୋଣ୍ଡା ଅନୁରୂପୀ dm-multipath କୁ ସଠିକ ଭାବରେ ସ୍ଥାପନ କରିବ।

  • ପୂର୍ବନିର୍ଦ୍ଧାରିତ ଭାବରେ, multipath.conf ରେ user_friendly_names କୁ yes ଭାବରେ ବିନ୍ଯାସ କରାଯାଇଛି। ଏହା dm-multipath ରୁଟ ଉପକରଣର ସହାୟତା ନିଷ୍ପାଦନ ପାଇଁ ଆବଶ୍ଯକ। ଉଦାହରଣ ସ୍ବରୂପ, user_friendly_names କୁ no ଭାବରେ ବିନ୍ଯାସ କରିବା ଦ୍ବାରା ଏବଂ initrd କୁ ପୁନର୍ବାର ସୃଷ୍ଟି କରିବା ଦ୍ବାରା, ଏହା ନିମ୍ନଲିଖିତ ତୃଟି ସହିତ ଗୋଟିଏ ବୁଟ ବିଫଳତା ସୃଷ୍ଟି କରିବ।

    Checking filesystems
    fsck.ext3: No such file or directory while trying to open /dev/mapper/mpath0p1
    
ଭଣ୍ଡାର କ୍ଷେତ୍ର ନେଟୱାର୍କ (SAN) ରୁ ବୁଟ କରିବା ବିଷୟରେ

ଗୋଟିଏ SAN ଡିସ୍କ ଡ୍ରାଇଭରୁ ବୁଟ କରିବାର କ୍ଷମତାକୁ ବର୍ତ୍ତମାନ ସମର୍ଥନ କରାଯାଉଛି। ଏପରି ପରିସ୍ଥିତିରେ, SAN ଗୋଟିଏ ଫାଇବର ଉପପଥ କିମ୍ବା iSCSI ଅନ୍ତରାପୃଷ୍ଠକୁ ନିର୍ଦ୍ଦେଶ କରିଥାଏ। ଏହି ସାମର୍ଥ୍ଯ dm-multipath କୁ ବ୍ଯବହାର କରି ଏକାଧିକ ପଥ ମଧ୍ଯ ଦେଇ ତନ୍ତ୍ରରୁ ଭଣ୍ଡାରକୁ ସଂଯୋଗ କରିବା ପାଇଁ ସମର୍ଥନ ପ୍ରଦାନ କରିଥାଏ।

ଏକାଧିକ ଆଧାର ବସ ଏଡେପ୍ଟର (HBA) ବ୍ଯବହାର କରୁଥିବା ବିନ୍ୟାସରେ, ପ୍ରଚଳିତ ଏଡେପ୍ଟର ଦେଇ ସମସ୍ତ ପଥ ବିଫଳ ହେଲେ ଅନ୍ଯ ଗୋଟିଏ ଏଡେପ୍ଟରରୁ ବୁଟ କରିବା ପାଇଁ ଆପଣଙ୍କୁ ତନ୍ତ୍ରର BIOS ବିନ୍ଯାସ କରିବା ପାଇଁ ପଡିବ।

nfsroot

nfsroot ଏହି ଅଦ୍ଯତନରେ ସମ୍ପୂର୍ଣ୍ଣ ରୂପେ ସମର୍ଥିତ ଅଟେ। ଏହା ଚାଳକକୁ Red Hat Enterprise Linux 5.1 NFS ଦ୍ବାରା ମାଉଣ୍ଟ କରାଯାଇଥିବା ଏହାର ରୁଟ ଫାଇଲତନ୍ତ୍ର (/) ସହିତ ଚଳାଇବା ପାଇଁ ଅନୁମତି ପ୍ରଦାନ କରିଥାଏ।

nfsroot କୁ ପୂର୍ବରୁ Red Hat Enterprise Linux 5 ରେ ଅବସ୍ଥାବିହୀନ Linux ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଗୁଣର ଗୋଟିଏ ଉପସେଟ ଭାବରେ ପରିଚିତ କରାଯାଇଥିଲା। ଅବସ୍ଥାବିହୀନ Linux ର ପୂର୍ଣ୍ଣ ରୂପାୟନ ଏବେ ମଧ୍ଯ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଅବସ୍ଥାରେ ଅଛି।

ବର୍ତ୍ତମାନ, nfsroot ପାଇଁ ନିମ୍ନିଲିଖିତ ସୀମାବଦ୍ଧତା ଅଛି:

  • NFS ସେବକରେ ପ୍ରତ୍ଯେକ ଗ୍ରାହକର ନିଜସ୍ବ ପୃଥକ ରୁଟ ଫାଇଲତନ୍ତ୍ର ଥିବା ଉଚିତ। କେବଳ ପଠନୀୟ ରୁଟକୁ ବ୍ଯବହାର କରାଯାଉଥିଲେ ମଧ୍ଯ ଏହି ପ୍ରତିବନ୍ଧକୁ ଲାଗୁ କରାଯାଏ।

  • NFS ଦ୍ବାରା SWAP ସମର୍ଥିତ ନୁହେଁ।

  • nfsroot ଗ୍ରାହକ ମାନଙ୍କ ପାଇଁ SELinux କୁ ସକ୍ରିୟ କରିହେବ ନାହିଁ। ସାଧାରଣତଃ, Red Hat SELinux କୁ ନିଷ୍କ୍ରିୟ କରିବା ପାଇଁ ପରାମର୍ଶ ଦେଇ ନ ଥାଏ। ଉଦାହରଣ ସ୍ବରୂପ, ଏହି କାର୍ଯ୍ଯ ସହିତ ସମ୍ବନ୍ଧିତ ସୁରକ୍ଷା ଅର୍ଥ ଉପରେ ଗ୍ରାହକ ମାନେ ସାବଧାନତାର ସହିତ ଧ୍ଯାନ ରଖିବା ଉଚିତ।

nfsroot କୁ ବ୍ଯବସ୍ଥାପନ କରିବା ପାଇଁ ନିମ୍ନଲିଖିତ ପଦ୍ଧତିକୁ ଅନୁସରଣ କରନ୍ତୁ। ଏହି ପଦ୍ଧତି ଅନୁମାନ କରିଥାଏ ଯେ eth0 ଆପଣଙ୍କ ନେଟୱାର୍କ ଉପକରଣ ଅଟେ ଏବଂ tg3 ସହକାରୀ ନେଟୱାର୍କ ଡ୍ରାଇଭର ଅଟେ। ଆପଣଙ୍କୁ ତନ୍ତ୍ର ବିନ୍ଯାସ ଅନୁଯାୟୀ ଏହାକୁ ଠିକ କରିବା ପାଇଁ ପଡିପାରେ:

  1. ନିମ୍ନଲିଖିତ ନିର୍ଦ୍ଦେଶ ମାନଙ୍କୁ ବ୍ଯବହାର କରି ଆପଣଙ୍କ ମୂଳସ୍ଥାନ ପଞ୍ଜିକାରେ initrd ସୃଷ୍ଟି କରନ୍ତୁ:

    mkinitrd --with=tg3 --rootfs=nfs --net-dev=eth0 --rootdev=<nfs server ip>:/<path to nfsroot> ~/initrd-<kernel-version>.img <kernel-version>

    Red Hat Enterprise Linux 5.1 କର୍ଣ୍ଣଲକୁ ବ୍ଯବହାର କରି ଏହି initrd କୁ ସୃଷ୍ଟି କରାଯିବା ଉଚିତ।

  2. ତାପରେ, ଗୋଟିଏ zImage.initrd ପ୍ରତିଛବି ପୂର୍ବରୁ ଉତ୍ପନ୍ନ initrd ରୁ ପ୍ରସ୍ତୁତ କରନ୍ତୁ। zImage.initrd ଗୋଟିଏ ପ୍ରତିଛବିରେ ଗୋଟିଏ ସଙ୍କୁଚିତ କର୍ଣ୍ଣଲ ଏବଂ initrd ଅଟେ। ନିମ୍ନଲିଖିତ ନିର୍ଦ୍ଦେଶ ବ୍ଯବହାର କରନ୍ତୁ:

    mkzimage /boot/System.map-<kernel-version> ~/initrd-<kernel-version>.img /usr/share/ppc64-utils/zImage.stub ~/zImage.initrd-<kernel-version>

  3. ସୃଷ୍ଟି କରାଯାଇଥିବା zImage.initrd-<kernel-version> କୁ ଆପଣଙ୍କ tftp ସେବକର ଗୋଟିଏ ନିର୍ଯ୍ଯାସିତ ସ୍ଥାନରେ ନକଲ କରନ୍ତୁ।

  4. ଏହା ନିଶ୍ଚିତ କରନ୍ତୁ ଯେ ନିର୍ଯ୍ଯାସିତ nfsroot ଫାଇଲତନ୍ତ୍ର nfs ସେବକରେ ଆବଶ୍ଯକୀୟ ଦ୍ବି-ଆଧାରୀ ଏବଂ ଏକକାଂଶ ମାନଙ୍କୁ ଧାରଣ କରିଅଛି। ଏହି ଦ୍ବି-ଆଧାରୀ ଏବଂ ଏକାକଂଶ ଗୁଡିକ ପ୍ରଥମ ପଦକ୍ଷେପରେ initrd କୁ ସୃଷ୍ଟି କରିବା ପାଇଁ ବ୍ଯବହୃତ କର୍ଣ୍ଣଲର ଆପେକ୍ଷିକ ସଂସ୍କରଣକୁ ସୂଚାଇବା ଉଚିତ।

  5. ଗ୍ରାହକକୁ zImage.initrd-<kernel-version> ଲକ୍ଷ୍ଯକୁ ସୂଚାଇବା ପାଇଁ DHCP ସେବକକୁ ବିନ୍ଯାସ କରନ୍ତୁ।

    ଏପରି କରିବା ପାଇଁ, DHCP ସେବକର /etc/dhcpd.conf ଫାଇଲରେ ନିମ୍ନଲିଖିତ ପ୍ରବିଷ୍ଟି ମାନଙ୍କୁ ଯୋଗକରନ୍ତୁ।

    next-server <tftp hostname/IP address>;
    filename "<tftp-path>/zImage.initrd";
    

    ଏହା ମନେ ରଖନ୍ତୁ ଯେ <tftp-path> zImage.initrd ପାଇଁ tftp-ନିର୍ଯ୍ଯାସିତ ଡିରେକ୍ଟୋରିରୁ ପଥ ନିର୍ଦ୍ଦିଷ୍ଟ କରିବା ଉଚିତ। ଉଦାହରଣ ସ୍ବରୂପ, zImage.initrd ପାଇଁ /tftpboot/mykernels/zImage.initrd ସମ୍ପୂର୍ଣ୍ଣ ପଥ ଏବଂ /tftpboot/ tftp-ନିର୍ଯ୍ଯାସିତ ଡିରେକ୍ଟୋରି ହୋଇଥିଲେ, <tftp-path> mykernels/zImage.initrd ହେବା ଉଚିତ।

  6. ଶେଷରେ, ନେଟୱାର୍କ ଉପକରଣରୁ ଏହାକୁ ପ୍ରଥମେ ବୁଟ କରିବା ପାଇଁ ଆପଣଙ୍କ ତନ୍ତ୍ରର ବୁଟ ବିନ୍ଯାସ ପାରାମିଟରକୁ ସେଟ କରନ୍ତୁ (ଏହି ଉଦାହରଣରେ, ନେଟୱାର୍କ ଉପକରଣଟି eth0 ଅଟେ)।

GFS2

GFS2 GFS ର ଗୋଟିଏ ବର୍ଦ୍ଧିତ ଉନ୍ନୟନ ଅଟେ। ଏହି ଅଦ୍ଯତନ ଏକାଧିକ ମହତ୍ବପୂର୍ଣ୍ଣ ଉନ୍ନୟନ ଲାଗୁ କରିଥାଏ ଯାହାକି ଅନ-ଡିସ୍କ ଫାଇଲତନ୍ତ୍ର ଶୈଳୀରେ ଗୋଟିଏ ପରିବର୍ତ୍ତନ ଆବଶ୍ଯକ କରିଥାଏ। GFS ଫାଇଲତନ୍ତ୍ରକୁ GFS2 ରେ gfs2_convert ଉପଯୋଗୀତାକୁ ବ୍ଯବହାର କରି ରୂପାନ୍ତରିତ କରିହେବ, ଯାହାକି ତଦନୁଯାୟୀ GFS ଫାଇଲତନ୍ତ୍ରର ଅଧିତଥ୍ଯକୁ ଅଦ୍ଯତନ କରିଥାଏ।

GFS2 କୁ ମୂଳ ରୂପରେ Red Hat Enterprise Linux 5 ରେ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ଲାଗୁ କରାଯାଇଥିଲା, ଏବଂ ଏହି ଅଦ୍ଯତନରେ ବର୍ତ୍ତମାନ ଏହା ପୂର୍ଣ୍ଣ ସମର୍ଥିତ ଅଟେ। ନିର୍ଦ୍ଦେଶ ଚିହ୍ନ ପରୀକ୍ଷଣ ନିମ୍ନଲିଖିତର ଦୃତତର ପ୍ରଦର୍ଶନକୁ ସୂଚାଇ ଥାଏ:

  • ଗୋଟିଏ ଡିରେକ୍ଟୋରିରେ ବହୁଳ ବ୍ଯବହାର ଏବଂ ଦୃତତର ଡିରେକ୍ଟୋରି କ୍ରମବୀକ୍ଷଣ (ଡାକ ମୋହର ନିର୍ଦ୍ଦେଶ ଚିହ୍ନ)

  • ସମକାଳୀନ I/O ପ୍ରକ୍ରିୟା (fstest ନିର୍ଦ୍ଦେଶ ଚିହ୍ନ ପରୀକ୍ଷଣ TIBCO ପରି ସନ୍ଦେଶ ପ୍ରେରଣ ପ୍ରୟୋଗ ମାନଙ୍କର ଉନ୍ନତ ପ୍ରଦର୍ଶନକୁ ସୂଚାଇଥାଏ)

  • ସଞ୍ଚିତ ପଠନ, ଯେହେତୁ ସେଠାରେ ଆଉ ଏବେ କୌଣସି ତାଳକନ ସମସ୍ଯା ନାହିଁ

  • ପୂର୍ବବଣ୍ଟିତ ଫାଇଲ ମାନଙ୍କ ପାଇଁ ପ୍ରତ୍ଯେକ୍ଷ I/O

  • NFS ଫାଇଲ ନିୟନ୍ତ୍ରଣ ସନ୍ଧାନ

  • df, ବର୍ତ୍ତମାନ ବଣ୍ଟନ ସୂଚନାକୁ ସଞ୍ଚୟ କରାଯାଇଥିବା ପରି

ଏହା ସହିତ, GFS2 ମଧ୍ଯ ନିମ୍ନଲିଖିତ ପରିବର୍ତ୍ତନ ମାନଙ୍କୁ ପ୍ରଦାନ କରିଥାଏ:

  • ପତ୍ରିକା ଗୁଡିକ ଅଧିତଥ୍ଯ ପରିବର୍ତ୍ତେ ବର୍ତ୍ତମାନ ସାଧା (ଯଦିଚ ଲୁକ୍କାୟିତ) ଫାଇଲ ଅଟନ୍ତି। ଅତିରିକ୍ତ ସେବକ ଗୁଡିକ ଗୋଟିଏ ଫାଇଲତନ୍ତ୍ରକୁ ମାଉଣ୍ଟ କରିବା ସମୟରେ ପତ୍ରିକା ମାନଙ୍କୁ ବର୍ତ୍ତମାନ ଗତିଶୀଳ ଭାବରେ ଯୋଗ କରିହେବ।

  • ଆରକ୍ଷଣ ଗୁଡିକୁ ବର୍ତ୍ତମାନ mount ବିକଳ୍ପ quota=<on|off|account> ସକ୍ରିୟ ଏବଂ ନିଷ୍କ୍ରିୟ କରହେବ।

  • quiesce ଆଉ ଏବେ ବିଫଳ ପୁନଃପ୍ରାପ୍ତି ପାଇଁ ଗୋଟିଏ କ୍ଲଷ୍ଟରରେ ପତ୍ରିକାକୁ ପୁନର୍ଚାଳନ କରିବା ପାଇଁ ଆବଶ୍ଯକ ନୁହେଁ।

  • ବର୍ତ୍ତମାନ ନାନୋ-ସେକେଣ୍ଡ କାଳମାପକ ସମର୍ଥିତ ଅଟେ

  • ext3 ସହିତ ସାମନ, GFS2 ବର୍ତ୍ତମାନ data=ordered ଧାରାକୁ ସମର୍ଥନ କରିଥାଏ

  • ଗୁଣଧର୍ମ ବିନ୍ଯାସ lsattr() ଏବଂ chattr() ଗୁଡିକ ବର୍ତ୍ତମାନ ମାନକ ioctl() ଦ୍ବାରା ସମର୍ଥିତ

  • ୧୬ ଟେରା-ବାଇଟରୁ ବୃହତ୍ତ ଫାଇଲତନ୍ତ୍ର ଗୁଡିକ ବର୍ତ୍ତମାନ ସମର୍ଥିତ

  • GFS2 ଗୋଟିଏ ମାନକ ଫାଇଲ ତନ୍ତ୍ର ଅଟେ, ଏବଂ ଏହାକୁ ଏକତ୍ରିତ ହୋଇ ନ ଥିବା ବିନ୍ଯାସ ମାନଙ୍କ ପାଇଁ ବ୍ଯବହାର କରିହେବ

ଡ୍ରାଇଭର ଅଦ୍ଯତନ ପ୍ରୋଗ୍ରାମ

ଡ୍ରାଇଭର ଅଦ୍ଯତନ ପ୍ରୋଗ୍ରାମ (UDP) କୁ ତୃତୀୟ ପକ୍ଷ ବିକ୍ରେତା (OEM ମାନଙ୍କ ପରି) ମାନଙ୍କୁ Red Hat Enterprise Linux 5 ତନ୍ତ୍ରରେ ବିତରଣ ଧାରକ ଭାବରେ ନିୟମିତ RPM ପ୍ଯାକେଜ ମାନଙ୍କୁ ବ୍ଯବହାର କରି ସେମାନଙ୍କର ଉପକରଣ ଡ୍ରାଇଭର ଏବଂ ଅନ୍ଯାନ୍ଯ Linux ଏକକାଂଶ ମାନଙ୍କୁ ଯୋଗକରିବା ପାଇଁ ଅନୁମତି ପ୍ରଦାନ କରିଥାଏ।

Red Hat Enterprise Linux 5.1 ମହତ୍ବପୂର୍ଣ୍ଣ ଭାବରେ UDP ପାଇଁ ଅନେକ ଅଦ୍ଯତନ ମାନଙ୍କୁ ଲାଗୁ କରିଥାଏ:

  • ଡ୍ରାଇଭର ଅଦ୍ଯତନ ଡିସ୍କ ମାନଙ୍କ ଦ୍ବାରା ସ୍ଥାପନ ସମୟ ଡ୍ରାଇଭର ଅଦ୍ଯତନ RPM ଗୁଡିକ ବର୍ତ୍ତମାନ ସମର୍ଥିତ

  • ତନ୍ତ୍ର ବୁଟ ପଥକୁ ପ୍ରଭାବ ପକାଉଥିବା ବୁଟ ପଥ ଡ୍ରାଇଭର ଅଦ୍ଯତନ ଗୁଡିକ ବର୍ତ୍ତମାନ ସମର୍ଥିତ ଅଟେ

  • ତୃତୀୟ ପକ୍ଷ ଦ୍ବାରା ପ୍ଯାକେଜ କରାଯାଉଥିବା ଉନ୍ନତ Linux ଶବ୍ଦ ସ୍ଥାପତ୍ଯ (ALSA) ପାଇଁ ବର୍ତ୍ତମାନ ସମର୍ଥନକୁ ନାପସନ୍ଦ କରାଯାଉଛି

ତାପରେ, ସ୍ବୀକୃତ କର୍ଣ୍ଣଲ ABI ସଙ୍କେତ ହ୍ୱାଇଟଲିଷ୍ଟ ପାଇଁ ବିଭିନ୍ନ ଅଦ୍ଯତନ ମାନଙ୍କୁ ଲାଗୁ କରାଯାଇଛି। ଏହି ହ୍ବାଇଟଲିଷ୍ଟ ମାନଙ୍କୁ ଗୋଟିଏ ତୃତୀୟ ପକ୍ଷ ଡ୍ରାଇଭରରେ ବ୍ଯବହାର କରିବା ପାଇଁ ପ୍ଯାକେଜିଙ୍ଗ ଡ୍ରାଇଭର ଦ୍ବାରା କର୍ଣ୍ଣଲ ଦ୍ବାରା ପ୍ରଦାନ କରାଯାଇଥିବା ସଙ୍କେତ ଏବଂ ତଥ୍ଯ ସଂରଚନାକୁ ସ୍ଥିର କରିବା ପାଇଁ ବ୍ଯବହାର କରାଯାଇଥାଏ।

ଅଧିକ ସୂଚନା ପାଇଁ, http://www.kerneldrivers.org/RedHatKernelModulePackages କୁ ପଢନ୍ତୁ।

ଡ୍ରାଇଭର ଅଦ୍ଯତନ

ସାଧାରଣ ଡ୍ରାଇଭର ଅଦ୍ଯତନ
  • acpi: ଅନେକ ACPI ଏବଂ ଲେନେଭୋ ଲାପଟପରେ ଥିବା ଡକିଙ୍ଗ ଷ୍ଟେସନ ସମସ୍ଯା ମାନଙ୍କୁ ସମ୍ବୋଧିତ କରିବା ପାଇଁ ଅଦ୍ଯତିତ ibm_acpi ଏକକାଂଶକୁ ଅଦ୍ଯତନ କରାଯାଇଛି।

  • ipmi: ପୋଲିଙ୍ଗ kthread ଗୋଟିଏ ବେସବେଣ୍ଡ ପରିଚାଳନା ନିୟନ୍ତ୍ରକ ପାଇଁ ହାର୍ଡୱେର ହସ୍ତକ୍ଷେପକୁ ନ୍ଯସ୍ତ କରାଯିବା ସମୟରେ ଆଉ ଏବେ ଚାଲୁନାହିଁ।

  • sata: SATA/SAS 2.6.22-rc3 ସଂସ୍କରଣକୁ ଉନ୍ନୟନ କରାଯାଇଛି।

  • openib ଏବଂ openmpi: OFED (OpenFabrics ଉଦ୍ଯୋଗିକ ବିତରଣ) 1.2 ସଂସ୍କରଣକୁ ଉନ୍ନୟନ କରାଯାଇଛି।

  • powernow-k8: Greyhound କୁ ପୂର୍ଣ୍ଣ ସମର୍ଥନ କରିବା ପାଇଁ 2.0.0 ସଂସ୍କରଣକୁ ଉନ୍ନୟନ କରାଯାଇଛି।

  • xinput: ପୂର୍ଣ୍ଣ RSA ସମର୍ଥନକୁ ସକ୍ରିୟ କରିବା ପାଇଁ ଯୋଗ କରାଯାଇଛି।

  • aic94xx: ଗୋଟିଏ ଅନ୍ତଃର୍ନିହିତ କ୍ରମବିଶିଷ୍ଟ ଫାର୍ମୱେର ର v17 ଉନ୍ନୟନ ସହିତ 1.0.2-1 ସଂସ୍କରଣକୁ ଉନ୍ନୟନ କରାଯାଇଛି। ଏହି ଅଦ୍ଯତନ ଗୁଡିକ ନିମ୍ନଲିଖିତ ପରିବର୍ତ୍ତନ ମାନଙ୍କୁ ଲାଗୁ କରିଥାଏ:

    • ascb ରେସ ସ୍ଥିତିକୁ ବିସ୍ତାରକ ସହିତ ପ୍ଲାଟଫର୍ମରେ ଠିକ କରାଯାଇଛି

    • REQ_TASK_ABORT ଏବଂ DEVICE_RESET ନିୟନ୍ତ୍ରକ ମାନଙ୍କୁ ଯୋଗ କରାଯାଇଛି

    • ଗୋଟିଏ ତୃଟି ମିଳିବା ପରେ ବର୍ତ୍ତମାନ ଭୌତିକ ସଂଯୋଗିକୀ ମାନଙ୍କୁ ସଠିକ ଭାବରେ ସଜଡା ଯାଇଛି

    • ବର୍ତ୍ତମାନ phys କୁ sysfs ଦ୍ବାରା ସକ୍ରିୟ କିମ୍ବା ନିଷ୍କ୍ରିୟ କରିହେବ

    • DDB ର ରେସ ସ୍ଥିତିକୁ ଅବରୋଧ କରିବା ପାଇଁ DDB ତାଳକନ ପ୍ରକ୍ରିୟାର ବର୍ଦ୍ଧିତ ବ୍ଯବହାର

ଧ୍ବନି

ALSA କୁ 1.0.14 ସଂସ୍କରଣକୁ ଅଦ୍ଯତନ କରାଯାଇଛି। ଏହି ଅଦ୍ଯତନ ନିମ୍ନଲିଖିତ ସମାଧାନ ମାନଙ୍କୁ ପ୍ରୟୋଗ କରିଅଛି:

  • IBM ଟୋରୋକୋ (M50) ରେ ଅଦରାକାରୀ ଶବ୍ଦ ସମସ୍ଯାକୁ ସମାଧାନ କରାଯାଇଛି

  • ବର୍ତ୍ତମାନ Realtek ALC861 କୁ ସମର୍ଥନ କରାଯାଇଛି

  • xw8600 ଏବଂ xw6600 ରେ ଗୋଟିଏ ନିଃଶବ୍ଦ ସମସ୍ଯାକୁ ସମାଧାନ କରାଯାଇଛି

  • ବର୍ତ୍ତମାନ ADI 1884 Audio କୁ ସମର୍ଥନ କରାଯାଇଛି

  • xw4600 ରେ ଗୋଟିଏ ଶବ୍ଦ ବିନ୍ଯାସ ସମସ୍ଯାକୁ ସମାଧାନ କରାଯାଇଛି

PCI
  • PCIX ଏବଂ PCI-Express ପାଇଁ ସର୍ବାଧିକ ପଠନ ନିବେଦନ ଆକାର ବିନ୍ଯାସ କରିବା ପାଇଁ ଫଙ୍କସନ କଲ ମାନଙ୍କୁ ଯୋଗ କରାଯାଇଛି

  • IBM System P ମେସିନ ଗୁଡିକ ବର୍ତ୍ତମାନ PCI-Express ହଟ-ପ୍ଲଗିଙ୍ଗକୁ ସମର୍ଥନ କରିଥାଏ

  • SB600 SMBus କୁ ସମର୍ଥନ କରିବା ପାଇଁ ଆବଶ୍ଯକୀୟ ଡ୍ରାଇଭର ଏବଂ PCI ପରିଚୟକୁ ଯୋଗ କରାଯାଇଛି

ନେଟୱାର୍କିଙ୍ଗ
  • e1000 ଡ୍ରାଇଭର: I/OAT-ସକ୍ରିୟଣ ଚିପସେଟକୁ ସମର୍ଥନ କରିବା ପାଇଁ 7.3.20-k2 କୁ ଅଦ୍ଯତନ କରାଯାଇଛି।

  • bnx2 ଡ୍ରାଇଭର: 5709 ହାର୍ଡୱେରକୁ ସମର୍ଥନ କରିବା ପାଇଁ 1.5.11 ସଂସ୍କରଣକୁ ଅଦ୍ଯତନ କରାଯାଇଛି।

  • B44 ଇଥରନେଟ ଡ୍ରାଇଭର: ନିମ୍ନଲିଖିତ ପ୍ରଦର୍ଶନ ମାନଙ୍କୁ ପ୍ରୟୋଗ କରିବା ପାଇଁ 2.6.22-rc4 ଅପଷ୍ଟ୍ରିମ ସଂସ୍କରଣରୁ ବେକପୋର୍ଟ କରାଯାଇଛି:

    • ଅନେକ endianness ସମାଧାନ ମାନ କରାଯାଇଛି

    • DMA_30BIT_MASK ସ୍ଥିରାଙ୍କକୁ ବର୍ତ୍ତମାନ ବ୍ଯବହାର କରାଯାଉଛି

    • skb_copy_from_linear_data_offset() କୁ ବର୍ତ୍ତମାନ ବ୍ଯବହାର କରାଯାଉଛି

    • spin_lock_irqsave() ବର୍ତ୍ତମାନ ଅଧିକ ସୁରକ୍ଷିତ ହସ୍ତକ୍ଷେପ ନିଷ୍କ୍ରିୟଣ ସେବା ପ୍ରଦାନ କରୁଅଛି

    • ପୁନଃସ୍ଥାପନ ସମୟରେ ସାଧାରଣ ତୃଟି ନିରୂପଣ ପ୍ରକ୍ରିୟା ସମ୍ପାଦନ କରାଯାଉଛି

    • ଅନେକ ମଲ୍ଟିକାଷ୍ଟ ସମାଧାନ ମାନ ପ୍ରଦାନ କରାଯାଇଛି

    • ଚିପ ପୁନଃସ୍ଥାପନ ବର୍ତ୍ତମାନ ପ୍ରତ୍ଯାଶିତ ସମୟରୁ ଅଧିକ ସମୟ ନେଉଅଛି

  • Marvell sky2 ଡ୍ରାଇଭର: ifup/ifdown ନିର୍ଦ୍ଦେଶ ମାନଙ୍କୁ ବାରମ୍ବାର ନିଷ୍ପାଦନ କଲେ କର୍ଣ୍ଣଲ ଅକାମି ହେଉଥିବା କାରଣକୁ ସମାଧାନ କରିବା ପାଇଁ 1.14 ସଂସ୍କରଣକୁ ଅଦ୍ଯତନ କରାଯାଇଛି।

  • forcedeth-0.60 ଡ୍ରାଇଭର: ବର୍ତ୍ତମାନ ଏହି ପ୍ରକାଶନରେ ଅନ୍ତର୍ଭକ୍ତ କରାଯାଇଛି। ଏହା NVIDIAରେ MCP55 ମଦରବୋର୍ଡ ଚିପସେଟ ଏବଂ ଆପେକ୍ଷିକ ଅନବୋର୍ଡ NIC ବ୍ଯବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଗୁରୁତର ତୃଟି ସମାଧାନ ମାନଙ୍କୁ ଲାଗୁ କରିଥାଏ।.

  • ixgb ଡ୍ରାଇଭର: ନବୀନତମ ଅପଷ୍ଟ୍ରିମ ସଂସ୍କରଣ (1.0.126) କୁ ଅଦ୍ଯତନ କରାଯାଇଛି।

  • netxen_nic ଡ୍ରାଇଭର: NetXen 10GbE ନେଟୱାର୍କ କାର୍ଡ ପାଇଁ ସମର୍ଥନ ସକ୍ରିୟ କରିବା ପାଇଁ 3.4.2-2 ସଂସ୍କରଣକୁ ଯୋଗ କରାଯାଇଛି।

  • Chelsio 10G ଇଥରନେଟ ନେଟୱାର୍କ ନିୟନ୍ତ୍ରକକୁ ବର୍ତ୍ତମାନ ସମର୍ଥନ କରାଯାଉଛି।

  • PCI ତୃଟି ପ୍ରାପ୍ତି ପାଇଁ s2io ଉପକରଣର ସମର୍ଥନକୁ ଯୋଗ କରାଯାଇଛି।

  • Broadcomm ବେତାର ଇଥରନେଟ ବର୍ତ୍ତମାନ PCI ID କୁ nx6325 କାର୍ଡ ପାଇଁ ସମର୍ଥନ କରିଥାଏ।

  • ଗୋଟିଏ ତୃଟି ସମାଧାନ କରାଯାଇଛି ଯାହାକି BCM4306 କୁ ifup ଦ୍ବାରା ପ୍ରାରମ୍ଭ କରିବାର ପ୍ରଚେଷ୍ଟା କରୁଥିବା ସମୟରେ ଗୋଟିଏ ASSERTION FAILED ତୃଟି ଘଟାଉଥିଲା।

  • ixgb ଡ୍ରାଇଭର: Intel 10-ଗିଗାବାଇଟ କାର୍ଡ ପାଇଁ EEH PCI ତୃଟି ପ୍ରାପ୍ତି ସମର୍ଥନ ଯୋଗ କରିବାକୁ ଅଦ୍ଯତନ କରାଯାଇଛି। ଅଧିକ ସୂଚନା ପାଇଁ, /usr/share/doc/kernel-doc-<kernel version>/Documentation/pci-error-recovery.txt କୁ ପଢନ୍ତୁ।

  • qla3xxx ଡ୍ରାଇଭର: QLogic iSCSI ଏଡେପ୍ଟର ପାଇଁ iSCSI ବ୍ଯବହାର ନ କରି ନେଟୱାର୍କ ସମର୍ଥନ ପ୍ରଦାନ କରିବାକୁ 2.03.00-k3 ସଂସ୍କରଣକୁ ପୁନଃସକ୍ରିୟଣ ଏବଂ ଅଦ୍ଯତନ କରାଯାଇଛି।

  • Intel PRO/Wireless 3945ABG ନେଟୱାର୍କ ଡ୍ରାଇଭର: 1.2.0 ସଂସ୍କରଣକୁ ଅଦ୍ଯତନ କରାଯାଇଛି। ଏହି ଅଦ୍ଯତନ ସଫ୍ଟ ଲକଅପ ପରି ଅନେକ ସମସ୍ଯା ମାନଙ୍କୁ ସମାଧାନ କରିଥାଏ, ଯାହାକି କିଛି ଲାପଟପରେ କିଛି ପରିସ୍ଥିତିରେ ଘଟିପାରନ୍ତି।

  • qla2xxx: ଡ୍ରାଇଭରକୁ 8.01.07-k6 ସଂସ୍କରଣକୁ ଉନ୍ନୟନ କରାଯାଇଛି। ଏହା ମହତ୍ବପୂର୍ଣ୍ଣ ଭାବରେ ଅନେକ ପରିବର୍ତ୍ତନ ମାନଙ୍କୁ ଲାଗୁ କରିଥାଏ:

    • iIDMA କୁ ବର୍ତ୍ତମାନ ସମର୍ଥନ କରାଯାଉଛି

    • ନିମ୍ନଲିଖିତ ଫାଇବର ଉପପଥ ଗୁଣ ମାନଙ୍କୁ ବର୍ତ୍ତମାନ ସମର୍ଥନ କରାଯାଉଛି:

      • ପାରସ୍ପରିକ କ୍ରିୟାକ୍ଷମ ନୋଡ ନାମ

      • ତନ୍ତ୍ର ଆଧାର ନାମ

      • ଢାଞ୍ଚା ନାମ

      • ଆଧାର ସଂଯୋଗିକୀ ଅବସ୍ଥା

    • trace-control async ଘଟଣା ମାନଙ୍କୁ ଆଉ ଏବେ ଲଗ କରାଯାଉ ନାହିଁ

    • ପୁନଃସ୍ଥାପନ ନିୟନ୍ତ୍ରଣ ତର୍କକୁ ଠିକ କରାଯାଇଛି

    • MSI-X କୁ ବର୍ତ୍ତମାନ ସମର୍ଥନ କରାଯାଉଛି

    • IRQ-0 କାର୍ଯ୍ଯଭାରକୁ ବର୍ତ୍ତମାନ ପ୍ରତି ତନ୍ତ୍ରରେ ନିୟନ୍ତ୍ରଣ କରାଯାଉଛି

    • NVRAM ଅଦ୍ଯତନ ଯଥାଶୀଘ୍ର ପ୍ରଭାବିତ ହୋଇଥାଏ

IPMI

ଏହି ପ୍ରକାଶନ 2.6.22-rc-4 ରୁ କିଛି ପ୍ଯାଚ ସହିତ ଅପଷ୍ଟ୍ରିମ ପରିବର୍ତ୍ତନ ଗୁଡିକୁ 2.6.21.3 ସଂସ୍କରଣ ଭାବରେ ଅନ୍ତର୍ଭୂକ୍ତ କରିବା ପାଇଁ IPMI ଡ୍ରାଇଭର ସେଟର ଗୋଟିଏ ଅଦ୍ଯତନକୁ ଲାଗୁ କରିଥାଏ। ଏହି ଅଦ୍ଯତନ (ଅନ୍ଯ ମାନଙ୍କ ମଧ୍ଯରେ) ନିମ୍ନଲିଖିତ ପରିବର୍ତ୍ତନ ଗୁଡିକୁ ଲାଗୁ କରିଥାଏ:

  • ipmi_si_intf ରେ ଅପ୍ରାରମ୍ଭିକ ତୃଟି ମାନଙ୍କୁ ସମାଧାନ କରାଯାଇଛି

  • ଅନ୍ଯ ଗୋଟିଏ ଡ୍ରାଇଭର ହସ୍ତକ୍ଷେପ ମାନଙ୍କୁ ସମର୍ଥନ କରୁଥିଲେ kipmid କୁ ଆଉ ପ୍ରାରମ୍ଭ କରାଯାଉ ନାହିଁ

  • ଚାଳକ ମାନେ ବର୍ତ୍ତମାନ କର୍ଣ୍ଣଲ ଡେମନ enable କୁ force_kipmid ଦ୍ବାରା ଦାବିଦେବା ପାଇଁ ସ୍ବୀକୃତିପ୍ରାପ୍ତ

  • ଉପପଥ ପ୍ରତି ନିର୍ଦ୍ଦେଶ ପଞ୍ଜିକରଣକୁ ଏବେ ସମର୍ଥନ କରାଯାଉଛି

  • MAX_IPMI_INTERFACES କୁ ଏବେ ବ୍ଯବହାର କରାଯାଉ ନାହିଁ

  • ଆଧାର ତନ୍ତ୍ର ଅନ୍ତରାପୃଷ୍ଠ ଅପସାରଣ ବର୍ତ୍ତମାନ ସମର୍ଥିତ ଅଟେ

  • ଫାର୍ମୱେର ଅଦ୍ଯତନ ମାନଙ୍କୁ ସମର୍ଥନ କରିବା ପାଇଁ ଗୋଟିଏ ତତ୍ତ୍ବାବଧାନ ଧାରାକୁ ଯୋଗ କରାଯାଇଛି

  • pigeonpoint IPMC ପାଇଁ poweroff ସମର୍ଥନକୁ ଯୋଗ କରାଯାଇଛି

  • BT ଉପଡ୍ରାଇଭର ବର୍ତ୍ତମାନ ଅଧିକ ସମୟ ସମାପ୍ତି ପର୍ଯ୍ଯନ୍ତ ରହିପାରିବ

  • ସଠିକ ଅପସାରଣରେ ଉପଯୁକ୍ତ ଭାବରେ ସଜାଡିବା ପାଇଁ pci_remove କୁ ଯୋଗ କରାଯାଇଛି

ନୂତନ ଏକକାଂଶ ପାରାମିଟର ମାନଙ୍କ ବିଷୟରେ ଅଧିକ ସୂଚନା ପାଇବା ପାଇଁ, /usr/share/doc/kernel-doc-<kernel version>/Documentation/IPMI.txt କୁ ପଢନ୍ତୁ।

SCSI
  • SCSI ବ୍ଲାକଲିଷ୍ଟକୁ Red Hat Enterprise Linux 4 ରୁ ଏହି ପ୍ରକାଶନକୁ ପୋର୍ଟ କରାଯାଇଛି।

  • aic79xx ଡ୍ରାଇଭର ପାଇଁ PCI ପରିଚୟ ମାନଙ୍କୁ ଯୋଗ କରାଯାଇଛି।

  • aacraid ଡ୍ରାଇଭର: PRIMERGY RX800S2 ଏବଂ RX800S3 କୁ ସମର୍ଥନ କରିବା ପାଇଁ 1.1.5-2437 ସଂସ୍କରଣକୁ ଅଦ୍ଯତନ କରାଯାଇଛି।

  • megaraid_sas ଡ୍ରାଇଭର: 3.10 ସଂସ୍କରଣକୁ ଅଦ୍ଯତନ କରାଯାଇଛି। ଏହି ଅଦ୍ଯତନ bios_param ପାଇଁ ପ୍ରବିଷ୍ଟି ବିନ୍ଦୁ ବ୍ଯାଖ୍ଯା କରିଥାଏ, ଗୋଟିଏ IOCTL ସ୍ମୃତି ବନ୍ଧ ଯୋଗ କରିଥାଏ, ଏବଂ ଅନେକ ଛୋଟ ତୃଟି ସମାଧାନ ଲାଗୁ କରିଥାଏ।

  • Emulex lpfc ଡ୍ରାଇଭର: 8.1.10.9 ସଂସ୍କରଣକୁ ଅଦ୍ଯତନ କରାଯାଇଛି। ଏହି ଅଦ୍ଯତନ ମହତ୍ବପୂର୍ଣ୍ଣ ଭାବରେ ଅନେକ ପରିବର୍ତ୍ତନ ମାନଙ୍କୁ ଲାଗୁ କରିଅଛି:

    • ioctl ପଥ ମାନଙ୍କରେ host_lock ପରିଚାଳନାକୁ ସମାଧାନ କରିଅଛି

    • AMD ଚିପସେଟ ବର୍ତ୍ତମାନ ସ୍ବୟଂଚାଳିତ ଭାବରେ ଖୋଜା ଯାଇଥାଏ, DMA ଲମ୍ବକୁ 1024 ବାଇଟକୁ କମାନ୍ତୁ

    • ଅନୁସନ୍ଧାନ ସକ୍ରିୟ ଥିଲେ ନୋଡ ଗୁଡିକୁ ଆଉ ଏବେ dev_loss_tmo ସମୟରେ ଅପସାରଣ କରାଯାଏ ନାହିଁ

    • ୮ ଗିଗା-ବାଇଟ ସଂଯୋଗ ବେଗ ମାନଙ୍କୁ ବର୍ତ୍ତମାନ ସକ୍ରିୟ କରାଯାଇଛି

  • ନିମ୍ନଲିଖିତ ପରିବର୍ତ୍ତନ ମାନଙ୍କୁ ପ୍ରୟୋଗ କରିବା ପାଇଁ qla4xxx ଡ୍ରାଇଭରକୁ ଅଦ୍ଯତନ କରାଯାଇଛି:

    • IPV6, QLE406x ଏବଂ ioctl ଏକକାଂଶ ମାନଙ୍କ ପାଇଁ ଅତିରିକ୍ତ ସମର୍ଥନ

    • ଗୋଟିଏ mutex_lock ତୃଟିକୁ ସମାଧାନ କରାଯାଇଛି ଯାହାକି ଅନୁସନ୍ଧାନ ଘଟାଇପାରେ

    • ଉଭୟ ଅନ୍ତରାପୃଷ୍ଠ ମଧ୍ଯରୁ ଗୋଟିକୁ ଧାରଣ/କାଢିବାକୁ ପ୍ରଚେଷ୍ଟା କରୁଥିବା ସମୟରେ qla4xxx ଏବଂ qla3xxx ଜନିତ ସନ୍ଧାନ ସମସ୍ଯାକୁ ସମାଧାନ କରାଯାଇଛି

  • mpt fusion ଡ୍ରାଇଭର: 3.04.04 ସଂସ୍କରଣକୁ ଅଦ୍ଯତନ କରାଯାଇଛି। ଏହି ଅଦ୍ଯତନ ମହତ୍ବପୂର୍ଣ୍ଣ ଭାବରେ ଅନେକ ପରିବର୍ତ୍ତନ ମାନଙ୍କୁ ଲାଗୁ କରିଥାଏ:

    • ଅନେକ ତୃଟି ନିୟନ୍ତ୍ରଣ ଦୋଷ ମାନଙ୍କୁ ସମାଧାନ କରାଯାଇଛି

    • mptsas ବର୍ତ୍ତମାନ ଲକ୍ଷ୍ଯ ପୁନଃସ୍ଥାପନକୁ ଅନୁକ୍ରମ ବିଶିଷ୍ଚ କରିଥାଏ

    • mptsas ଏବଂ mptfc ବର୍ତ୍ତମାନ ତାର୍କିକ ଏକକ ସଂଖ୍ଯା ମାନଙ୍କୁ (LUN) ଏବଂ ୨୫୫ ରୁ ଅଧିକ ଲକ୍ଷ୍ଯ ମାନଙ୍କୁ ସମର୍ଥନ କରିଥାଏ।

    • ଗୋଟିଏ LSI mptspi ଡ୍ରାଇଭର ନିକାସକୁ ଠିକ କରାଯାଇଛି ଯାହାକି ମନ୍ଥରତର ଡି.ଭି.ଡି. ଡ୍ରାଇଭର ପ୍ରଦର୍ଶନକୁ ଘଟାଇଛି

    • ଗୋଟିଏ LSI SCSI ଉପକରଣ ଗୋଟିଏ ବ୍ଯସ୍ତ ସ୍ଥିତି ଫେରସ୍ତ କରିଲେ, I/O ଆଉ ପ୍ରଚେଷ୍ଟା କରେନାହିଁ ଅନେକ ପୁନଃପ୍ରଚେଷ୍ଟା ପରେ ବିଫଳ ହୋଇଥାଏ

    • ସ୍ବତଃ-ପୁନଃନିର୍ମାଣ ପରେ RAID ଧାଡି ଗୁଡିକ ଆଉ ଏବେ ଉପଲବ୍ଧ ନାହାଁନ୍ତି

  • arcmsr ଡ୍ରାଇଭର: Areca RAID ନିୟନ୍ତ୍ରଣ ପାଇଁ ସମର୍ଥନ ପ୍ରଦାନ କରିବାକୁ ଅନ୍ତର୍ଭୂକ୍ତ କରାଯାଇଛି।

  • 3w-9xxx ଏକକାଂଶ: 3ware 9650SE କୁ ସଠିକ ଭାବରେ ସମର୍ଥନ କରିବା ପାଇଁ ଅଦ୍ଯତନ କରାଯାଇଛି।

କର୍ଣ୍ଣଲ ସମ୍ବନ୍ଧିତ ଅଦ୍ଯତନ

  • CIFS ଗ୍ରାହକକୁ 1.48aRH ସଂସ୍କରଣକୁ ଅଦ୍ଯତନ କରାଯାଇଛି। ଏହା 1.48a ପ୍ରକାଶନ ଉପରେ ଆଧାରିତ, ପ୍ଯାଚ ସହିତ ଯାହାକି ନିମ୍ନଲିଖିତ ପରିବର୍ତ୍ତନ ମାନଙ୍କୁ ଲାଗୁ କରିଥାଏ:

    • ମାଉଣ୍ଟ ବିକଳ୍ପ sec=none ଗୋଟିଏ ଅଜ୍ଞାତ ମାଉଣ୍ଟର ପରିଣାମ ଦେଇଥାଏ

    • CIFS ବର୍ତ୍ତମାନ umask କୁ ସମ୍ମାନିତ କରିଥାଏ ଯାହାକୁ POSIX ବିସ୍ତାର ପାଇଁ ସକ୍ରିୟ କରାଯାଇଛି

    • sec= ମାଉଣ୍ଟ ବିକଳ୍ପକୁ ସମାଧାନ କରାଯାଇଛି ଯାହାକି ପ୍ଯାକେଟ ହସ୍ତାକ୍ଷରଣକୁ ନିବେଦନ କରିଥାଏ

    ଏହା ମନେ ରଖନ୍ତୁ ଯେ EMC Celerra ଉତ୍ପାଦର ଚାଳକ ମାନଙ୍କ ପାଇଁ (NAS Code 5.5.26.x ଏବଂ ନିମ୍ନତମ), EMC NAS ରେ ସହଭାଗ ମାନଙ୍କୁ ଅଭିଗମ କରିବା ସମୟରେ CIFS ଗ୍ରାହକ ଲଟକିଯାଏ। ଏହି ସମସ୍ଯାକୁ ନିମ୍ନଲିଖିତ କର୍ଣ୍ଣଲ ସନ୍ଦେଶ ମାନଙ୍କ ପାଇଁ ବିଶେଷତା ପ୍ରଦାନ କରାଯାଇଛି:

    kernel:  CIFS VFS: server not responding
    kernel:  CIFS VFS: No response for cmd 162 mid 380
    kernel:  CIFS VFS: RFC1001 size 135 bigger than SMB for Mid=384
    

    CIFS ମାଉଣ୍ଟ ପରେ, ଏଥିରେ ଥିବା ଯେକୌଣସି ଫାଇଲକୁ ପଢିବା/ଲେଖିବା ଅସମ୍ଭବ ଅଟେ ଏବଂ ମାଉଣ୍ଟ ବିନ୍ଦୁରେ ଗୋଟିଏ I/O ପ୍ରଚେଷ୍ଟା କରୁଥିବା ସମସ୍ତ ପ୍ରୟୋଗ ଲଟକିଯିବେ। ଏହି ସମସ୍ଯାକୁ ସମାଧାନ କରିବା ପାଇଁ, NAS Code 5.5.27.5 କିମ୍ବା ପରିବର୍ତ୍ତୀ ସଂସ୍କରଣ (EMC Primus ସ୍ଥିତି ସଂଖ୍ଯା emc165978) କୁ ଉନ୍ନୟନ କରନ୍ତୁ।

  • MODULE_FIRMWARE ସୂଚକ ଗୁଡିକ ବର୍ତ୍ତମାନ ସମର୍ଥିତ ଅଟନ୍ତି।

  • ICH9 ନିୟନ୍ତ୍ରକ ବର୍ତ୍ତମାନ ସମର୍ଥିତ ଅଟେ।

  • Greyhound ସଂସାଧକ ଗୁଡିକ ବର୍ତ୍ତମାନ CPUID କୋଲରେ ସମର୍ଥିତ ଅଟନ୍ତି।

  • Oprofile ବର୍ତ୍ତମାନ ନୂତନ Greyhound ପ୍ରଦର୍ଶନ ଗଣକ ଘଟଣାକୁ ସମର୍ଥନ କରିଥାଏ।

  • ନିର୍ଦ୍ଦେଶିତ DIAG ବର୍ତ୍ତମାନ z/VM ଉପଯୋଗୀତାକୁ ବଢାଇବା ପାଇଁ ସମର୍ଥନ କରାଯାଇଛି।

  • Intel ଆଲେଖୀ ଚିପସେଟ ବର୍ତ୍ତମାନ DRM କର୍ଣ୍ଣଲ ଏକକାଂଶ ଦ୍ବାରା ସମର୍ଥିତ ଅଟେ। ଆହୁରି ମଧ୍ଯ, ପ୍ରତ୍ଯେକ୍ଷ ଚିତ୍ରଣ ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ DRM API କୁ 1.3 ସଂସ୍କରଣକୁ ଉନ୍ନୟନ କରାଯାଇଛି।

  • ACPI ଶକ୍ତି ପରିଚଳନାର ଅଦ୍ଯତନ ଗୁଡିକ S3 ସସପେଣ୍ଡ-ଟୁ-RAM ଏବଂ S4 ନିଲମ୍ବନ ପ୍ରକ୍ରିୟାକୁ ଉନ୍ନତ କରିଅଛି।

ଅନ୍ଯାନ୍ଯ ଅଦ୍ଯତନ

  • gaim ବର୍ତ୍ତମାନ pidgin ଭାବରେ ପରିଚିତ।

  • Intel microcode କୁ 1.17 ସଂସ୍କରଣକୁ ଅଦ୍ଯତନ କରାଯାଇଛି। ଏହା ନୂତନ Intel ସଂସାଧକ ମାନଙ୍କ ପାଇଁ ସମର୍ଥନ ଯୋଗ କରିଅଛି।

  • dm-multipath କୁ ବ୍ଯବହାର କରି EMC Clariion ଭଣ୍ଡାରରେ ଅନ୍ତଃର୍ନିହିତ ଏକ୍ଟିଭ-ଏକ୍ଟିଭ ଫେଲଅଭର ବର୍ତ୍ତମାନ ସମର୍ଥିତ ଅଟେ।

  • ଚିନୀ ଫୋଣ୍ଟ Zysong କୁ ବର୍ତ୍ତମାନ fonts-chinese ପ୍ଯାକେଜର ଗୋଟିଏ ଅଂଶ ଭାବରେ ସ୍ଥାପନ କରାଯାଉ ନାହିଁ। Zysong କୁ ବର୍ତ୍ତମାନ ଅଲଗା fonts-chinese-zysong ଭାବରେ ସ୍ଥାପନ କରାଯାଉଛି। fonts-chinese-zysong ପ୍ଯାକେଜ ଅତିରିକ୍ତ ସି.ଡି. ରେ ଅବସ୍ଥିତ ଅଛି।

    ଏହା ମନେ ରଖନ୍ତୁ ଯେ fonts-chinese-zysong ପ୍ଯାକେଜ ଚିନୀ ରାଷ୍ଟ୍ରୀୟ ମାନକ GB18030 କୁ ସମର୍ଥନ କରିବା ପାଇଁ ଆବଶ୍ଯକୀୟ।

  • ଚ୍ଯାଲେଞ୍ଜ ହେଣ୍ଡସେକ ଅଥେଣ୍ଟିକେସନ ପ୍ରୋଟୋକଲ (CHAP) ଚାଳକ ନାମ ଏବଂ ପ୍ରବେଶ ସଙ୍କେତ ପ୍ରତ୍ଯେକର ସର୍ବାଧିକ ଅକ୍ଷର ସୀମା ୨୫୬ ଅଟେ।

  • pump କୁ ଏହି ଅଦ୍ଯତନରେ ନାପସନ୍ଦ କରଯାଇଛି। ତେଣୁ, ଆପଣଙ୍କ ନେଟୱାର୍କ ଅନ୍ତରାପୃଷ୍ଠକୁ netconfig ଦ୍ବାରା ବିନ୍ଯାସ କରିବା ଦ୍ବାରା ଏହା ifcfg ସ୍କ୍ରିପ୍ଟକୁ ଭୂଲ ଭାବରେ ସମ୍ପାଦନ କରିପାରେ।

    ଆପଣଙ୍କ ନେଟୱାର୍କ ଅନ୍ତରାପୃଷ୍ଠକୁ ସଠିକ ଭାବରେ ବିନ୍ଯାସ କରିବା ପାଇଁ, system-config-network କୁ ଏହା ପରିବର୍ତ୍ତେ ବ୍ଯବହାର କରନ୍ତୁ। ଅଦ୍ଯତିତ system-config-network ପ୍ଯାକେଜକୁ ସ୍ଥାପନ କରିବା ଦ୍ବାରା ତାହା netconfig କୁ ଅପସାରଣ କରିଥାଏ।

  • rpm --aid କୁ ଆଉ ଏବେ ସମର୍ଥନ କରାଯାଉ ନାହିଁ। ପ୍ଯାକେଜ ମାନଙ୍କୁ ଅଦ୍ଯତନ ଏବଂ ସ୍ଥାପନ କରିବା ସମୟରେ yum ବ୍ଯବହାର କରିବା ପାଇଁ ଆପଣଙ୍କୁ ପରାମର୍ଶ କରାଯାଏ।

ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ

ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ବିଶେଷ ଗୁଣ ଗୁଡିକ Red Hat Enterprise Linux 5.1ସଦସ୍ଯତା ସେବା ଅଧୀନରେ ବର୍ତ୍ତମାନ ସମର୍ଥିତ ନୁହଁନ୍ତି, ଏଗୁଡିକ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ଯ କରି ନ ପାରନ୍ତି, ଏବଂ ସାଧାରଣତଃ ଉତ୍ପାଦନର ବ୍ଯବହାର ପାଇଁ ପ୍ରଯୁଜ୍ଯ ନୁହଁନ୍ତି। ତଥାପି, ଏହି ଗୁଣ ଗୁଡିକୁ ଗ୍ରାହକ ମାନଙ୍କର ସୁବିଧା ପାଇଁ ଅନ୍ତର୍ଭୂକ୍ତ କରାଯାଇଛି ଏବଂ ଗୁଣ ଗୁଡିକୁ ବିସ୍ତୃତ ବିବରଣୀ ସହିତ ପ୍ରଦାନ କରାଯାଇଛି।

ଗ୍ରାହକ ମାନେ ଏହି ଗୁଣ ମାନଙ୍କୁ ଗୋଟିଏ ଉତ୍ପାଦନ ବିହୀନ ପରିବେଶରେ ଉପଯୋଗୀ ପାଇପାରନ୍ତି। ପୂର୍ଣ୍ଣ ସମର୍ଥିତ ହେବା ପୂର୍ବରୁ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ପାଇଁ ମଧ୍ଯ ଗ୍ରାହକ ମାନେ ନିଜର ପ୍ରତିକ୍ରିୟା ଏବଂ କାର୍ଯ୍ଯତ୍ମକତା ପ୍ରସ୍ତାବ ପ୍ରଦାନ କରିପାରିବେ। ଅଧିକ ଗୁରୁତର ସୁରକ୍ଷା ସମସ୍ଯା ମାନଙ୍କ ପାଇଁ ଇରେଟା ପ୍ରଦାନ କରାଯିବ।

ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ବିଶେଷ ଗୁଣର ବିକାଶ ସମୟରେ, ସର୍ବସାଧରଣ ମାନଙ୍କ ଉଦ୍ଦେଶ୍ଯରେ ଅତିରିକ୍ତ ଉପାଦାନ ପରୀକ୍ଷଣ ପାଇଁ ଉପଲବ୍ଧ ହେଇପାରେ। ଭବିଷ୍ଯତ ସଂସ୍କରଣରେ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଗୁଣ ମାନଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା Red Hat ର ଲକ୍ଷ୍ଯ ଅଟେ।

ଅବସ୍ଥା ବିହୀନ Linux

ଅବସ୍ଥା ବିହୀନ Linux ଗୋଟିଏ ତନ୍ତ୍ରର ଚାଳନ ଏବଂ ପରିଚାଳନ ପାଇଁ ଏକ ନୂତନ ପ୍ରକାର ଚିନ୍ତନ, ସାଧାରଣ ଭାବରେ ଉଦ୍ଦିଷ୍ଟ ଏବଂ ପରିଚାଳିତ ବହୁଳ ସଂଖ୍ଯକ ତନ୍ତ୍ରର ସମ୍ମିଳନରେ ଏହାକୁ ପ୍ରସ୍ତୁତ କରାଯାଇଛି ଯେପରିକି ଏହାକୁ ସହଜରେ ବଦଳାଇ ହେବ। ଏହାକୁ ପ୍ରାରମ୍ଭିକ ସ୍ତରରେ ଉପସ୍ଥିତ ତନ୍ତ୍ରର ପ୍ରତିଛବିକୁ ସ୍ଥାପନ କରି ସମ୍ପନ୍ନ କରାଯାଇଛି ଯାହାକି ଏକାଧିକ ଅବସ୍ଥା ବିହୀନ ତନ୍ତ୍ର ଦ୍ବାରା ପରିଚାଳିତ ଏବଂ ଅନୁକୃତ। ଏହା କେବଳ ପାଠ୍ଯ ଧାରାରେ ପ୍ରଚାଳନ ତନ୍ତ୍ରକୁ ଚଳାଉଛି (ଅଧିକ ସୂଚନା ଜାଣିବା ପାଇଁ ଦୟାକରି /etc/sysconfig/readonly-root କୁ ପଢନ୍ତୁ)।

ଏହାର ପ୍ରଚଳିତ ବିକାଶ ଅବସ୍ଥାରେ, ଅବସ୍ଥା ବିହୀନ ଗୁଣ ଗୁଡିକ ଉଦ୍ଦେଶ୍ଯ ମୂଳକ ଲକ୍ଷ୍ଯର ଉପସେଟ ଅଟନ୍ତି। ଉଦାହରଣ ସ୍ବରୂପ, ଦକ୍ଷତାକୁ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଅବସ୍ଥା ରୂପରେ ସୂଚୀତ କରାଯାଇଛି।

ତଳେ Red Hat Enterprise Linux 5 ରେ ଅନ୍ତର୍ଭୂକ୍ତ ହେଇଥିବା ପ୍ରାରମ୍ଭିକ ଦକ୍ଷତାର ଗୋଟିଏ ତାଲିକା ଦିଆଯାଇଛି:

  • ଗୋଟିଏ ଅବସ୍ଥା ବିହୀନ ପ୍ରତିଛବିକୁ NFS ଉପରେ ଚଳାଇ ପାରିବ

  • ଗୋଟିଏ ଅବସ୍ଥା ବିହୀନ ପ୍ରତିଛବିକୁ ଲୁପ-ବ୍ଯାକ ମଧ୍ଯଦେଇ NFS ଉପରେ ଚଳାଇ ପାରିବ

  • iSCSI ରେ ଚଳାଇ ପାରିବ

ଏହା ବିଶେଷ ଭାବରେ ପରାମର୍ଶିତ ଯେ, ଯେଉଁମାନେ ଅବସ୍ଥା ବିହୀନ ସଙ୍କେତକୁ ପରୀକ୍ଷଣ କରିବାକୁ ଇଚ୍ଛୁକ, ସେମାନେ HOWTO କୁ ଏଠାରେ http://fedoraproject.org/wiki/StatelessLinuxHOWTO ପଢନ୍ତୁ ଏବଂ ଏହି ସମୂହରେ stateless-list@redhat.com ନିଜକୁ ପଞ୍ଜୀକୃତ କରନ୍ତୁ।

ଅବସ୍ଥାବିହୀନ Linux ପାଇଁ ଅବସଂରଚନା ଅଂଶ ମାନଙ୍କୁ ସକ୍ରିୟଣକୁ ମୂଳ ରୂପରେ Red Hat Enterprise Linux 5 ରେ ପରିଚିତ କରାଯାଇଥିଲା।

AIGLX

AIGLX ପୂର୍ଣ୍ଣ ସମର୍ଥିତ X ସେବକର ଗୋଟିଏ ପ୍ରଯୁକ୍ତଜ୍ଞାନ ପୂର୍ବାବଲୋକନ ଗୁଣ ଅଟେ। ଗୋଟିଏ ସାଧାରଣ ଡେସ୍କଟପରେ GL-ତ୍ବରିତ ପ୍ରଭାବ ମାନଙ୍କୁ ସକ୍ରିୟ କରିବା ପାଇଁ ଏହା ଲକ୍ଷ୍ଯ କରିଅଛି। ଏହି ଯୋଜନାଟି ନିମ୍ନଲିଖିତ ଉପାଦାନ ମାନଙ୍କୁ ଧାରଣ କରିଅଛି:

  • ସରଳତାର ସହିତ ରୂପାନ୍ତରିତ ଗୋଟିଏ X ସେବକ

  • ଗୋଟିଏ ଅଦ୍ଯତିତ ମେସା ପ୍ଯାକେଜ ଯାହାକି ନୂତନ ପ୍ରଟୋକଲ ସହାୟତା ଯୋଗ କରିଥାଏ

ଏହି ଉପାଦାନ ମାନଙ୍କୁ ସ୍ଥାପନ କରି, ଅତି କମ ପରିବର୍ତ୍ତନ ମାନଙ୍କ ସହିତ ଆପଣ ଆପଣଙ୍କ ଡେସ୍କଟପରେ GL-ତ୍ବରିତ ପ୍ରଭାବ ପାଇପାରିବେ, ଆହୁରି ମଧ୍ଯ ଆପଣଙ୍କ X ସେବକକୁ ନ ବଦଳାଇ ଇଚ୍ଛାନୁସାରେ ସେମାନଙ୍କୁ ସକ୍ରିୟ ଏବଂ ନିଷ୍କ୍ରିୟ କରିବାର ଦକ୍ଷତା ହାସଲ କରିପାରିବେ। ହାର୍ଡୱେର GLX ତ୍ବରଣର ସୁବିଧା ପାଇବା ପାଇଁ AIGLX ଦୂର GLX ପ୍ରୟୋଗ ମାନଙ୍କୁ ମଧ୍ଯ ସକ୍ରିୟ କରିଥାଏ।

devicescape (d80211)

devicescape ଥାକ iwlwifi 4965GN ବେତାର ଡ୍ରାଇଭରକୁ ସମର୍ଥନ କରିଥାଏ। ଏହି ଥାକ ଯେକୌଣସି Wi-Fi ନେଟୱାର୍କ ସହିତ ସଂଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ ବେତାର ଉପକରଣ ମାନଙ୍କୁ ଅନୁମତି ପ୍ରଦାନ କରିଥାଏ।

ଏହି ଥାକର ଗୋଟିଏ ସଙ୍କେତ ଆଧାର ଅଛି ଯାହାକି ଅପଷ୍ଟ୍ରିମ ଦ୍ବାରା ସ୍ବୀକୃତ ହେବା ବାକି ଅଛି। ଆହୁରି ମଧ୍ଯ, ଏହି ଥାକର ସ୍ଥାୟିତ୍ବକୁ ନିର୍ଣୟାତ୍ମକ ଭାବରେ ପରୀକ୍ଷଣ କରିବା ଏବେ ମଧ୍ଯ ବାକି ଅଛି। ତେଣୁ, ଏହି ଥାକକୁ ଏହି ପ୍ରକାଶନରେ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ଅନ୍ତର୍ଭୂକ୍ତ କରାଯାଇଛି।

FS-Cache

ଦୂର ଫାଇଲତନ୍ତ୍ର ପାଇଁ FS-Cache ଗୋଟିଏ ସ୍ଥାନୀୟ ସ୍ବଳ୍ପ ସଞ୍ଚୟ ସୁବିଧା ଅଟେ; ଗୋଟିଏ ସ୍ଥାନୀୟ ଆରୋହିତ ଡିସ୍କରେ NFS ତଥ୍ଯକୁ ସଞ୍ଚୟ କରିବା ପାଇଁ ଏହା ଚାଳକକୁ ଅନୁମତି ପ୍ରଦାନ କରିଥାଏ। FS-Cache ସୁବିଧାକୁ ବ୍ଯବସ୍ଥାପନ କରିବା ପାଇଁ, cachefilesd RPM କୁ ସ୍ଥାପନ କରନ୍ତୁ ଏବଂ /usr/share/doc/cachefilesd-<version>/README ରେ ଥିବା ଅନୁଦେଶକୁ ପଢନ୍ତୁ।

<version> କୁ ସ୍ଥାପିତ cachefilesd ପ୍ଯାକେଜର ଆପେକ୍ଷିକ ସଂସ୍କରଣ ସହିତ ବଦଳାନ୍ତୁ।

Systemtap

ଚଳନ୍ତି Linux ତନ୍ତ୍ର ବିଷୟରେ ତଥ୍ଯ ସଂଗ୍ରହ ପ୍ରକ୍ରିୟାକୁ ସରଳ କରିବା ପାଇଁ Systemtap ମୁକ୍ତ ସଫ୍ଟୱେର (GPL) ସୁସଂଗଠିତ ଭିତ୍ତି ପ୍ରଦାନ କରିଥାଏ। ଏହା ଗୋଟିଏ ପ୍ରଦର୍ଶନ କିମ୍ବା କାର୍ଯ୍ଯତ୍ମକତା ଜନିତ ସମସ୍ଯାର କାରଣ ନିରୂପଣ କରିଥାଏ। systemtap ର ସହାୟତା ଯୋଗୁଁ, ବିକାଶକାରୀ ମାନଙ୍କୁ ଏବେ ତଥ୍ଯ ସଂଗ୍ରହ କରିବା ପାଇଁ ବିରକ୍ତିକର ଏବଂ ବିଦାରଣଶୀଳ ଯନ୍ତ୍ରପାତି, ପୁନଃସଙ୍କଳନ, ସ୍ଥାପନ, ଏବଂ ପୁନର୍ଚାଳନ ପର୍ଯ୍ଯାୟ ଦେଇ ଗତି କରିବା ପାଇଁ ପଡିବ ନାହିଁ।

iSCSI ଲକ୍ଷ୍ଯ

Linux ଲକ୍ଷ୍ଯ (tgt) ଢାଞ୍ଚା ଗୋଟିଏ ତନ୍ତ୍ରକୁ ଗୋଟିଏ SCSI ପ୍ରାରମ୍ଭକ ଥିବା ଅନ୍ଯ ତନ୍ତ୍ର ପାଇଁ ଖଣ୍ଡ-ସ୍ତରୀୟ SCSI ସଂରକ୍ଷଣ କରିବାର ସେବା ଦେବାକୁ ଅନୁମତି ପ୍ରଦାନ କରିଥାଏ। ଏହି କ୍ଷମତାକୁ ପ୍ରାରମ୍ଭିକ ରୂପରେ ଯେ କୌଣସି iSCSI ପ୍ରାରମ୍ଭକ ପାଇଁ ନେଟୱାର୍କ ଦେଇ ସଂରକ୍ଷଣ ପ୍ରଦାନ କରିବା ସହିତ ଗୋଟିଏ Linux iSCSI ଲକ୍ଷ୍ଯ ଭାବରେ ପରିନିୟୋଜନ କରାଯାଇଛି।

iSCSI ଲକ୍ଷ୍ଯକୁ ବ୍ଯବସ୍ଥାପନ କରିବା ପାଇଁ, scsi-target-utils RPM କୁ ସ୍ଥାପନ କରନ୍ତୁ ଏବଂ ଏଠାରେ ଅନୁଦେଶକୁ ପଢନ୍ତୁ:

  • /usr/share/doc/scsi-target-utils-<version>/README

  • /usr/share/doc/scsi-target-utils-<version>/README.iscsi

<version> କୁ ସ୍ଥାପିତ ପ୍ଯାକେଜର ଆପେକ୍ଷିକ ସଂସ୍କରଣ ସହିତ ବଦଳାନ୍ତୁ।

ଅଧିକ ସୂଚନା ପାଇଁ, man tgtadm କୁ ପଢନ୍ତୁ।

ଫାୟାରୱେର

firewire-sbp2 ଏକକାଂଶକୁ ଏହି ଅଦ୍ଯତନରେ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଏକକାଂଶ ଫାୟାରୱେର ଭଣ୍ଡାର ଉପକରଣ ଏବଂ କ୍ରମବୀକ୍ଷକ ସହିତ ସଂଯୋଜକତା ସକ୍ରିୟ କରିଥାଏ।

ବର୍ତ୍ତମାନ, FireWire ନିମ୍ନଲିଖିତ ସେବାକୁ ସମର୍ଥନ କରେନାହିଁ:

  • IPv4

  • pcilynx ଆଧାର ନିୟନ୍ତ୍ରକ

  • ବହୁଳ-LUN ଭଣ୍ଡାର ଉପକରଣ

  • ଭଣ୍ଡାର ଉପକରଣକୁ ଅସ୍ପଷ୍ଟ ଅଭିଗମ

ଏହା ସହିତ, ନିମ୍ନଲିଖିତ ସମସ୍ଯା ଗୁଡିକ ଫାୟାରୱେରର ଏହି ସଂସ୍କରଣରେ ତଥାପି ରହିଛି:

  • SBP2 ଡ୍ରାଇଭରରେ ଗୋଟିଏ ସ୍ମୃତି ହାନୀ ମେସିନ ଉତ୍ତର ନ ଦେବାର କାରଣ ହୋଇପାରେ।

  • ବିଗ-ଇଣ୍ଡିୟାନ ମେସିନରେ ଏହି ସଂସ୍କରଣରେ ଥିବା ଗୋଟିଏ ସଙ୍କେତ ସଠିକ ଭାବରେ କାର୍ଯ୍ଯ କରି ନ ଥାଏ। ଏହା PowerPC ରେ ଅପ୍ରତ୍ଯାଶିତ ବ୍ଯବହାର ସୃଷ୍ଟି କରିପାରେ।

ସମାଧାନ କରାଯାଇଥିବା ସମସ୍ଯା ଗୁଡିକ

  • SATA-ସନ୍ନିହିତ ତନ୍ତ୍ରକୁ ବୁଟ ସମୟରେ ଅଟକାଉଥିବା ଏବଂ ପୁନର୍ଚାଳନ କରିବା ପୂର୍ବରୁ ଗୋଟିଏ ତୃଟି ପ୍ରଦର୍ଶନ କରୁଥିବା ଦୋଷକୁ ବର୍ତ୍ତମାନ ସମାଧାନ କରି ଦିଆଯାଇଛି।

  • ମଲ୍ଟିବୁଟ ତନ୍ତ୍ରରେ, parted ବର୍ତ୍ତମାନ ପ୍ରଥମ ମୌଳିକ ବିଭାଜନର ପ୍ରାରମ୍ଭିକ ଖଣ୍ଡକୁ ସଂରକ୍ଷିତ କରିଥାଏ ଯେଉଁଠାରେ Windows Vista™ କୁ ସ୍ଥାପନ କରାଯାଇଛି। ତେଣୁ, ଉଭୟ Red Hat Enterprise Linux 5.1 ଏବଂ Windows Vista™ ସହିତ ମଲ୍ଟିବୁଟ ତନ୍ତ୍ରକୁ ବ୍ଯବସ୍ଥାପିତ କରିବା ସମୟରେ, ପଶ୍ଚାତ ତନ୍ତ୍ରକୁ ଆଉ ବୁଟବିହୀନଯୋଗ୍ଯ ଭାବରେ ଚିତ୍ରଣ କରାଯାଉ ନାହିଁ।

  • rmmod xennet ଆଉ domU କୁ ଅକାମି କରୁନାହିଁ।

  • node 0 ରେ ବିନ୍ଯାସ କରାଯାଇ ନ ଥିବା ସ୍ମୃତି ବିଶିଷ୍ଟ 4-socket AMD Sun Blade X8400 ସେବକ ଏକକାଂଶ ତନ୍ତ୍ର ଗୁଡିକ ବୁଟ ସମୟରେ ଆଉ ଖରାପ ହେବେ ନାହିଁ।

  • conga ଏବଂ luci କୁ ବର୍ତ୍ତମାନ ଫେଲଅଭର ପରିସର ମାନଙ୍କୁ ସୃଷ୍ଟି ଏବଂ ବିନ୍ଯାସ କରିବା ପାଇଁ ବ୍ଯବହାର କରିହେବ।

  • ଏକତ୍ରିକରଣ ଭଣ୍ଡାର ସମୂହକୁ yum ଦ୍ବାରା ସ୍ଥାପନ କରିବା ସମୟରେ, ଆଦାନ ପ୍ରଦାନ ଆଉ ବିଫଳ ହୁଏନାହିଁ।

  • ସ୍ଥାପନ ସମୟରେ, ଭୂଲ SELinux ପ୍ରସଙ୍ଗକୁ ବର୍ତ୍ତମାନ /var/log/faillog ଏବଂ /var/log/tallylog ରେ ନ୍ଯସ୍ତ କରାଯାଏ ନାହିଁ।

  • ପୃଥକ ସ୍ଥାପନ ମାଧ୍ଯମ (ଉଦାହରଣ ସ୍ବରୂପ, ସି.ଡି. କିମ୍ବା NFSISO) କୁ ବ୍ଯବହାର କରି Red Hat Enterprise Linux 5.1 କୁ ସ୍ଥାପନ କରିବା ସମୟରେ, amanda-server ର ସ୍ଥାପନ ଆଉ ତୃଟି ଘଟାଏ ନାହିଁ।

  • EDAC ବର୍ତ୍ତମାନ ନବୀନତମ k8 ସଂସାଧକ ମାନଙ୍କରେ ସଠିକ ପରିମାଣର ସ୍ମୃତି ବିବରଣୀ ପ୍ରଦାନ କରିଥାଏ।

  • ଦୂରରୁ gdm ଦ୍ବାରା ନୋମ ଡେସ୍କଟପକୁ ଲଗଇନ କରିବା ଦ୍ବାରା ଆଉ ଏବେ ଲଗଇନ ପରଦା ଲଟକୁ ନାହିଁ।

  • ଏକାଧିକ ଆରୋହଣ (ମଲ୍ଟି-ମାଉଣ୍ଟ) ପ୍ରକ୍ରିୟାକୁ ସଠିକ ଭାବରେ କାର୍ଯ୍ଯ କରିବାରୁ ଅଟକାଉଥିବା autofs ର ଗୋଟିଏ ତୃଟିକୁ ସମାଧାନ କରିଦିଆଯାଇଛି।

  • tvtime ଏବଂ xawtv ନିର୍ଦ୍ଦେଶକୁ bttv କର୍ଣ୍ଣଲ ଏକକାଂଶ ସହିତ ଚଳାଇଲେ ଏହା ତନ୍ତ୍ରକୁ ଆଉ ଅଟକାଏ ନାହିଁ।

  • utrace ପାଇଁ ଅନେକ ପ୍ଯାଚ ଗୁଡିକ ନିମ୍ନଲିଖିତ ସମାଧାନ ମାନଙ୍କୁ ଲାଗୁ କରିଅଛି:

    • ptrace କୁ ବ୍ଯବହାର କରିବା ସମୟରେ ରେସ ସ୍ଥିତିରେ ତନ୍ତ୍ରକୁ ଅକାମି କରୁଥିବା ଗୋଟିଏ ତୃଟିକୁ ସମାଧାନ କରାଯାଇଛି

    • ଗୋଟିଏ ପ୍ରତିଗମନକୁ ସମାଧାନ କରାଯାଇଛି ଯାହାକି କିଛି PTRACE_PEEKUSR ଡାକରାରେ ତୃଟିପୂର୍ଣ୍ଣ EIO ଫେରସ୍ତ କରୁଥିଲା।

    • ଗୋଟିଏ ପ୍ରତିଗମନକୁ ସମାଧାନ କରାଯାଇଛି ଯାହାକି କିଛି ପରିସ୍ଥିତିରେ ଗୋଟିଏ ନିର୍ଭରକ ପ୍ରସ୍ଥାନ କଲେ କିଛି wait4 ଡାକରାକୁ ଅବରୋଧ କରିଥାଏ

    • ଗୋଟିଏ ପ୍ରତିଗମନକୁ ସମାଧାନ କରାଯାଇଛି ଯାହାକି ବେଳେବେଳେ ଗୋଟିଏ ସମାପ୍ତି ପ୍ରକ୍ରିୟାରୁ SIGKILL କୁ ଅବରୋଧ କରିଥାଏ। କିଛି ପରିସ୍ଥିତିରେ ଗୋଟିଏ ପ୍ରକ୍ରିୟାରେ ptrace ନିଷ୍ପାଦନ କରାଯାଇଥିଲେ ଏହା ଘଟିଥାଏ।

  • ସତର୍କ ସଙ୍କେତକୁ ଏବଂ ସାମୟିକ RTC ହସ୍ତକ୍ଷେପ ମାନଙ୍କୁ ସଠିକ ଭାବରେ ଚାଲିବାରୁ ପ୍ରତିରୋଧ କରିଥିବା ଗୋଟିଏ ବାସ୍ତବିକ ସମୟ ଘଡି (RTC) ତୃଟିକୁ ବର୍ତ୍ତମାନ ସମାଧାନ କରାଯାଇଛି।

ଜ୍ଞାତ ସମସ୍ଯା

  • ପ୍ରଥମ ଥର ଆନାକୋଣ୍ଡାରେ ପ୍ରକାଶନ ଟିପ୍ପଣୀ ବଟନକୁ ଦବାଇଲେ, ଏହା କିଛି ସମୟ ନେଇଥାଏ କାରଣ ୱିଣ୍ଡୋ ପ୍ରକାଶନ ଟିପ୍ପଣୀକୁ ଚିତ୍ରଣ କରୁଥାଏ। ଏହି ବିଳମ୍ବତା ସମୟରେ, ୱିଣ୍ଡୋରେ ଗୋଟିଏ ଖାଲି ତାଲିକା ଦେଖାଦେବା ପରି ଜଣାପଡେ। ଚିତ୍ରଣ ସାଧାରଣତଃ ଶୀଘ୍ର ସମାପ୍ତ ହୋଇଯାଏ, ତେଣୁ ଅଧିକାଂଶ ଚାଳକ ଏହାକୁ ଦେଖି ନ ପାରନ୍ତି।

    ଏହି ବିଳମ୍ବତା ସାଧାରଣତଃ ଏହି କାରଣରୁ ହୋଇଥାଏ ଯେ ପ୍ଯାକେଜ ସ୍ଥାପନ ପ୍ରକ୍ରିୟା ସ୍ଥାପନ ପର୍ଯ୍ଯାୟର ସବୁଠାକୁ ଅଧିକ CPU ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଟେ।

  • NVIDIA ଆଲେଖୀ କାର୍ଡ ବ୍ଯବହାର କରୁଥିବା କିଛି ମେସିନ ଗୋଟିଏ ଆଲେଖୀକ ଲଗଇନ ବ୍ଯବହାର କରିବା ସମୟରେ ବିକୃତ ଆଲେଖୀ କିମ୍ବା ଅକ୍ଷର ରୂପ ପ୍ରଦର୍ଶନ କରିପାରନ୍ତି। ଏହାକୁ ସମାଧାନ କରିବା ପାଇଁ, ଗୋଟିଏ ଆଲେଖୀକ କୋନଶୋଲକୁ ସୁଇଚ କରନ୍ତୁ ଏବଂ ତାପରେ ପୁନର୍ବାର ସ୍ବାଭାବିକ X ଆଧାରକୁ ପ୍ରତ୍ଯାବର୍ତ୍ତନ କରନ୍ତୁ।

  • ଆଧାର ବସ ଏଡେପ୍ଟର ଯାହାକି MegaRAID ଡ୍ରାଇଭରକୁ ବ୍ଯବହାର କରିଥାଏ, ତାହାକୁ "I2O" ପରିବର୍ତ୍ତେ "ବହୁଳ ଭଣ୍ଡାର" ଯନ୍ତ୍ରାନୁକରଣ ଧାରାରେ ଚଳାଇବା ପାଇଁ ବିନ୍ଯାସ କରିବା ଉଚିତ। ଏପରି କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପ ମାନଙ୍କୁ ଅନୁସରଣ କରନ୍ତୁ:

    1. MegaRAID BIOS ବ୍ଯବସ୍ଥାପନ ଉପଯୋଗୀତାକୁ ଭରଣ କରନ୍ତୁ।

    2. ଏଡେପ୍ଟର ବିନ୍ଯାସ ତାଲିକାକୁ ଭରଣ କରନ୍ତୁ।

    3. ଅନ୍ଯାନ୍ଯ ଏଡେପ୍ଟର ଅଧୀନରେ, ଯନ୍ତ୍ରାନୁକରଣ ଧାରାକୁ ଚୟନ କରନ୍ତୁ ଏବଂ ଏହାକୁ ବହୁସଂଖ୍ଯକ ଭଣ୍ଡାର ସହିତ ବିନ୍ଯାସ କରନ୍ତୁ।

    ଯଦି ଏଡେପ୍ଟରକୁ ଭୂଲବଶତଃ "I2O" ଯନ୍ତ୍ରାନୁକରଣ ଧାରାରେ ବିନ୍ଯାସ କରାଯାଇଛି, ତାହାହେଲେ ତନ୍ତ୍ରଟି i2o ଡ୍ରାଇଭରକୁ ଧାରଣ କରିବା ପାଇଁ ପ୍ରଚେଷ୍ଟା କରିବ। ଏହା ବିଫଳ ହେବ, ଏବଂ ଠିକ ଡ୍ରାଇଭରକୁ ଲୋଡ କରିବାରୁ ଅଟକାଇବ।

    ପୂର୍ବ Red Hat Enterprise Linux ପ୍ରକାଶନ ସାଧାରଣତଃ MegaRAID ଡ୍ରାଇଭର ପୂର୍ବରୁ I20 ଡ୍ରାଇଭରକୁ ଧାରଣ କରିବା ପାଇଁ ପ୍ରଚେଷ୍ଟା କରି ନ ଥାଏ। ଏହା ଉପରେ ଦୃଷ୍ଟିପାତ ନ କରି, Linux ବ୍ଯବହାର କରୁଥିବା ସମୟରେ ହାର୍ଡୱେରକୁ ସର୍ବଦା "ବହୁଳ ଭଣ୍ଡାର" ଯନ୍ତ୍ରାନୁକରଣ ଧାରାରେ ବିନ୍ଯାସ କରାଯିବା ଉଚିତ।

  • Cisco Aironet MPI-350 ବେତାର କାର୍ଡ ଥିବା ଲାପଟପ ଗୁଡିକ ତାର ସଂଯୋଜିତ ଇଥରନେଟ ସଂଯୋଗିକୀ ବ୍ଯବହାର କରି ଯେ କୌଣସି ନେଟୱାର୍କ ଆଧାରିତ ସ୍ଥାପନ ସମୟରେ ଗୋଟିଏ DHCP ଠିକଣା ପାଇବାକୁ ପ୍ରଚେଷ୍ଟା କରୁଥିବା ସମୟରେ ଅଟକି ଯାଇପାରନ୍ତି।

    ଏହାକୁ ସମାଧାନ କରିବା ପାଇଁ, ଆପଣଙ୍କ ସ୍ଥାପନ ପାଇଁ ସ୍ଥାନୀୟ ମାଧ୍ଯମକୁ ବ୍ଯବହାର କରନ୍ତୁ। ପର୍ଯ୍ଯାୟକ୍ରମିକ ଭାବରେ, ସ୍ଥାପନ ପୂର୍ବରୁ ଲାପଟପର BIOS ରେ ଆପଣ ବେତାର କାର୍ଡକୁ ନିଷ୍କ୍ରିୟ କରିପାରିବେ (ସ୍ଥାପନ ସମାପ୍ତ ହେବା ପରେ ଆପଣ ବେତାର କାର୍ଡକୁ ପୁନଃ ସକ୍ରିୟ କରିପାରିବେ)।

  • ବର୍ତ୍ତମାନ, system-config-kickstart ପ୍ଯାକେଜ ଚୟନ କିମ୍ବା ବିଚୟନ ବିକଳ୍ପକୁ ସମର୍ଥନ କରୁ ନାହିଁ। system-config-kickstart ବ୍ଯବହାର କରିବା ସମୟରେ, ପ୍ଯାକେଜ ଚୟନ ବିକଳ୍ପ ଏହା ନିଷ୍କ୍ରିୟ ଅଛି ବୋଲି ସୂଚାଇଥାଏ। କାରଣ system-config-kickstart ସାମୂହିକ ସୂଚନା ସଂଗ୍ରହ କରିବା ପାଇଁ yum ବ୍ଯବହାର କରିଥାଏ, କିନ୍ତୁ Red Hat Network ସହିତ ସଂଯୋଗ କରିବା ପାଇଁ yum କୁ ବିନ୍ଯାସ କରିବାରେ ଅସମର୍ଥ ଅଟେ।

    ବର୍ତ୍ତମାନ, ଆପଣ ଆପଣଙ୍କ କିକ-ଷ୍ଟାର୍ଟ ଫାଇଲ ମାନଙ୍କରେ ହସ୍ତକୃତ ଭାବରେ ପ୍ଯାକେଜ ବିଭାଗ ମାନଙ୍କୁ ଅଦ୍ଯତନ କରିବା ଉଚିତ। ଗୋଟିଏ କିକ-ଷ୍ଟାର୍ଟ ଫାଇଲକୁ ଖୋଲିବା ପାଇଁ system-config-kickstart ପ୍ରୟୋଗ କରିବା ସମୟରେ, ଏହା ସମସ୍ତ ପ୍ଯାକେଜ ସୂଚନାକୁ ଏଠାରେ ସଂଗ୍ରହ କରିବ ଏବଂ ଏହାକୁ ଆପଣ ସଂରକ୍ଷଣ କରିବା ସମୟରେ ସେହି ସ୍ଥାନରେ ଲେଖିଦେବ।

  • Red Hat Enterprise Linux 5 ର ଏହି ସଂସ୍କରଣରେ /var/log/boot.log କୁ ଲଗ କରୁଥିବା ବୁଟ ସମୟ ଅନୁପଲବ୍ଧ। ଭବିଷ୍ଯତ ଅଦ୍ଯତନରେ ଗୋଟିଏ ଅନୁରୂପ କାର୍ଯ୍ଯତ୍ମକତା ଯୋଗ କରାଯିବ।

  • Red Hat Enterprise Linux 4 ରୁ Red Hat Enterprise Linux 5 କୁ ଉନ୍ନୟନ କରିବା ସମୟରେ, ପରିନିୟୋଜନ ଗାଇଡଟି ସ୍ବତଃ ପ୍ରାରମ୍ଭ ହୋଇଥାଏ। ଉନ୍ନୟନ ସମାପ୍ତ ହେବା ପରେ ହସ୍ତକୃତ ଭାବରେ ଏହାକୁ ସ୍ଥାପନ କରିବା ପାଇଁ ଆପଣ pirut କୁ ବ୍ଯବହାର କରିବା ଉଚିତ।

  • ଯଦି X ଚାଲୁଅଛି ଏବଂ vesa ବ୍ଯତୀଥ ଅନ୍ଯ ଗୋଟିଏ ଡ୍ରାଇଭର ବ୍ଯବହାର କରୁଅଛି, ତାହାହେଲେ ତନ୍ତ୍ରଟି ସଫଳତାର ସହିତ ଗୋଟିଏ kexec/kdump କର୍ଣ୍ଣଲ ସହିତ ପୁନର୍ଚାଳିତ ହୋଇପାରିବ ନାହିଁ। ଏହି ସମସ୍ଯା କେବଳ ATI Rage XL ଆଲେଖୀକ ଚିପ-ସେଟରେ ଦେଖା ଯାଇଥାଏ।

    ଯଦି X ଗୋଟିଏ ATI Rage XL ଦ୍ବାରା ସୁସଜ୍ଜିତ ତନ୍ତ୍ରରେ ଚାଲୁଅଛି, ତାହାହେଲେ ଗୋଟିଏ kexec/kdump କର୍ଣ୍ଣଲ ସହିତ ପୁନର୍ଚାଳନ କରିବା ପାଇଁ ଏହା vesa ଡ୍ରାଇଭର ବ୍ଯବହାର କରୁଅଛି ବୋଲି ନିଶ୍ଚିତ କରନ୍ତୁ।

  • HP ତନ୍ତ୍ରର xw9300 ଏବଂ xw9400 ନମୁନାରେ ଆଭାସୀକରଣ ଗୁଣକୁ ସ୍ଥାପନ କରିବା ଦ୍ବାରା ଏହା time went backwards ଚେତାବନୀ ଦେଇଥାଏ।

    xw9400 ମେସିନ ମାନଙ୍କ ପାଇଁ ଏହି ସମସ୍ୟାକୁ ସମାଧାନ କରିବା ପାଇଁ, HPET କାଳ ମାପକକୁ ସକ୍ରିୟା କରିବା ପାଇଁ BIOS ସଂଯୋଜନାକୁ ବିନ୍ଯାସ କରନ୍ତୁ। ଏହା ମନେ ରଖନ୍ତୁ ଯେ ଏହି ବିକଳ୍ପଟି କେବଳ xw9300 ମେସିନ ମାନଙ୍କ ପାଇଁ ଉପଲବ୍ଧ।

    ଏହା HP ଦ୍ବାରା ଆଗନ୍ତୁକ BIOS ଅଦ୍ଯତନରେ ସମାଧାନ କରିଦିଆଯିବ।

  • nVidia CK804 ଚିପସେଟ ସ୍ଥାପିତ ଥିବା ଗୋଟିଏ ତନ୍ତ୍ରରେ Red Hat Enterprise Linux 5 ବ୍ଯବହାର କରିବା ସମୟରେ, ଆପଣ ନିମ୍ନଲିଖିତ କର୍ଣ୍ଣଲ ସନ୍ଦେଶ ମାନ ପାଇପାରନ୍ତି।

    kernel: assign_interrupt_mode Found MSI capability
    kernel: pcie_portdrv_probe->Dev[005d:10de] has invalid IRQ. Check vendor BIOS
    

    ଏହି ସନ୍ଦେଶଟି ଏହା ସୂଚୀତ କରୁଛି ଯେ କିଛି PCI-E ସଂଯୋଗିକୀ ଗୁଡିକ ICQ ମାନଙ୍କୁ ନିବେଦନ କରୁ ନାହାଁନ୍ତି। ଆହୁରି ମଧ୍ଯ, କୌଣସି ପରିସ୍ଥିତିରେ, ଏହି ସନ୍ଦେଶ ଗୁଡିକ ମେସିନର କାର୍ଯ୍ଯକଳାପକୁ ପ୍ରଭାବିତ କରନ୍ତି ନାହିଁ।

  • ଆପଣ ରୁଟ ଭାବରେ ଲଗଇନ ହୋଇଥିବା ସମୟରେ ଅପସାରଣ ଯୋଗ୍ଯ ଭଣ୍ଡାର ଉପକରଣ (ସି.ଡି. ଏବଂ ଡି.ଭି.ଡି. ପରି) ଗୁଡିକ ସ୍ବତଃ ମାଉଣ୍ଡ ହୁଅନ୍ତି ନାହିଁ। ତେଣୁ, ଆପଣଙ୍କୁ ଆଲେଖୀକ ଫାଇଲ ପରିଚାଳକ ଦ୍ବାରା ଉପକରଣ ମାନଙ୍କୁ ହସ୍ତକୃତ ଭାବରେ ମାଉଣ୍ଟ କରିବାକୁ ପଡିବ।

    ବୈକଳ୍ପିକ ଭାବରେ, ଆପଣ ଗୋଟିଏ ଉପକରଣକୁ /media ରେ ମାଉଣ୍ଟ କରିବା ପାଇଁ ନିମ୍ନଲିଖିତ ନିର୍ଦ୍ଦେଶକୁ ଚଳାଇ ପାରିବେ:

    mount /dev/<device name> /media
    
  • Calgary IOMMU ଚିପ ପୂର୍ବନିର୍ଦ୍ଧାରିତ ଭାବରେ ଏହି ଅଦ୍ଯତନରେ ସମର୍ଥିତ ନୁହେଁ। ଏହି ଚିପ ପାଇଁ ସମର୍ଥନକୁ ସକ୍ରିୟ କରିବା ପାଇଁ, iommu=calgary କର୍ଣ୍ଣଲ ପାଠ୍ଯ ନିର୍ଦ୍ଦେଶ ବିକଳ୍ପକୁ ବ୍ଯବହାର କରନ୍ତୁ।

  • IBM System z ଗୋଟିଏ ପାରମ୍ପରିକ Unix ଶୈଳୀର ଭୌତିକ କୋନଶୋଲ ପ୍ରଦାନ କରେ ନାହିଁ। ଯେପରିକି, ପ୍ରାରମ୍ଭିକ ପ୍ରୋଗ୍ରାମ ଧାରଣ ସମୟରେ Red Hat Enterprise Linux 5 IBM System z ପାଇଁ firstboot କୁ ସମର୍ଥନ କରେ ନାହିଁ।

    IBM System z, ତନ୍ତ୍ରରେ Red Hat Enterprise Linux 5 ର ବ୍ଯବସ୍ଥାପନ ପ୍ରକ୍ରିୟାକୁ ସଠିକ ଭାବରେ ପ୍ରାରମ୍ଭିକରଣ କରିବା ପାଇଁ, ସ୍ଥାପନ ପରେ ନିମ୍ନଲିଖିତ ନିର୍ଦ୍ଦେଶ ମାନଙ୍କୁ ଚଳାନ୍ତୁ:

    • /usr/bin/setupsetuptool ପ୍ଯାକେଜ ଦ୍ବାରା ପ୍ରଦାନ କରାଯାଇଛି।

    • /usr/bin/rhn_registerrhn-setup ପ୍ଯାକେଜ ଦ୍ବାରା ପ୍ରଦାନ କରାଯାଇଛି।

  • Red Hat Enterprise Linux 5 ରୁ Red Hat Enterprise Linux 5.1 କୁ Red Hat Network ଦ୍ବାରା ଉନ୍ନୟନ କରିବା ସମୟରେ, yum ଆପଣଙ୍କୁ redhat-beta ଚାବି ଆୟତ କରିବା ପାଇଁ ନ କହିପାରେ। ତେଣୁ, ଏହା ପରାମର୍ଶିତ ଯେ ଉନ୍ନୟନ କରିବା ପୂର୍ବରୁ ଆପଣ ହସ୍ତକୃତ ଭାବରେ redhat-beta ଚାବିକୁ ଆୟତ କରିନ୍ତୁ। ଏହା କରିବା ପାଇଁ, ନିମ୍ନଲିଖିତ ନିର୍ଦ୍ଦେଶ ଚଳାନ୍ତୁ:

    rpm --import /etc/pki/rpm-gpg/RPM-GPG-KEY-redhat-beta

  • ଗୋଟିଏ ବିନ୍ଯାସ କରାଯାଇଥିବା ଫିଲଟରରୁ ଗୋଟିଏ LUN କୁ ଅପସାରଣ କରିବା ସମୟରେ, ପରିବର୍ତ୍ତନଟି ଆଧାରରେ ଦେଖାଯାଏ ନାହିଁ। ଏପରି ପରିସ୍ଥିତିରେ, dm-multipath ବ୍ଯବହାର କରାଗଲେ lvm ଅନନ୍ତକାଳ ପାଇଁ ଲଟକିଯିବ, କାରଣ LUN ବର୍ତ୍ତମାନ stale ହୋଇଯାଇଛି।

    ଏହାକୁ ସମାଧାନ କରିବା ପାଇଁ, ସମସ୍ତ ଉପକରଣକୁ ଏବଂ ଅଟକିଥିବା LUN ନିର୍ଦ୍ଦିଷ୍ଟ /etc/lvm/.cache ରେ ଥିବା mpath ସଂଯୋଗ ପ୍ରବିଷ୍ଟି ମାନଙ୍କୁ ଅପସାରଣ କରନ୍ତୁ।

    ଏହି ପ୍ରବିଷ୍ଟି ଗୁଡିକ କ'ଣ ବୋଲି ଜାଣିବା ପାଇଁ ନିମ୍ନଲିଖିତ ନିର୍ଦ୍ଦେଶକୁ ଚଳାନ୍ତୁ:

    ls -l /dev/mpath | grep <stale LUN>

    ଉଦାହରଣ ସ୍ବରୂପ, ଯଦି <stale LUN> 3600d0230003414f30000203a7bc41a00 ଅଟେ, ତାହାହେଲେ ନିମ୍ନଲିଖିତ ପରିଣାମ ମିଳିପାରେ:

    lrwxrwxrwx 1 root root 7 Aug  2 10:33 /3600d0230003414f30000203a7bc41a00 -> ../dm-4
    lrwxrwxrwx 1 root root 7 Aug  2 10:33 /3600d0230003414f30000203a7bc41a00p1 -> ../dm-5
    

    ଏହାର ଅର୍ଥ ହେଉଛି ଯେ 3600d0230003414f30000203a7bc41a00 କୁ ଦୁଇଟି mpath ସଂଯୋଗ ସହିତ ତୁଳନା କରାଯାଇଛି: dm-4 ଏବଂ dm-5

    ତେଣୁ, ନିମ୍ନଲିଖିତ ଧାଡି ମାନଙ୍କୁ /etc/lvm/.cache ରୁ ଅପସାରଣ କରାଯିବା ଉଚିତ:

    /dev/dm-4 
    /dev/dm-5 
    /dev/mapper/3600d0230003414f30000203a7bc41a00
    /dev/mapper/3600d0230003414f30000203a7bc41a00p1
    /dev/mpath/3600d0230003414f30000203a7bc41a00
    /dev/mpath/3600d0230003414f30000203a7bc41a00p1
    
  • ଗୋଟିଏ ସି.ଡି. / ଡି.ଭି.ଡି ରୁ ଗୋଟିଏ ସମ୍ପୂର୍ଣ୍ଣ ଆଭାସୀକୃତ Windows™ ଅତିଥିକୁ ସୃଷ୍ଟି କରିବାକୁ ପ୍ରଚେଷ୍ଟା କରିବା ସମୟରେ, ଅତିଥି ସ୍ଥାପନର ଦ୍ବିତୀୟ ଅବସ୍ଥା ପୁନର୍ଚାଳନ ପରେ ଜାରି ହୋଇ ନ ପାରେ।

    ଏହାକୁ ସମାଧାନ କରିବା ପାଇଁ, /etc/xen/<name of guest machine> ରେ ସଠିକ ଭାବରେ ଗୋଟିଏ ପ୍ରବିଷ୍ଟିକୁ ଯୋଗ କରି ସି.ଡି. / ଡି.ଭି.ଡି. ଉପକରଣ ମାନଙ୍କ ପାଇଁ ସମ୍ପାଦନ କରନ୍ତୁ।

    ଯଦି ଗୋଟିଏ ସାଧରଣ ଫାଇଲରେ କରାଯାଇଥିବା ସ୍ଥାପନକୁ ଗୋଟିଏ ଆଭାସୀ ତନ୍ତ୍ର ଭାବରେ ବ୍ଯବହାର କରାଯାଏ, /etc/xen/<name of guest machine>disk ଧାଡି ନିମ୍ନଲିଖିତ ଭାବରେ ପଢିବ:

    disk = [ 'file:/PATH-OF-SIMPLE-FILE,hda,w']
    

    ଆଧାରରେ /dev/dvd ଭାବରେ ଅବସ୍ଥିତ ଗୋଟିଏ ଡି.ଭି.ଡି.-ରମ ଉପକରଣକୁ ସ୍ଥାପନର ଦ୍ବିତୀୟ ସୋପାନରେ 'phy:/dev/dvd,hdc:cdrom,r' ପରି ଏକ ପ୍ରବିଷ୍ଟି ଯୋଗ କରି hdc ଭାବରେ ଉପଲବ୍ଧ କରାଯାଇ ପାରିବ। ଉଦାହରଣ ସ୍ବରୂପ, ଡିସ୍କ ଧାଡିକୁ ନିମ୍ନଲିଖିତ ଶୈଳୀରେ ପଢାଯିବା ଉଚିତ:

    disk = [ 'file:/opt/win2003-sp1-20061107,hda,w', 'phy:/dev/dvd,hdc:cdrom,r']
    

    ପୂର୍ବ ନିଶ୍ଚିତ ଉପକରଣ ପଥ ଆପଣଙ୍କ ହାର୍ଡୱେର ଉପରେ ନିର୍ଭର କରି ବଦଳିପାରେ।

  • ଯଦି sctp ଏକକାଂଶକୁ କର୍ଣ୍ଣଲରେ ଯୋଗ କରାଯାଇ ନାହିଁ, ତାହାହେଲେ netstat କୁ -A inet କିମ୍ବା -A inet6 ବିକଳ୍ପ ସହିତ ଚଲାଇଲେ ଏହା ଅପ୍ରତ୍ଯାଶିତ ଭାବରେ ନିମ୍ନଲିଖିତ ସନ୍ଦେଶ ସହିତ ବନ୍ଦ ହୋଇଯାଏ:

    netstat: no support for `AF INET (sctp)' on this system.        
    

    ଏହାକୁ ଆଗ୍ରହ୍ଯ କରିବା ପାଇଁ, sctp କର୍ଣ୍ଣଲ ଏକକାଂଶକୁ ସ୍ଥାପନ କରନ୍ତୁ।

  • Red Hat Enterprise Linux 3.9 କୁ ଗୋଟିଏ ପୂର୍ଣ୍ଣ ଆଭାସୀକୃତ ଅତିଥିରେ ସ୍ଥାପନ କରିବା ଅତି ମନ୍ଥର ହୋଇପାରେ। ଏହା ବ୍ଯତୀଥ, ସ୍ଥାପନ ପରେ ବୁଟ କରିବା ଦ୍ବାରା ଏହା hda: lost interrupt ତୃଟି ମାନ ଦେଇପାରେ।

    ବୁଟଅପ ତୃଟିକୁ ଆଗ୍ରହ୍ଯ କରିବା ପାଇଁ, SMP କର୍ଣ୍ଣଲକୁ ବ୍ଯବହାର କରିବାକୁ ଅତିଥିକୁ ବିନ୍ଯାସ କରନ୍ତୁ।

  • ଉପସ୍ଥିତ କର୍ଣ୍ଣଲ ବୁଟ ସମୟରେ ଅନୁକ୍ରମ ସଂଯୋଗିକୀ ମାନଙ୍କୁ ପ୍ରଦର୍ଶନ କରିବା ପୂର୍ବରୁ ଡାଟା ଟର୍ମିନାଲ ରେଡି (DTR) ସଙ୍କେତକୁ ନିଶ୍ଚିତ କରି ନ ଥାଏ। DTR ନିଶ୍ଚିତନ କିଛି ଉପକରଣ ମାନଙ୍କ ଦ୍ବାରା ଆବଶ୍ଯକ, ଫଳସ୍ବରୂପ, ସେହି ଉପକରଣ ମାନଙ୍କରେ ଅନୁକ୍ରମ କୋନଶୋଲରେ କର୍ଣ୍ଣଲ ବୁଟ ସନ୍ଦେଶ ମାନଙ୍କୁ ପ୍ରଦର୍ଶନ କରାଯାଏ ନାହିଁ।

  • ଗୋଟିଏ ଆଧାର (dom0) ତନ୍ତ୍ରକୁ Red Hat Enterprise Linux 5.1 ରେ ଉନ୍ନୟନ କରିବା ସମୟରେ ଏହା ଅବସ୍ଥିତ Red Hat Enterprise Linux 4.5 SMP ଆଂଶିକ ଆଭାସୀକୃତ ଅତିଥିକୁ ବୁଟବିହୀନଯୋଗ୍ଯ କରିପାରେ। ତନ୍ତ୍ରରେ ୪ ଗିଗା-ବାଇଟରୁ ଅଧିକ RAM ଥିଲେ ସାଧାରଣତଃ ଏହା ହୋଇଥାଏ।

    ଏହାକୁ ସମାଧାନ କରିବା ପାଇଁ, ପ୍ରତ୍ଯେକ Red Hat Enterprise Linux 4.5 ଅତିଥିକୁ ଗୋଟିଏ CPU ଧାରାରେ ବୁଟ କରନ୍ତୁ ଏବଂ ଏହାର କର୍ଣ୍ଣଲକୁ ନବୀନତମ ସଂସ୍କରଣକୁ (Red Hat Enterprise Linux 4.5.z ପାଇଁ) ଉନ୍ନୟନ କରନ୍ତୁ।

  • ସମାନ ପ୍ଲାଟଫର୍ମରେ ବ୍ଯବହୃତ AMD 8132 ଏବଂ HP BroadCom HT100 (ଯେପରିକି HP dc7700) MMCONFIG ଆବର୍ତ୍ତନକୁ ସମର୍ଥନ କରେନାହିଁ। ଆପଣଙ୍କ ତନ୍ତ୍ର ଚିପସେଟ ବ୍ଯବହାର କରୁଥିଲେ, ଆପଣଙ୍କର PCI ବିନ୍ଯାସ ଅଧିକୃତ PortIO CF8/CFC କାର୍ଯ୍ଯାବଳୀକୁ ବ୍ଯବହାର କରିବା ଉଚିତ। ଏହାକୁ ବିନ୍ୟାସ କରିବା ପାଇଁ, ସ୍ଥାପନ ସମୟରେ ତନ୍ତ୍ରକୁ -pci nommconfig କର୍ଣ୍ଣଲ ପାରାମିଟର ସହିତ ବୁଟ କରନ୍ତୁ ଏବଂ ପୁନର୍ଚାଳନ କରିସାରିବା ପରେ GRUB ରେ pci=nommconf କୁ ଯୋଗକରନ୍ତୁ।

    ଅଧିକନ୍ତୁ,, AMD 8132 ଚିପସେଟ ସନ୍ଦେଶ ସାଙ୍କେତିକ ହସ୍ତକ୍ଷେପ (MSI) କୁ ସମର୍ଥନ କରେ ନାହିଁ। ଆପଣଙ୍କ ତନ୍ତ୍ର ଏହି ଚିପସେଟ ବ୍ଯବହାର କରୁଥିଲେ, ଆପଣ ମଧ୍ଯ MSI କୁ ନିଷ୍କ୍ରିୟ କରିବା ଉଚିତ। ଏପରି କରିବା ପାଇଁ, ସ୍ଥାପନ ସମୟରେ -pci nomsi କର୍ଣ୍ଣଲ ପାରାମିଟରକୁ ବ୍ଯବହାର କରନ୍ତୁ ଏବଂ ପୁନର୍ଚାଳନ କରିସାରିବା ପରେ GRUB ରେ pci=nomsi କୁ ଯୋଗ କରନ୍ତୁ।

    ତଥାପି, , ଆପଣଙ୍କର ନିର୍ଦ୍ଦିଷ୍ଟ ସମସ୍ଯା କର୍ଣ୍ଣଲ ଦ୍ବାରା ସନ୍ଦେହ ଭାଜନ ତାଲିକା ଅନ୍ତର୍ଭୂକ୍ତ ହୋଇଥିଲେ, ଆପଣଙ୍କ ତନ୍ତ୍ର ପୂର୍ବୋକ୍ତ pci କର୍ଣ୍ଣଲ ପାରାମିଟର ଆବଶ୍ଯକ କରି ନ ଥାଏ। ନିମ୍ନଲିଖିତ HP ପ୍ଲାଟଫର୍ମ ଗୁଡିକ ପୂର୍ବରୁ କର୍ଣ୍ଣଲ ଦ୍ବାରା ସନ୍ଦେହ ଭାଜନ ତାଲିକାରେ ଅନ୍ତର୍ଭୂକ୍ତ କରାଯାଇଛି:

    • DL585g2

    • dc7500

    • xw9300

    • xw9400

  • ଏହି ପ୍ରକାଶନରେ ଅନ୍ତର୍ଭୂକ୍ତ କରାଯାଇଥିବା ଆଭାସୀ ମେସିନ ପରିଚାଳକ (virt-manager) ଚାଳକକୁ ଆଂଶିକ ଅତିଥି ସ୍ଥାପକ ପାଇଁ ଅତିରିକ୍ତ ବୁଟ ସ୍ବତନ୍ତ୍ରଚରକୁ ନିର୍ଦ୍ଦିଷ୍ଟ କରିବାର ଅନୁମତି ଦେଇ ନ ଥାଏ। ନିର୍ଦ୍ଦିଷ୍ଟ ପ୍ରକାରର ହାର୍ଡୱେରରେ କିଛି ବିଶେଷ ଧରଣର ଆଂଶିକ ଆଭାସୀକୃତ ଅତିଥି ମାନଙ୍କୁ ସ୍ଥାପନ କରିବା ପାଇଁ ଏପରି ସ୍ବତନ୍ତ୍ରଚର ଗୁଡିକ ଆବଶ୍ଯକ ହେଉଥିବା ସମୟରେ ମଧ୍ଯ ଏହା ସତ ଅଟେ।

    ଏହି ସମସ୍ଯାକେ virt-manager ର ପରବର୍ତ୍ତୀ ସଂସ୍କରଣରେ ଆଲୋଚନା କରାଯିବ। ପାଠ୍ଯ ନିର୍ଦ୍ଦେଶରୁ ଆଂଶିକ ଆଭାସୀକୃତ ଅତିଥି ମାନଙ୍କୁ ସ୍ଥାପନ କରିବା ପାଇଁ ଏକପକ୍ଷୀୟ କର୍ଣ୍ଣଲ ସ୍ବତନ୍ତ୍ରଚର ପ୍ରଦାନ କରିବା ପାଇଁ, virt-install ନିର୍ଦ୍ଦେଶକୁ ବ୍ଯବହାର କରନ୍ତୁ।

  • ଗୋଟିଏ ପୂର୍ବବର୍ତ୍ତୀ ବିଫଳ ପଥ ପୁନଃସ୍ଥାପିତ ହୋଇସାରିବା ପରେ, ପୂର୍ବନିର୍ଦ୍ଧାରିତ dm-multipath ବିନ୍ଯାସ ସହିତ, Netapp ଉପକରଣ ଗୁଡିକ ଫେଲବେକକୁ ସମ୍ପନ୍ନ କରିବା ପାଇଁ କିଛି ସମୟ ନେଇପାରନ୍ତି। ଏହି ସମସ୍ଯାକୁ ସମାଧାନ କରିବା ପାଇଁ, multipath.conf ଫାଇଲର devices ବିଭାଗରେ ନିମ୍ନଲିଖିତ Netapp ଉପକରଣ ବିନ୍ଯାସକୁ ଯୋଗକରନ୍ତୁ:

    devices {
            device {
                    vendor                  "NETAPP"
                    product                 "LUN"
                    getuid_callout          "/sbin/scsi_id -g -u -s /block/%n"
                    prio_callout            "/sbin/mpath_prio_netapp /dev/%n"
                    features                "1 queue_if_no_path"
                    hardware_handler        "0"
                    path_grouping_policy    group_by_prio
                    failback                immediate
                    rr_weight               uniform
                    rr_min_io               128
                    path_checker            directio
            }
    

( amd64 )



[1] Open Publication License, v1.0 ର ସର୍ତ୍ତ ଏବଂ ନିୟମ ଅନୁଯାୟୀ ଏହି ବସ୍ତୁକୁ ବିତରଣ କରାଯାଇ ପାରିବ, ଏହା ଏଠାରେ ଉପଲବ୍ଧ http://www.opencontent.org/openpub/.